।। ଆମ ଓଡିଶା ,ନବୀନ ଓଡ଼ିଶା କାର୍ଯ୍ୟ ରେ ବିଭ୍ରାଟ ଛତାପିପଲ ପଞ୍ଚାୟତରେ ତେଜିଲା ଅସନ୍ତୋଷ ସଭା ମଧ୍ୟରେ ଲୋକେ କଲେ ପ୍ରତିବାଦ ।।

Feb 13, 2024 - 11:55
 0  18
।। ଆମ ଓଡିଶା ,ନବୀନ ଓଡ଼ିଶା କାର୍ଯ୍ୟ  ରେ  ବିଭ୍ରାଟ                     ଛତାପିପଲ ପଞ୍ଚାୟତରେ ତେଜିଲା ଅସନ୍ତୋଷ ସଭା ମଧ୍ୟରେ ଲୋକେ କଲେ ପ୍ରତିବାଦ ।।

ଓଡିଶା ସରକାରଙ୍କ ଲୋକ ପ୍ରିୟ ଜନନେତା ନବୀନ ସରକାରଙ୍କ ପକ୍ଷରୁ ଆମ ଓଡିଶା... ନବୀନ ଓଡିଶା...ର ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ସମଗ୍ର ଓଡିଶାରେ ଚାଲିଛି l ଆଜି ବଲାଙ୍ଗୀର ଜିଲ୍ଲାର ପୁଇଁତଲା ବ୍ଲକ ଅନ୍ତର୍ଗତ ଛତାପିପଲ ପଞ୍ଚାୟତରେ ସରପଞ୍ଚଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ନାଚ ଗୀତ ମାଧ୍ୟମରେ ନବୀନ ସରକାରଙ୍କ ଅନେକ ଯୋଜନା ବିଷୟରେ ଉପସ୍ଥାପନା କରି ଜନସାଧାରଣଙ୍କୁ ବୁଝାଉଥିଲେ l ଏଠାରେ ସ୍ଥାନୀୟ ସରପଞ୍ଚ ଶୈଳେନ୍ଦ୍ରି ମହାକୁଡ଼, ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମରେନ୍ଦ୍ର ସ୍ୱାଇଁ ମଞ୍ଚରେ ଉପସ୍ଥିତ ରହି ଅନେକ ସରକାରୀ ଯୋଜନା ଦ୍ୱାରା ଲୋକେ ଉପକୃତ ହେଉଛନ୍ତି ବୋଲି ପ୍ରଶଂସା କରୁଥିଲେ l ଠିକ ଏତିକି ସମୟରେ ସ୍ଥାନୀୟ ନାୟକ ସରପଞ୍ଚ, ୱାର୍ଡ ମେମ୍ବର ଓ ସ୍ଥାନୀୟ କିଛି ଲୋକ ମଞ୍ଚ ଉପରେ ବଲାଙ୍ଗୀର ର କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଜିନ୍ଦାବାଦ, ରାହୁଲ ଗାନ୍ଧୀ ଜିନ୍ଦାବାଦ, ଜୟ କୋଶଲ ବୋଲି ନାରା ଦେଇ ପ୍ରତିବାଦ କରିଥିଲେ ଏବଂ ନିଜ ଅଞ୍ଚଳରେ ହେଉଥିବା ଅନେକ ଅସୁବିଧା ଉପରେ bdo ଙ୍କ ସହିତ ଆଲୋଚନା କରି ପ୍ରତିବାଦ କରିଥିଲେ l ଘୋଷଣା ହେଉଥିବା ସବୁ ଯୋଜନା ଫେଲ ମାରିଛି ଆମ ପଞ୍ଚାୟତରେ... ଏସବୁ ପ୍ରଚାର ପ୍ରସାର ମିଥ୍ୟା ବୋଲି ପ୍ରତିବାଦ କରିଥିଲେ l ଏହା ସହିତ ଉପସ୍ଥିତ କେତେକ ବୃଦ୍ଧା 60 ରୁ 65 ବର୍ଷ ବୟସ ହେଲା ପରେ ମଧ୍ୟ ତାଙ୍କର ବାର୍ଦ୍ଧକ୍ୟ ଭତ୍ତା ମିଳୁନାହିଁ କି ଆବାସିକ ଯୋଜନାରେ ଘର ମିଳୁନାହିଁ l କେବଳ ନବୀନ ସରକାର ପ୍ରଚାର ପ୍ରସାର କରୁଛନ୍ତି ବୋଲି ପ୍ରତିବାଦ କରିଥିଲେ l ସେହି ଅସୁବିଧା ଗୁଡିକର ସମାଧାନ ତୁରନ୍ତ ହେବ ବୋଲି BDO ପ୍ରତିଶୃତି ଦେଇଥିଲେ l ହେଲେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ପାଇଁ ରୋକ ଠୋକ ମନା କରି ସଭାରୁ ବାହାରି ଯାଇଥିଲେ ।

 ବଲାଙ୍ଗୀର ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ