କନ୍ଧମାଳ : ଗୃହରକ୍ଷୀ ୱେଲ୍ ଫର୍ ଫଣ୍ଡରୁ ଅବସର କାଳୀନ ସହାୟତା ରାଶି ପ୍ରଦାନ କଲେ ଜିଲ୍ଲା ଆରକ୍ଷକ ଅଧିକାରୀ

Jul 22, 2026 - 05:40
Jul 22, 2026 - 05:41
 0  11
କନ୍ଧମାଳ : ଗୃହରକ୍ଷୀ ୱେଲ୍ ଫର୍  ଫଣ୍ଡରୁ ଅବସର କାଳୀନ ସହାୟତା ରାଶି ପ୍ରଦାନ କଲେ ଜିଲ୍ଲା ଆରକ୍ଷକ ଅଧିକାରୀ

କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଥିବା ଟୁନା ନାୟକ ଗତ ୧୯୮୨ମସିହା ଠାରୁ ଗୃହରକ୍ଷୀ ବିଭାଗରେ ରହି ବିଭାଗର ନିୟମାବଳୀ ଅନୁଯାଇ ଥାନାରେ ଶୃଙ୍ଖଳାଗତ କାର୍ଯ୍ୟ କରି ୨୦୨୬ ରେ ଗୃହରକ୍ଷୀ ବିଭାଗରୁ ଅବସର ଗ୍ରହଣ କରିଛନ୍ତି l ଦିର୍ଘ ୪୪, ବର୍ଷ ହୋମଗାର୍ଡ ବିଭାଗରେ ଚାକିରି କରି ଅବସର ଗ୍ରହଣ କରିଥିବା ଟୁନା ନାୟକ ଙ୍କୁ ରାଜ୍ୟ ସରକାର ଙ୍କ ତରଫରୁ କୈଣସି ଅନୁକମ୍ପା ସହାୟତା ନଥିବାରୁ କନ୍ଧମାଳ ଜିଲ୍ଲା ଏସ୍ପି ତଥା ଗୃହରକ୍ଷୀ କମାଣ୍ଡେଣ୍ଟ ଶ୍ରୀ ଯୁକ୍ତ ରାମେନ୍ଦ୍ର ପ୍ରସାଦ ଙ୍କ ଦ୍ବାରା କନ୍ଧମାଳ ଜିଲ୍ଲା ଗୃହରକ୍ଷୀ ୱେଲ୍ ଫର୍ ଫଣ୍ଡରୁ ତିନି ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି l କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା ଙ୍କ ଉଦ୍ୟମରେ ଉପରିସ୍ଥ ଅଧିକାରୀ ଙ୍କ ଆଲୋଚନା କ୍ରମେ ୨୦୨୫, ମସିହାରେ କନ୍ଧମାଳ ଏସ୍ପି ଶ୍ରୀ ଯୁକ୍ତ ହରିସ ବି,ସି ଙ୍କ ସହଯୋଗରେ ହୋମଗାର୍ଡ କର୍ମଚାରୀ ମାନଙ୍କୁ ନେଇ ଏକ ଗୃହରକ୍ଷୀ କଲ୍ୟାଣ ପାଣ୍ଠି ଗଠନ କରାଯାଇଛି l ଜଦି କୈଣସି ହୋମଗାର୍ଡ କର୍ମଚାରୀ ମୃତ୍ୟୁବରଣ କରନ୍ତି କିମ୍ବା ଅବସର ଗ୍ରହଣ କରନ୍ତି ତାଙ୍କ ପରିବାର ସଦସ୍ୟ ଙ୍କୁ ଉକ୍ତ ପାଣ୍ଠିରୁ ଜିଲ୍ଲାରେ କାର୍ଯ୍ୟରତ ପ୍ରାୟ ଛଅ ଶହ ଗୃହରକ୍ଷୀ କର୍ମଚାରୀ ମାନେ ଗୋଟିଏ ଦିନର ଦରମା ଟଙ୍କା ୱେଲ୍ ଫର୍ ଫଣ୍ଡରେ ଜମାକରି କନ୍ଧମାଳ ଜିଲ୍ଲା ଏସ୍ପି ତଥା ଗୃହରକ୍ଷୀ କମାଣ୍ଡେଣ୍ଟ ଙ୍କ ସହଯୋଗରେ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତି l ଗତ ୨୦୨୫, ମସିହା ଠାରୁ ଚଳିତ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଗୋଟିଏ ବର୍ଷ ମଧ୍ୟରେ ପ୍ରାୟ ୧୦,ଜଣରୁ ଉର୍ଦ୍ଧ ଗୃହରକ୍ଷୀ କର୍ମଚାରୀ ଏବଂ ତାଙ୍କର ପରିବାର ବର୍ଗଙ୍କୁ ସଂଘଠନ ତରଫରୁ ହାରାହାରି,୨୭, ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଥିବା ହୋମଗାର୍ଡ ସଂଘ ପକ୍ଷରୁ ସୂଚନା ମିଳିଛି l ଏହିକାର୍ଯ୍ୟକ୍ରମ ରେ କନ୍ଧମାଳ ଜିଲ୍ଲା ର ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା କାର୍ଯ୍ୟକାରୀ ସଭାପତି ତଥା ପ୍ଳାଟୁନ କମାଣ୍ଡର୍ ଅକ୍ଷୟ କୁମାର ରାୟ ,ଉପ ସଭାପତି ବିରାଜ କୁମାର ପ୍ରଧାନ, ସମ୍ପାଦକ ସପନ କୁମାର ମିଶ୍ର ଓ ଅନ୍ୟ ଗୃହରକ୍ଷୀ କର୍ମଚାରୀ ଉପସ୍ଥିତ ରହି ଶୃଙ୍ଖଳାଗତ ସହଯୋଗ କରିଥିଲେ l ଓଡ଼ିଶା ରାଜ୍ୟରେ ଅନ୍ୟ କୌଣସି ଜିଲ୍ଲା ରେ ଏଭଳି ହୋମଗାର୍ଡ ୱେଲ୍ ଫର୍ ଫୋଣ୍ଡ କରାଯାଇଁନ ଥିବାବେଳେ ପ୍ରଥମ କରି ଗତ 2025 ଠାରୁ କନ୍ଧମାଳ ଜିଲ୍ଲା ରେ ସଂଘ ର ପରାମର୍ଶ ଦାତା ସାମ୍ବାଦିକ କୁନା ଦିଗାଲ ଙ୍କ ସମେତ ଆଇନ୍ ପରାମର୍ଶ ଦାତା ଆଦିତ୍ୟ ତ୍ରିପାଠୀ, ସଂଘ ର ସଭାପତି ପ୍ରଭାତ କୁମାର ସାହାଣୀ, ଉପ ସଭାପତି ଶ୍ରୀ ପ୍ରଧାନ ଏବଂ ସମସ୍ତ କର୍ମ କର୍ତ୍ତା ଙ୍କ ଆଲୋଚନା କ୍ରମେ ପୂର୍ବତନ ଜିଲ୍ଲା ଆରକ୍ଷକ ଅଧିକାରୀ ହରିଶ ବି ସୀ ଙ୍କ ସହଯୋଗରେ ଏଭଳି ମହୋତ୍ୱ ପୂର୍ଣ୍ଣ କାର୍ଯ୍ୟକ୍ରମ ଟିକୁ ଆରମ୍ବ କରାଯାଇଛି l ଆଗାମୀ ଦିନରେ ମଧ୍ୟ ଏଭଳି କାର୍ଯ୍ୟ ଚାଲୁ ରହିବ ବଲି ସଂଘ ର ସମସ୍ତ କର୍ମକର୍ତ୍ତା ମାନେ ମତ ରଖିଛନ୍ତି l ଅବସରରେ ସଂଘ ତରଫରୁ ସହାୟତା ରାଶି ପାଇବା ପରେ ଅବସର ପ୍ରାପ୍ତ ହୋମଗାର୍ଡ କର୍ମଚାରୀ ଟୁନା ନାୟକ ଙ୍କ ସମେତ ତାଙ୍କ ସହପରିବାର ବର୍ଗ ଜିଲ୍ଲା ହୋମଗାର୍ଡ ସଂଘ ର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଏବଂ ଜିଲ୍ଲା ଆରକ୍ଷକ ଅଧିକାରୀ ଙ୍କୁ ସାଧୁବାଦ ଜଣେଇଛନ୍ତି l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ