କଂଗ୍ରେସ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଗୋଷ୍ଠୀ କନ୍ଦଳ

Apr 18, 2026 - 06:07
 0  1
କଂଗ୍ରେସ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଗୋଷ୍ଠୀ କନ୍ଦଳ

ରାଇକିଆ: (ରୋନାଲ ଦିଗଲ:ଫାଷ୍ଟ ନିୟୁଜ ଓଡିଶା ) କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ମଣ୍ଡାକିଆ ଗ୍ରାମ ପଞ୍ଚାୟତ ର କଲୋନୀ ସାହି ପ୍ରଧାନ ଢ଼ାବା ଠାରେ ବ୍ଲକ କଂଗ୍ରେସ କମିଟି ତରଫରୁ ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀ ସଂରକ୍ଷିତ ଆଦିବାସୀ ଜୋନ ନମ୍ବର -83 ତରଫରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା,।ସେହି କାର୍ଯ୍ୟକ୍ରମ ରେ ଘୁ.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଏବଂ କଂଗ୍ରେସ ଜିଲ୍ଲା ସଭାପତି ଚନ୍ଦ୍ରଶେଖର ପରିଡ଼ା ଯୋଗଦାନ କରିଥିଲେ। ସଭାକାର୍ଯ୍ୟ ପ୍ରାରମ୍ଭରେ ରାଇକିଆ ଅଞ୍ଚଳର କିଛି କଂଗ୍ରେସ କର୍ମୀ ବିଧାୟକ ଓ ଜିଲ୍ଲା ସଭାପତି ଙ୍କ  କାର୍ଯ୍ୟକଳାପ କୁ ନେଇ ବିଭିନ୍ନ ପ୍ରଶ୍ନ ପଚାରିବା ସହିତ ବିଧାୟକ ଙ୍କ ପୁତ୍ର ଙ୍କୁ ମଧ୍ୟ ଠେଲା ପେଲା କରିବାକୁ ପଛାଇ ନ ଥିଲେ ।ଖବର ପାଇ ରାଇକିଆ ଥାନା ଭାରପ୍ରାପ୍ତ ଅଧିକାରିଣୀ ଘଟଣା ସ୍ଥଳ ରେ ପହଂଚି ଉଭୟ ଙ୍କୁ ଥାନା କୁ ଡାକି ବୁଝା ସୁଝା କରିବା ପରେ ସଭାକାର୍ଯ୍ୟ ସୂଚାରୁରୂପେ ଆରମ୍ଭ ହୋଇଥିଲା।ସୂଚନା ଥାଉ କି ଆଜିର ଘଟଣା କୁ ଦେଖିବା ପରେ ଯେଉଁ ନିର୍ବାଚନ ମଣ୍ଡଳୀ କୁ କଂଗ୍ରେସ ତାହାର ନିଜର ଗଡ଼ ଭାବୁଥିଲା ଆଜି ତାହା ଦୁଇଫାଳ ହୋଇ ଯାଇଛି ବୋଲି ଚର୍ଚ୍ଚା ରେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ