ଆମେ ପଢିବା ଆମ ଭାଷାରେ ଜିଲ୍ଲା ସ୍ତରୀୟ କର୍ମଶାଳା
ମାଲକାନଗିରି, ୨୧/୨/୨୬: ଆଜି ମାଲକାନଗିରି ଜ଼ିଲ୍ଲାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟରେ ଆମେ ପଢିବା ଆମ ଭାଷାରେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମାଲକାନଗିରୀ ଜିଲ୍ଲା ଜନଜାତି ବହୁଳ ଜିଲ୍ଲା ଏବଂ ଜନଜାତି ଭାଷାରେ ପିଲାଙ୍କୁ ପାଠ ପଢାଇଲେ ସେମାନଙ୍କର ପାଠ ପ୍ରତି ଆଗ୍ରହ ବଢିବ ବୋଲି ଅତିରିକ୍ତ ଜିଲ୍ଲାପାଳ ନିଜ ବକ୍ତବ୍ୟରେ କହିଥିଲେ। ଅତିରିକ୍ତ ଜିଲ୍ଲା ମଙ୍ଗଳ ଆଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସରପଞ୍ଚ, ଏମଏଲଇ ଶିକ୍ଷକ, ଅଙ୍ଗନୱାଡି କର୍ମୀ ଏବଂ ସିଡ଼ିପିଓ ଉପସ୍ଥିତ ଥିଲେ । ପିରାମଲ୍ ଫାଉଣ୍ଡେସନ ଏହି କାର୍ଯ୍ୟକ୍ରମରେ ସହଯୋଗୀ ପାର୍ଟନର ଭାବେ କାର୍ଯ୍ୟ ତୁଲାଇବେ । ଅନ୍ୟ ମାନଙ୍କ ମଧ୍ୟରେ ରାଜାରାମ ମଲ୍ଲିକ ଏବଂ ମନୋଜ କୁମାର ସାହୁ ଉପସ୍ଥିତ ଥିଲେ । ଜିଲ୍ଲା ସମାଜ ମଙ୍ଗଳ ବିଭାଗର କର୍ମଚାରୀ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0