।। କେନ୍ଦେଇପଶି ରେ ବିରାଟ ମିଶ୍ରଣ ପର୍ବ, ବଳଶାଳୀ ହେଉଛି ବିଜେଡି ।।

May 10, 2024 - 07:04
 0  26
।। କେନ୍ଦେଇପଶି ରେ ବିରାଟ ମିଶ୍ରଣ ପର୍ବ, ବଳଶାଳୀ ହେଉଛି ବିଜେଡି ।।

ପାଟଣା, ୦୯/୦୫ ପାଟଣା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ର ବିରାଟ ମିଶ୍ରଣ ପର୍ବ କେନ୍ଦେଇପଶି ଠାରେ ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶ ଓ ପାଟଣା ବିଧାୟକ ଜଗନ୍ନାଥ ନାଏକ ଙ୍କ ବିକାଶ ମୂଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଅନେକ ବିରୋଧୀ ନେତା ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି। ପାଟଣା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭା ରେ ଅତିଥି ଭାବେ କେନ୍ଦୁଝର ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ, ପାଟଣା ନିର୍ବାଚନ ମଣ୍ଡଳୀ ବିଜେଡି ପର୍ଯ୍ୟବେକ୍ଷକ ଡକ୍ଟର ହରିଶ ଚୌଧୁରୀ, ସଂଯୋଜକ କାନନ ବିହାରୀ ପହି, ଜିଲ୍ଲା ବିଜେଡି ସଭାପତି କୁଶ ଆପଟ, ପୁର୍ବତନ ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀ,ବିଜେଡି ନେତା ସତ୍ୟବ୍ରତ ନାଏକ, ଭବାନୀ ଶଙ୍କର ନାଏକ, ଗୌରହରି ନାଏକ ପ୍ରମୁଖ ଉପସ୍ଥିତ ରହି ନୂତନ ଭାବେ ଯୋଗ ନୂତନ କର୍ମୀ ଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପ ଗୁଛ ଦେଇ ଦଳ କୁ ସ୍ଵାଗତ କରିଥିଲେ। ଏହି ମିଶ୍ରଣ ପର୍ବ ରେ ପାଟଣା ବ୍ଲକ କଂଗ୍ରେସ ସଭାପତି ଶତ୍ରୁଘ୍ନ ସିଂହ, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ମାନସିଂ ମୁଣ୍ଡା, କଂଗ୍ରେସ ନେତ୍ରୀ ସୀତା ସିଂ ଖିରେଇଟାଙ୍ଗିରି ପଞ୍ଚାୟତ ର ବିଜେପି ଯୁବମୋର୍ଚ୍ଚା ସଭାପତି ମୂରଲୀଧର ନାଏକ, ବିଜେପି ନେତା ଗଣେଶ ଚନ୍ଦ୍ର ପାତ୍ର, ଭାନୁମତୀ ମହାନ୍ତ, ହ୍ୟୁମାନ ରାଇଟ ଡିଫେଣ୍ଡର ର ସୁଚିତ୍ରା ମହାନ୍ତ, ମାନସ ଦାସ, ନାଏବ ସରପଞ୍ଚ ବିପିନ ବିନୋଦ ନାଏକ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ନେତା ଅରୁଣ କୁମାର ମହାନ୍ତ ଙ୍କ ସମେତ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୫୬ ଗୋଟି ପଞ୍ଚାୟତ ର ବହୁ ବିଜେପି ଓ କଂଗ୍ରେସ କାର୍ଯ୍ୟକର୍ତ୍ତା ମାନେ ବିଜେଡି ରେ ସାମିଲ ହୋଇଥିଲେ। ନୂତନ ଭାବେ ବିଜେଡି ରେ ସାମିଲ ହୋଇଥିବା ନେତା ମାନେ ଆଗାମୀ ଦିନରେ ବିଜୁ ଜନତା ଦଳ କୁ ଅଧିକ ଶକ୍ତିଶାଳୀ କରିବେ ବୋଲି ମତପ୍ରକାଶ କରିଥିଲେ ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ