।। କୁନ୍ଦୁରା ବ୍ଲକରେ ୬୭ଟି ଅଭିଯୋଗ ଶୁଣିଲେ କୋରାପୁଟ ଜିଲ୍ଲାପାଳ ।।

Jun 12, 2023 - 18:42
 0  7
।। କୁନ୍ଦୁରା ବ୍ଲକରେ ୬୭ଟି ଅଭିଯୋଗ ଶୁଣିଲେ କୋରାପୁଟ ଜିଲ୍ଲାପାଳ ।।

କୁନ୍ଦ୍ରା ବ୍ଲକ କାର୍ଯ୍ୟାଳୟ ପରିସର ମିଟିଙ୍ଗ ହୋଲ ଠାରେ କୋରାପୁଟ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜିର ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ଆଜିର ଅଭିଯୋଗ ଶୁଣାଣୀ ଶିବିରରେ ମୋଟ ୬୭ ଟି ଅଭିଯୋଗ ଦେଇଥିବା ବେଳେ ସେଥିରୁ ବ୍ୟକ୍ତିଗତ ଭାବେ ୨୨ ଟି ଓ ସମ୍ମୁହିକ ଭାବେ ୪୫ ଟି ଅଭିଯୋଗ ଶୁଣାଣି ହୋଇଥିଲା l ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳ ମହମ୍ମଦ ଅବଦୁଲ୍ ଅଗ୍ ତର୍ , ଜିଲ୍ଲା ପୋଲିସ ବିଭାଗୀୟ ଅଧିକାରୀଙ୍କ ସମେତ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ l କୁନ୍ଦ୍ରା ବ୍ଲକର ୧୬ଟି ଗ୍ରାମ ପଞ୍ଚାୟତ ରହିଥିବା ବେଳେ ଆଜିର ଅଭିଯୋଗ ଶୁଣାଣିରେ ମୁଖ୍ୟତଃ କୁକୁଡ଼ାଗାଲି, ମଦ ବିକ୍ରି, ଖଡ଼ ଖଡ଼ି ଜୁଆ ଖେଳ ଚାଲିଥିବା ନେଇ କୁନ୍ଦୁରା ଆଇଆଇସି ଚୁପ୍ ରହିଥିବାରୁ ଏହାକୁ ବିରୋଧ କରି କୁନ୍ଦ୍ରା ଥାନା ଅଧିକାରୀଙ୍କ ବଦଳୀ କରିବା ନିମନ୍ତେ କୁନ୍ଦୁରା ଅଞ୍ଚଳ ବାସି ଅଭିଯୋଗ କରିଥିଲେ।

ଏବଂ ଗାଡ଼ ଗୁଣ୍ଡାଲ୍ ଗ୍ରାମ ପଞ୍ଚାୟତର ରାସନ୍ ହିତାଧିକାରୀଙ୍କୁ ଲିମା ଗ୍ରାମ ପଞ୍ଚାୟତରେ ରାସନ୍ ସାମଗ୍ରୀ ମିଳୁଥିବାରୁ ଏହାକୁ ନେଇ ସତତନ୍ତ୍ର ଭାବେ ଗାଡ଼ ଗୁଣ୍ଡାଲ ପଞ୍ଚାୟତ ସ୍ତରରେ ରାସନ୍ ସାମଗ୍ରୀ ଯୋଗେଇ ଦେବାକୁ ଗାଡ଼ ଗୁଣ୍ଡାଳ ଗ୍ରାମ ପଞ୍ଚାୟତ ବାସି ଅଭିଯୋଗ କରିଥିଲେ ।

ଧାନ ମଣ୍ଡି ଖଲିବା , ପାନୀୟ ଜଳ , ରାସ୍ତାଘାଟ , ବାସହୀନ ଆଦିବାସୀଙ୍କୁ ଘରଡିହ ପଟ୍ଟା , ଜଙ୍ଗଳ ଜମି ପଟ୍ଟା , କାଳ ବୈଶାଖୀରେ ଘରଦ୍ୱାର ଭାଙ୍ଗିଯାଇଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗେଇ ଦେବା ନିମନ୍ତେ ସ୍ଥାନୀୟ ଲୋକେ ଲୋକେ ଅଭିଯୋଗ କରିଥିଲେ। କୁନ୍ଦ୍ରା ବ୍ଲକରେ ଆଗରୁ ବହୁବାର ଏହି ପରି ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠତ ହୋଇଛି । ବାରମ୍ଵାର ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କିଛି କାର୍ଯ୍ୟକାରୀ ହେଉନଥିବା ନେଇ ସାଧାରଣରେ ଦାବି ହେଉଛି ।

 ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ