।। ଓଡିଶା ସିଭିଲ ସର୍ଭିସ ପରୀକ୍ଷା ରେ ଆରମାନଦେବ୍ ଉତିନ୍ନ ।।

Oct 21, 2024 - 16:09
 0  156
।। ଓଡିଶା ସିଭିଲ ସର୍ଭିସ ପରୀକ୍ଷା ରେ ଆରମାନଦେବ୍ ଉତିନ୍ନ ।।

ଓଡିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୨-୨୦୨୩ ପରୀକ୍ଷାର ଫଳ ପ୍ରକାଶିତ ହୋଇଛି। ଏହି ପରୀକ୍ଷାରେ ବରୀ ବ୍ଲକ ଅନ୍ତର୍ଗତ ବରୀ ପଞ୍ଚାୟତ ଉତ୍ତର ବରୀ ଗ୍ରାମର ଅରମାନଦେବ୍ ପୁହାଣ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୩୬୫ ନମ୍ବର ସ୍ଥାନରେ ରହିଥିବା ଜଣାପଡିଛି। ତାଙ୍କ ପିତା ବିଶ୍ୱ ରଞ୍ଜନ ପୁହାଣ କେନ୍ଦ୍ରାପଡ଼ା ଆଟୋନୋମସ୍ କଲେଜ୍ ରେ ପଦାର୍ଥ ବିଜ୍ଞାନର ପ୍ରାଧ୍ୟାପକ ଓ ମା ମୋନାଲିଶା ପୁହାଣ ପଦ୍ମନାଭ ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ଏହି ପରୀକ୍ଷା ପାଇଁ ସେ ଦିନକୁ ୧୨ରୁ ୧୪ ଘଣ୍ଟା କଠିନ ପରିଶ୍ରମ କରୁଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ