ଉପ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ ନର୍ଳା ବିଧାନସଭା ସମସ୍ୟା କୁ ନେଇ ଜଣାଇଲେ ନର୍ଳା ସାମ୍ବାଦିକ ସଂଘ

Aug 26, 2024 - 18:08
 0  30
ଉପ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ  ନର୍ଳା ବିଧାନସଭା ସମସ୍ୟା କୁ ନେଇ ଜଣାଇଲେ ନର୍ଳା ସାମ୍ବାଦିକ ସଂଘ

କଳାହାଣ୍ଡି ଜିଲ୍ଲା ନର୍ଲା ସାମ୍ବାଦିକ ସଂଘ ଓଜେୟୁ ଶାଖା ପକ୍ଷରୁ ଏକ ପ୍ରତିନିଧି ଦଳ ଭୁବନେଶ୍ବର ଗ୍ରସ୍ତ କରି ଗତ ଶୁକ୍ରବାର ଦିନ,ବିଧାନସଭା ପରିସରରେ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଓ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀଯୁକ୍ତ। ମୁକେଶ ମହାଲିଙ୍ଗ ଙ୍କୁ ତାଙ୍କ ନିଜ ନିଜ କାର୍ଯ୍ୟାଳୟ ରେ ସାକ୍ଷାତ କରି ନର୍ଲା ଅଞ୍ଚଳ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ସ୍ଵାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ମାନ ଉପସ୍ଥାପନ କରିଛନ୍ତି ଯଥା ନର୍ଲା ଠାରେ ଏକ ସରକାରୀ ଆଇଟିଆଇ କଲେଜ , ଓ ନର୍ସିଂ ଟ୍ରେନିଂ କଲେଜ ଖୋଲିବା ସହ ବୃହତ୍ ଏକ ଶିଳ୍ପ ପ୍ରତିଷ୍ଠାନ ସ୍ଥାପନ ପାଇଁ ଅବଗତ କରିଛନ୍ତି ଏହା ହେଲେ ନର୍ଲା ବିଧାନସଭା ର ପ୍ରତିବର୍ଷ ବିଭିନ୍ନ କଲେଜ ରୁ ଉତିନ୍ନ ହେଉଥିବା ଯୁକ୍ତ ଦୁଇ ଓ ଯୁକ୍ତ ତିନି ହଜାର ହଜାର ଛାତ୍ରଛାତ୍ରୀ କୌଣସି କର୍ମ ନିଯୁକ୍ତି ନ ପାଇ ଦାଦନ ଖଟିବା ପାଇଁ ବାଧ୍ୟ ହେଉଥିବା ପରିସ୍ଥିତି କୁ ଏଡ଼ାଇ ଦିଆଯାଇ ପାରିବ ବୋଲି ସଂଘ ପକ୍ଷରୁ ସରକାର ଙ୍କୁ ଅବଗତ କରାଯାଇଛି,ସେହିଭଳି ସ୍ଵାସ୍ଥ୍ୟ ମନ୍ତ୍ରୀ ମାନ୍ୟବର ମୁକେଶ ମହାଳିଙ୍ଗ ଙ୍କୁ ନର୍ଲା ଠାରେ ଯଥାଶୀଘ୍ର ଏକ ବହୁମୁଖି ଉନ୍ନତ ମାନର ମେଡିକାଲ ଖୋଲିବା ସହ, ରକ୍ତ ଭଣ୍ଡାର ବ୍ୟବସ୍ଥା ଓ ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ ପାଇଁ ଦାବି ଉପସ୍ଥାପନ କରିଛନ୍ତି ଯାହା ଫଳରେ ଅଞ୍ଚଳର ଗରିବ ଶ୍ରେଣୀର ଲୋକ ମାନଙ୍କୁ ଉନ୍ନତ ମାନର ବହୁ ବିଧ ସ୍ଵାସ୍ଥ୍ୟ ସେବା ସାଧାରଣ ଲୋକଙ୍କ ହାତ ପାହାନ୍ତା ରେ ଉପଲବ୍ଧ ହୋଇ ପାରିବା ସହ,ଅନେକ ଗରିବ ଶ୍ରେଣୀର ଲୋକେ ବହୁଳ ଖର୍ଚ୍ଚାନ୍ତ ରୁ ମୁକ୍ତି ପାଇ ପାରିବେ ବୋଲି ସଂଘ ପକ୍ଷରୁ ମାନ୍ୟବର ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଅଛି ମାନ୍ୟବର ମନ୍ତ୍ରୀ ମଧ୍ୟ ନର୍ଲା ପ୍ରେସ ଆସୋସିଏସନ୍ ର ସମସ୍ତ ପ୍ରତିନିଧି ମାନଙ୍କ କଥାକୁ ସମ୍ମାନ ର ସହ ଗ୍ରହଣ କରି ଆଗାମୀ ଦିନରେ ତତ୍ ସଂଲଗ୍ନ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ପର୍ଯ୍ୟାୟ କ୍ରମେ ସମସ୍ତ ସମସ୍ୟା ର ସମାଧାନ ନିଶ୍ଚିତ ରୂପେ କରାଯିବ ବୋଲି ପ୍ରକାଶ କରିଛନ୍ତି ।

ମ ରାମପୁର ବାରୁ ମାଝି ଙ୍କ ରିପୋଟ୍ ଫାଷ୍ଟ ନ୍ୟଜୁ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ