।। କେନ୍ଦ୍ରୀୟ ବିଦ୍ୟାଳୟରେ ଚିତ୍ରାଙ୍କନ ପ୍ରତିଯୋଗିତା ।।

Jan 23, 2024 - 18:36
 0  10
।। କେନ୍ଦ୍ରୀୟ ବିଦ୍ୟାଳୟରେ ଚିତ୍ରାଙ୍କନ ପ୍ରତିଯୋଗିତା ।।

ପରାକ୍ରମ ଦିବସ ଉପଲକ୍ଷେ "ପରୀକ୍ଷା ପେ ଚର୍ଚ୍ଚା" ଶୀର୍ଷକ ବିଷୟରେ ଚିତ୍ରାଙ୍କନ ପ୍ରତିଯୋଗିତା ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ରାୟଗଡ଼ା ଆନୁକୁଲ୍ୟରେ ଆୟୋଜିତ ହୋଇଯାଇଛି। ଏଥିରେ ରାୟଗଡ଼ା ଜିଲ୍ଲାରୁ ମୋଟ ୧୭ଟି ବିଦ୍ୟାଳୟରୁ ୧୦୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏହି ପ୍ରତିଯୋଗିତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଚନ୍ଦ୍ରଯାନ, ଆଦିତ୍ୟ ଏଲ୍ ୱାନ୍, ଏଗଜାମ୍ ୱାରିଅର୍ ଆଦି ବିଷୟ ଉପରେ ପର୍ଯ୍ୟବସିତ ଥିଲା । କାର୍ଯ୍ୟକ୍ରମକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁଦୀପ୍ତ ଦାସ, ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପିକା ଲେଫ୍ଟନାଣ୍ଟ ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ,ବିଦ୍ୟାଳୟର ପ୍ରଧାନ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜା ରାମ୍ ଓ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଡ. ରମେଶ କୁମାର ସାହୁ ପ୍ରମୁଖ ଉଦ୍ଘାଟନ କରିଥିଲେ । ଶ୍ରୀଯୁକ୍ତ ଜୟନ୍ତ କୁମାର ଜେନା, ଶ୍ରୀମତୀ ଝୁନୁ ରାଣୀ ମହାପାତ୍ର ଓ ଲେଫ୍ଟନାଣ୍ଟ ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ ପ୍ରତିଯୋଗିତାର ବିଚାରକ ମଣ୍ଡଳୀ ଭାବରେ ଦାୟିତ୍ଵ ନିର୍ବାହ କରିଥିଲେ ।ଶେଷରେ ଶ୍ରେଷ୍ଠ ୫ ଜଣ ପ୍ରତିଭାଗୀଙ୍କୁ ପ୍ରମାଣ ପତ୍ର ଓ ଏଗଜାମ୍ ୱାରିଅର୍ ପୁସ୍ତକ ପୁରସ୍କାର ଭାବରେ ବିତରଣ କରାଯାଇଥିଲା । ଅନ୍ୟ ସମସ୍ତ ପ୍ରତିଭାଗୀଙ୍କୁ ଇ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଭାବରେ ବିଦ୍ୟାଳୟର କଳା ଶିକ୍ଷକ ଶ୍ରୀ ଅଶ୍ୱିନ ଲାଞ୍ଜେୱର୍ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ । Byte-1- ଶ୍ରୀଯୁକ୍ତ ରାଜା ରାମ୍,ଅଧ୍ୟକ୍ଷ KV Byte-2-ସୁହାନି ଷଡଙ୍ଗୀ,ପ୍ରତିଯୋଗୀ ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ