।। ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଉଭୟ ସୁନାବେଡା ଓ ସେମିଳିଗୁଡା ଗ୍ରସ୍ତ ।।

Aug 14, 2024 - 19:27
Aug 14, 2024 - 19:33
 0  6
।। ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଉଭୟ ସୁନାବେଡା ଓ ସେମିଳିଗୁଡା ଗ୍ରସ୍ତ ।।

ସୁନାବେଡା, ସେମିଳିଗୁଡା ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ,କ୍ରୀଡା ଓ ଯୁବ ସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ବୁଧବାର ଜିଲ୍ଲା ଗ୍ରସ୍ତରେ ଆସି ପ୍ରଥମେ କୋରାପୁଟ ବାହାରି ସୁନାବେଡା ଟ୍ରାଫିକ ଛକ ନିକଟ ପଡ଼ିଆ ଠାରେ ପହଂଚି ଥିଲେ ସେଠାରେ ଉପସ୍ଥିତ ବିଜେପି କର୍ମକର୍ତ୍ତା ମାନେ ପୁଷ୍ପ ଗୁଛ ଦେଇ ଢେମସାର ତାଳେ ତାଳେ ସଭା ସ୍ଥଳକୁ ପାଛୋଟି ନେଇଥିଲେ । ସେଠାରେ ପୋୖର ପରିଷଦ ପକ୍ଷରୁ ଆୟୋଜିତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆୟୋଜିତ ସଭା ସ୍ଥଳରେ ଉଦବୋଧନ ଦେଇ ଶ୍ରୀ ସୁରଜ କହିଥିଲେ ଗଣତନ୍ତ୍ରର ଏହି ମହାନ ପର୍ବକୁ ଅଞ୍ଚଳର ସମସ୍ତ ଜନ ସାଧରଣଙ୍କୁ ସାମିଲ ହେବାକୁ ନିବେଦନ କରିବା ସହ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶା ତଥା ଅଂଚଳର ସମସ୍ତ ଘରେ ଘରେ ତ୍ରିରଙ୍ଗା ଲଗାଇବା ଅନୁରୋଧ କରିବା ସହ ବହୁ କଷ୍ଟରେ ପାଇଥିବା ସ୍ୱାଧୀନତା ଏବଂ ବହୁ କଷ୍ଟରେ ବର୍ତମାନ ସୁଦ୍ଧା ବଜାଇ ରଖିଥିବା ସ୍ୱାଧୀନତାକୁ ଆମେ ସ୍ମରଣ କରି ବୀର ସଂଗ୍ରାମୀ ଙ୍କୁ ମନେ ପକାଇବାକୁ ସମସ୍ତ ଜନ ସାଧାରଣଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲାପାଳ ଭି କୀର୍ତ୍ତି ଭାସନ, ଅତିରିକ୍ତ ଜିଲାପାଳ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ ବେଣୁଧର ଶବର ,ସେମିଳିଗୁଡା ତହସିଲଦାର ଦେବବ୍ରତ କରାତେ, ସେମିଳିଗୁଡା ବ୍ଲକ ବିଡ଼ିଓ ଯସ୍ମୀନ ପ୍ରଧାନ , ସୁନାବେଡାପୋୖର ପରିଷଦ ନିର୍ବାହୀ ଅଧିକାରୀ ନାରାୟଣ ନାୟକ, ପୋୖର ଅଧକ୍ଷ ଡ଼ ରାଜେନ୍ଦ୍ର ପାତ୍ର, ଉପାଧ୍ୟକ୍ଷା ରିତୁ କଣ୍ଟା, ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ସମେତ ବିଭିନ୍ନ ସ୍କୁଲ ଛାତ୍ର ଛାତ୍ରୀ ,ଶିକ୍ଷକ ଶିକ୍ଷୟତ୍ରୀ, ଏସ ଏଚ ଜି ଗ୍ରୁପ ଓ ମିଶନ ଶକ୍ତି ମହିଳା ସଦସ୍ୟ ଏବଂ ପୋୖର ପରିଷଦର ଅନ୍ୟ କର୍ମଚାରୀ ଓ ଜନ ସାଧାରଣ ମାନେ ଉପସ୍ଥିତ ଥିଲେ । ପରବର୍ତ୍ତୀ ସମୟରର ସଭା ସ୍ଥଳରୁ ଏକ ବାଇକ ଶୋଭାଯାତ୍ରାର ଆୟୋଜନ ହୋଇଥିଲା । ମନ୍ତ୍ରୀ ଶ୍ରୀ ସୁରଜ ଏକ ବାଇକରେ ବସି ହାତରେ ତ୍ରିରଙ୍ଗା ଧରି ଶୋଭା ଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରା ସୁନାବେଡା ସଭା ସ୍ଥଳରୁ ବାହାରି ସେମିଳିଗୁଡା ସହର ପରିକ୍ରମା ପରେ ନନ୍ଦପୁର ରାସ୍ତା ଦେଇ ସେମିଳିଗୁଡା ମହାବିଦ୍ୟାଳୟରେ ପହଂଚି ଥିଲା । ସେଠାରେ ଅନରୁପ ଭାବେ ମନ୍ତ୍ରୀ ଶ୍ରୀ ସୁରଜ ଙ୍କୁ କଲେଜ କତ୍ତୃପକ୍ଷ ଓ ଛାତ୍ର ଛାତ୍ରୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । କଲେଜରେ ବିଭିନ୍ନ ଯୋଜନାରେ ନବ ନିର୍ମିତ ୩ଟି ବଡ଼ କୋଠା ଯଥା ରୁଶା, ପ୍ରୟୋଗ ଶାଳା ଓ ସହାୟକ କୋଠା କୁ ମନ୍ତ୍ରୀ ଦ୍ୱାରା ଉଦଘାଟନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏକ ସଭାର ଆୟୋଜନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସୁରଜ ଯୋଗ ଦେଇଥିଲା ବେଳେ ସେ ତାଙ୍କ ବକ୍ତବ୍ୟରେ ଶିକ୍ଷା ଅଭିବୃଦ୍ଧି ହେଲେ ଅର୍ଥନୈତିକ ଅଭିବୃଦ୍ଧି ଘଟିବ ତେଣୁ ଶିକ୍ଷା ନିତ୍ୟାନ୍ତ ଆବଶ୍ୟକ ବୋଲି ସେ କହିଥିଲେ । ଅନ୍ୟ ମଞ୍ଚସିନ ଅତିଥି ମାନଙ୍କ ମଧ୍ୟରେ କୋରାପୁଟ ବିଧାୟକ ରଘୁରାମ ମାଛ, କୋଟ ପାଡ଼ ବିଧାୟକ ରୂପ ଭତ୍ରା, କୋରାପୁଟ ଜିଲାପାଳ ଭି କୀର୍ତ୍ତୀ ଭାସନ, ପରିଚାଳନା ସଭାପତି ପ୍ରଦୀପ ବେହେରା, ଭାଜପା ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ, କଲେଜ ଅଧକ୍ଷ ଡ଼ ରମା ରଞ୍ଜନ ପଟ୍ଟନାୟକ, ସେମିଳିଗୁଡା ବ୍ଲକ ଅଧକ୍ଷା ଲିଲି ଅଣ୍ଟାବିରିଆ ଓ ଉପାଧ୍ୟକ୍ଷ ଶିବା ବାଙ୍ଗାରି ପ୍ରମୁଖ ଉପସ୍ଥିତ ଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ କଲେଜର ସମସ୍ତ ଅଧ୍ୟାପକ , ଅଧ୍ୟାପିକା, ଛାତ୍ର ଛାତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । କଲେଜ ପକ୍ଷରୁ ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁ ପୁଷ୍ପ ଗୁଛ ସହ ଉପଢୌକନ ଦେଇ ସଂମ୍ମାନୀତ କରାଯାଇଥିଲା । ବରିଷ୍ଠ ଅଧ୍ୟାପିକା ଝାଂନସି ସିଂହ ସଭା କାର୍ଯ୍ୟ ପରିଚାଳନା କରିଥିଲେ ।

 କୋରାପୁଟ ରୁ ରୂପ ଖରା ଙ୍କ ରିପୋର୍ଟ First news Odisha

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ