।। ଆମେ ପଢ଼ିବା ଆମେ ଗଢ଼ିବା କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ ।।

Feb 6, 2024 - 16:16
 0  15
।। ଆମେ ପଢ଼ିବା ଆମେ ଗଢ଼ିବା କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ ।।

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ସଭାଗୃହ ଠାରେ ଆମେ ପଢ଼ିବା ଆମେ ଗଢ଼ିବା କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ ହୋଇଯାଇଅଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ ଙ୍କ ଦ୍ଵାରା କାର୍ଯ୍ୟକ୍ରମ ଟି ପ୍ରାରମ୍ଭ କରାଯାଇଅଛି।ସେ ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭ କରିବାର ମୁଖ୍ୟ ଉଦ୍ଦେଶ୍ୟ ତଥା ପଟ୍ଟାଙ୍ଗି ବ୍ଲକ୍ ର ୮ ଗୋଟି ପଞ୍ଚାୟତର ଆନ୍ଧ୍ର ର ସୀମାନ୍ତ ରେ ମିଶି ରହିଅଛି।ଯାହା ଫଳରେ ଉକ୍ତ ଅଞ୍ଚଳ ରେ ତାହାର ଭାଷା କୁ ପ୍ରବେଶ କରି ତାହାର ସୀମା ବଢେଇବା ନିମନ୍ତେ ଭିନ୍ନ ଭିନ୍ନ ପ୍ରୟାସ ଜାରି ରଖିଛି।ତେଣୁ ସୀମା ସୁରକ୍ଷା ସହ ଭାଷା ର ସୁରକ୍ଷା ଆମର ମୁଖ୍ୟନୀତି ରହିବାର ଆବଶ୍ୟକ ଅଟେ ବୋଲି ସେ କହିଥିଲେ।ତେଣୁ ପ୍ରଶାଂତ ମହାଂତି ଙ୍କ ଦ୍ଵାରା ଲିଖିତ ଯୁକ୍ତାକ୍ଷର ବିହୀନ ଅବନା କବିତା ଦୁଇଟି ତଥା ସପନ ଘର ଏବଂ ହସମଉଜ ବହି ମାଧ୍ୟମରେ ପଞ୍ଚାୟତ ର ପ୍ରତ୍ୟେକ ବିଦ୍ୟାଳୟ ରେ ଶିଶୁ ସାହିତ୍ୟ କର୍ମଶାଳା କରି ଓଡ଼ିଆ ଭାଷା ର କିଭଳି ଆଦର ସୃଷ୍ଟି ହୋଇପାରିବ ସେଥିନିମନ୍ତେ ପ୍ରୟାସ କରିବା ବୋଲି କହିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ବ୍ଲକ୍ ଅଧ୍ୟକ୍ଷା କଳ୍ପନା ପାଙ୍ଗି ଯୋଗଦାନ ଦେଇଥିଲେ।ଅନ୍ୟତମ ଅତିଥିଭାବେ ଜିଲ୍ଲା ପରିଷଦ ସଦସ୍ୟ ଲଇଛନ ଖରା,ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ, ସ୍ଥାନୀୟ ସରପଞ୍ଚ ଆଲମେ ଫୁଲ,ସ୍ଥାନୀୟ ସମିତି ସଭ୍ୟ ଶିବାନୀ ନାୟକ,ଗାଙ୍ଗେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ରାମକୃଷ୍ଣ ସାମଲ,ଗାଙ୍ଗେଶ୍ୱରୀ ଡିଗ୍ରୀ ମହା ବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଅମୟ କୁମାର ସ୍ବାଇଁ ଯୋଗଦାନ ଦେଇଥିଲେ।

ପଟାଙ୍ଗି ରୁ କୃଷ୍ଣ ଗୋଲରୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ