କଂଗ୍ରେସ ପକ୍ଷରୁ ନବବର୍ଷ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହେଲା ହାନାଗାଡେନ୍ ଠାରେ

Jan 16, 2026 - 22:53
 0  155
କଂଗ୍ରେସ ପକ୍ଷରୁ ନବବର୍ଷ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହେଲା ହାନାଗାଡେନ୍ ଠାରେ

କୋରାପୁଟ ଜିଲ୍ଲାର ପଟାଙ୍ଗି ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ଦଳ ପକ୍ଷରୁ ଆଜି ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ହାନାଗାଡେନ୍ ଠାରେ ଏକ ଭବ୍ୟ ନବବର୍ଷ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ପଟାଙ୍ଗି ବିଧାୟକ ଶ୍ରୀ ରାମଚନ୍ଦ୍ର କାଡାମଙ୍କ ଆମନ୍ତ୍ରଣରେ ଏହି କାର୍ଯ୍ୟକ୍ରମରେ କୋରାପୁଟ ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲାକା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଲକ୍ଷ୍ମୀପୁର ବିଧାୟକ ଶ୍ରୀ ପବିତ୍ର ସାନ୍ତା, ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରୂପ ତୁରୁକ, ଜିଲ୍ଲା ଏସି ସେଲ୍ ଚେୟରମ୍ୟାନ୍ ଶ୍ରୀ ରମେଶ ଖରା, କୋରାପୁଟ ବିଧାୟକ ଶ୍ରୀ ପାର୍ଥୀ କୁର୍ଶୁନ କୁଲଦୀପ ସହ କଂଗ୍ରେସ ଜିଲ୍ଲାପରିଷଦ ସଦସ୍ୟ, ପଟାଙ୍ଗି ନିର୍ବାଚନ ମଣ୍ଡଳୀର ସମସ୍ତ ବ୍ଲକର କଂଗ୍ରେସ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହା ସହିତ ବିଭିନ୍ନ ବ୍ଲକର ବିଧାୟକ ପ୍ରତିନିଧି,ସମସ୍ତ ପଞ୍ଚାୟତର ଜନପ୍ରତିନିଧି,ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ–ଅଧ୍ୟକ୍ଷା, ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ ଓ ଅଗଣିତ ଦଳୀୟ କର୍ମୀମାନେ ଯୋଗଦେଇଥିଲେ କାର୍ଯ୍ୟକ୍ରମରେ ପ୍ରାୟ ୬ ହଜାରରୁ ୭ ହଜାର ପର୍ଯ୍ୟନ୍ତ ଲୋକ ଉପସ୍ଥିତ ରହି ନବବର୍ଷକୁ ଉତ୍ସାହ ଓ ଉଲ୍ଲାସରେ ପାଳନ କରିଥିଲେ।ଏହି ବନ୍ଧୁ ମିଳନର ମୁଖ୍ୟ ଉଦ୍ଦେଶ୍ୟ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ସରପଞ୍ଚ, ପଞ୍ଚାୟତ ସମିତି ଓ ଜିଲ୍ଲାପରିଷଦ ସ୍ତର ପର୍ଯ୍ୟନ୍ତ ସଂଗଠନକୁ ଆହୁରି ସୁଦୃଢ଼ କରିବା ବୋଲି ନେତାମାନେ କହିଥିଲେ।ଏହି ଅବସରରେ ବିଜେଡିର କିଛି ସହସ୍ରାଧିକ କର୍ମୀ କଂଗ୍ରେସ ଦଳରେ ସାମିଲ ହୋଇଥିବାର ସୂଚନା ମିଳିଛି।

କୋରାପୁଟ ରୁ ରୂପ ଖରା ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ