।। କୋରାପୁଟରେ ପ୍ରାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର:ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା ।।

May 4, 2024 - 20:02
 0  544
।। କୋରାପୁଟରେ ପ୍ରାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ  ପ୍ରଚାର:ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା ।।

କୋରାପୁଟ,୫/୪( ଫାଷ୍ଟ ନ୍ୟୁଜ ଓଡ଼ିଶା) ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ହେବାକୁ କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ୪ ଟି ବିଧାନସଭା ପ୍ରାର୍ଥୀ ଓ ଲୋକସଭା ପ୍ରଚାରରେ ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ପ୍ରାର୍ଥୀଙ୍କ ନିମନ୍ତେ ଭୋଟ ଭିକ୍ଷା କରିଛନ୍ତି । ମୁଖ୍ୟ ମନ୍ତ୍ରୀ କୋରାପୁଟ ଓଏମପି ପଡିଆରେ ଆସି ଦିନ ସାଢ଼େ ୧୧ ଟାରେ ପହଞ୍ଚିଥିଲେ । ଆଜି ନିର୍ବାଚନୀ ସଭାରେ ଅଳ୍ପରେ ବହୁତ କିଛି କହିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ , କାଳିଆ ଯୋଜନା କେମିତି ଅଛି , ମମତା ଯୋଜନା କେମିତି ଅଛି , ପୁରୀ ପରିକ୍ରମା ପ୍ରକଳ୍ପ କିପରି ଅଛ, ରୂପାନ୍ତରଣ ଯୋଜନା କେମିତି ଅଛି କହି ବା ସହିତ ବିଭିନ୍ନ ଯୋଜନା କେମିତି ଅଛି ବୋଲି କହିଥିଲେ । ସେହିପରି ବିଶେଷ କିଛି କହି ନଥିଲେ ମଧ୍ୟ ଅଳ୍ପ ରେ ବିରୋଧୀଙ୍କୁ କଟାକ୍ଷ କରି ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଥିଲେ ।ମୁଖ୍ୟ ମନ୍ତ୍ରୀଙ୍କ ସହିତ ୫- ଟି ଅଧ୍ୟକ୍ଷ ଭି . କେ ପାଣ୍ଡିଆନ ମଧ୍ଯ ଆସିଥିଲେ । ଶ୍ରୀ ପାଣ୍ଡିଆନ ତାଙ୍କର ଭାଷଣରେ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ କହିବା ସହିତ ପାଞ୍ଚ ବର୍ଷରେ ଥରେ ଆମେ ତାଙ୍କୁ ଆଶୀର୍ବାଦ କରିବା , ଜୋଡ଼ି ଶଙ୍ଖ ଚିହ୍ନରେ ମୋହର ମାରି ଲୋକସଭା ପ୍ରାର୍ଥୀ ଓ ବିଧାନସଭା ପ୍ରାର୍ଥୀଙ୍କୁ ଜିତାଇବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏଠାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଝିନ ହିକକାଙ୍କ ସହିତ ସାଂସଦ ପ୍ରାର୍ଥୀନୀ କୌଶଲ୍ୟା ହିକକା, ଲକ୍ଷ୍ମୀପୁର ବିଧାନସଭା ପ୍ରାର୍ଥୀ ପ୍ରଭୁ ଜାନୀ , କୋରାପୁଟ ବିଧାନସଭା ପ୍ରାର୍ଥୀ ରଘୁରାମ ପାଡାଲ , ପଟ୍ଟାଙ୍ଗୀ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗି, ଜୟପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀନୀ ଇନ୍ଦିରା ନନ୍ଦ , ପଟାଙ୍ଗୀ ବିଧାୟକ ପିତମ ପାଢ଼ୀ, , ଈଶ୍ବର ପାଣିଗ୍ରାହୀ ଵାଲା ରାୟ ,କୋରାପୁଟ ପୌରପରିଷଦ ଅଧ୍ୟକ୍ଷ ଲଲାଟ ରଂଜନ ସେଠୀ , ସେମିଳିଗୁଡ଼ା ପୌର ପରିଷଦ ଅଧ୍ୟକ୍ଷ ରାଜେନ୍ଦ୍ର ପାତ୍ର, ଜିଲ୍ଲା ସ୍ତରୀୟ ନେତୃବୃନ୍ଦ ,ଜିଲ୍ଲାର ସମସ୍ତ ୧୪ ବ୍ଲକର କର୍ମକର୍ତ୍ତା , କର୍ମୀ ଙ୍କ ସହିତ ହଜାରହଜାର ମହିଳା ଓ ପୁରୁଷ ସଭା ସ୍ଥଳରେ ଯୋଗଦେଇ ଥିଲେ । ବିଶେଷକରି ସମସ୍ତ ପ୍ରାର୍ଥୀ ମୁଖ୍ୟ ମନ୍ତ୍ରୀଙ୍କ ଦ୍ଵାରା କୋରାପୁଟ ଜିଲ୍ଲାରେ ହୋଇଥିବା ବିଭିନ୍ନ ଜନହିତକର କାର୍ଯ୍ୟ ଏବଂ ଯୋଜନା ଗୁଡିକ ଉପରେ କହିବା ସହିତ ତାହା ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା ସମ୍ଭବ ପର ହୋଇ ପାରିଛି ବୋଲି କହି ଆଶୀର୍ବାଦ ଭିକ୍ଷା କରିବା ସହିତ ଭୋଟ ଭିକ୍ଷା କରିଥିଲେ । ସଭାପତି ଶ୍ରୀ ହିକକା ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ଧନ୍ଯବାଦ୍ ଅର୍ପଣ କରିଥିଲେ ।ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନାକର ଙ୍କ ସମେତ ବହୁ ଅଧିକାରୀ ଓ ବହୁ ସଂଖ୍ୟକ ପୁଲିସ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ କରାଯାଇଥିଲା। ଖବର ସଂଗ୍ରହ କରିବାକୁ ଆସିଥିବା କିଛି ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ପୋଲିସ ସଭାସ୍ଥଳ ନିକଟ କୁ ଛାଡି ନ ଥିଲା ଫଳ ରେ ବାହାରେ ରହି ସାମ୍ବାଦିକ ମାନେ ଖରା ରେ ଖବର ସଂଗ୍ରହ କରୁଥିବା ଦେଖା ଯାଇଥିଲା।

କୋରାପୁଟ ରୁ ରୁପ ଖୋରାଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 1
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ