।। କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଧୁମ୍ ଧାମରେ ପାଳନ, ହୋଇଯାଇଛି ।।

Feb 17, 2024 - 11:09
 0  20
।। କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଧୁମ୍ ଧାମରେ ପାଳନ, ହୋଇଯାଇଛି ।।

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ତଳଝିରି ଗ୍ରାମପଞ୍ଚାୟତ ସ୍ଥିତ ଲାକରେଶ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଠାରେ ତୃତୀୟ ତମ ବାର୍ଷିକ ଉତ୍ସବ ପାଳନ ହୋଇ ଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି, ପ୍ରଧାନ ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଉପସ୍ଥିତ ଗ୍ରାମବାସୀଙ୍କ ସହ ପ୍ରଥମେ ଭଗବାନଙ୍କ ଫଟୋ ଚିତ୍ରରେ ପ୍ରଦ୍ବୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କେଜିବିଭି ପ୍ରଧାନଶିକ୍ଷତ୍ରୀ ଶ୍ରୀମତୀ ନବ କୁମାରୀ ନାଏକଙ୍କ ଅଧକ୍ଷତରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ବୈଠକ ରେ ମୁଖ୍ୟ ଅତିଥିଭାବେ କାଶୀପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ଦିପ୍ତିମୟୀ ସିଂ ଏବଂ କାଶୀପୁର ବ୍ଲକ ମଙ୍ଗଳ ପ୍ରସାରଣ ଅଧିକାରୀ ଯୋଗ ଦେଇଥିଲେ। ଏହି ଭଳି ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କାଶୀପୁର ସିଆରସିସି ଅରୁନ କୁମାର ନାଏକ,ତୃଶାନ୍ତ ନାଏକ, ଲିପ୍ତକେଶରୀ ବେହେରା ଏବଂ ତଳଝିରି ସିଆରସିସି ଦଶରଥ ନାଏକ ଯୋଗ ଦେଇଥିଲେ। ଉପସ୍ଥିତ ମୁଖ୍ୟ ଅତିଥି ମାନେ ଛାତ୍ର ଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ ବିଷୟରେ ନିଜ ନିଜ ବକୃତା ଦେଇଥିଲେ। ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପଠନ କରିଥିଲେ। ଆୟୋଜିତ ବାର୍ଷିକ ଉତ୍ସବରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ ହେବା ସହ କ୍ରୀଡା ଭାବେ ହାଇ ଜମ୍ପ, ଲଙ୍ଗ ଜମ୍ପ, ଶୋଟ ପୁଟ, ଡିସ୍କୋସ ଥ୍ର, କବାଡି, ଅଖା ଡିଆଁ, ପୁଚି, ଦୌଡ଼ି ଡିଆଁ, ଲେମ୍ବୁ ଚାମଚ ଦୌଡ, ମ୍ୟୁଜିକାଲ ଚ୍ୟାର, ବକୃତା, ସୃତି ଲିଖନ ଏବଂ ସାଧାରଣ ଜ୍ଞାନ ଭଳି କ୍ରୀଡା ର ଆୟୋଜନ କରାଯାଇଥିଲା ।ଏବଂ ଅତିଥିଙ୍କ ଦ୍ଵାରା କୃତିତ୍ୱ ଛାତ୍ର ଛାତ୍ରୀଙ୍କୁ ମାନ ପତ୍ର ସହ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ର ପରିଚାଳନା ପରଜା ଶିଳା ଶିକ୍ଷକ ରତ୍ନାକର ନାଏକ କରିଥିବାବେଳେ ଏଥିରେ ମାନସ ରଞ୍ଜନ ସାହୁ, ସୁଜିତ ବିଶ୍ୱାସ, କବିତା ପ୍ରଧାନ, ଶୁଭସ୍ମିତା ପ୍ରଧାନ, ଏବଂ ଉଜ୍ଜଳା ମଣ୍ଡଳ କେଜିବିଭି ବିଦ୍ୟାଳୟକର୍ତ୍ତୃପକ୍ଷ ଭାବେ ସହଯୋଗ କରିଥିଲେ। ମୁଖ୍ୟ ବିଷୟ ହେଲା ଏହି ବାର୍ଷିକ ଉତ୍ସବ ଟି ପୂର୍ବେ କୌଣସି କାରଣରୁ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେଉ ନ ଥିଲା ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମ ଓ କ୍ରୀଡା କୌଶଳ ପାଇଁ ସରକାରଙ୍କ ଅନେକ ଅନୁଦାନ ପ୍ରତି ବର୍ଷ ଆସୁଥିଲା କିନ୍ତୁ ଅନୁଷ୍ଠାନ ର ମନ ବଳ ଇଛା ଶକ୍ତିର ଅଭାବ ଥିବା ହେତୁ ତାହା କେବେ ଆୟୋଜନ ହୋଇ ପାରିନଥିଲା କିନ୍ତୁ ପାଖାପାଖି ତିନି ବର୍ଷ ହେବ ନୂତନ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଶ୍ରୀମତୀ ନବ କୁମାରୀ ଯୋଗ ଦେବା ପର ଠାରୁ ତାଙ୍କ ପ୍ରଚେଷ୍ଟା ରେ ବିଦ୍ୟାଳୟ ରେ ଏହି ଭଳି ବାର୍ଷିକ ଉତ୍ସାବ ଅନୁଷ୍ଠିତ ହେଉ ନ ଥିବା ଆୟୋଜନ ରେ ଯୋଗଦେଇ ସରପଞ୍ଚ ସୀତାରାମ ମାଝୀ, ୱାର୍ଡ ସଭ୍ୟ ମାନେ ଏବଂ ଗ୍ରାମବାସୀ ପ୍ରକାଶ କରିଛନ୍ତି।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ