ଆନ୍ତର୍ଜାତୀୟ ଟ୍ରାନ୍ସଜେନଡର ଦୃଶ୍ୟତା ଦିବସ ପାଳିତ

ନୂଆପଡା ଜ଼ିଲ୍ଲା ସାମାଜିକ ସୁରକ୍ଷl ବିଭାଗ, ନୂଆପଡା ଏବଂ ସ୍ବେଛାସେବୀ ଅନୁଷ୍ଠାନ ପରଦା, ନୂଆପଡା ମିଳିତ ଅନୁକୂଲ୍ୟ ରେ ପରଦା ଟ୍ରେନିଂ ହଲ ରେ ଆନ୍ତର୍ଜାତୀୟ ଟ୍ରାନ୍ସଜେନଡର ଦୃଶ୍ୟତା ଦିବସ- ୨୦୨୪ ପାଳିତ ହୋଇଯାଇଛି | ଏହି ଅବସର ରେ ଶ୍ରୀ ଯୁକ୍ତ ଅନନ୍ତ କୁମାର ହେମ୍ରମ ଜ଼ିଲ୍ଲା ସାମାଜିକ ସୁରକ୍ଷ୍ୟା ଅଧିକାରୀ ମୁଖ୍ୟ ଅତିଥି, ଶ୍ରୀଯୁକ୍ତ ରୁଦ୍ର ପଟ୍ଟନାୟକ ଅଧକ୍ଷ ପରଦା, ନୂଆପଡା ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଥିଲେ | କାର୍ଯ୍ୟକ୍ରମ କୁ ଶ୍ରୀମତୀ ଜୁଲି ମାଝୀ, ସଭାନେତ୍ରୀ, ସତୀ ସଂଗଠନ ର ପରିଚାଳନା କରି ଥିଲେ | ଏହି କାର୍ଯ୍ୟ କ୍ରମ ରେ ଜ଼ିଲ୍ଲା ର ସମସ୍ତ ଟ୍ରାନ୍ସଜେନଡର ମାନେ ଯୋଗଦାନ କରି ଥିଲେ | ଶ୍ରୀମତୀ ଜୁଲି ମାଝୀ, ସଭାନେତ୍ରୀ, ସତୀ ର ଅତିଥି ମାନଙ୍କୁ ସ୍ୱାଗତ କରି ଟ୍ରାନ୍ସଜେନଡର ପାଇଁ ସଚେତନତା ସୂଚନା ଓ ଦାୟିତ୍ୱ ବିଷୟ ରେ ବୁଝାଇ ଥିଲେ | ଶ୍ରୀ ଯୁକ୍ତ ରୁଦ୍ର ପଟ୍ଟନାୟକ ଅଧକ୍ଷ ପରଦା, ନୂଆପଡା, ବକ୍ତବ୍ୟ ରେ ସତୀ ସଂଗଠନ ର ସଦସ୍ୟତା ବୃଦ୍ଧି କରି ସାମାଜିକ ସୁରକ୍ଷା ରେ ଅନ୍ତର୍ଭୁକ୍ତ କରିବା ପାଇଁ ଗୁରୁତ୍ୱ ଦେଇ ଥିଲେ | ଶ୍ରୀଯୁକ୍ତ ଅନନ୍ତ କୁମାର ହେମ୍ରମ ଜ଼ିଲ୍ଲା ସାମାଜିକ ସୁରକ୍ଷ୍ୟା ଅଧିକାରୀ ଙ୍କ ବକ୍ତବ୍ୟ ରେ ସମସ୍ତ ଟ୍ରାନ୍ସଜେନଡର ମାନଙ୍କ ପାଇଁ ଆଜିକାର ଦିବସ ମହତ୍ୱ ଏବଂ ସୁବିଧା ସୁଯୋଗ ସହିତ ଅଧିକାର ଏବଂ ସଚେତନ ହେବ ପାଇଁ ଗୁରୁତ୍ୱ ଦେଇ ଥିଲେ | କାର୍ଯ୍ୟକ୍ରମ ଶେଷ ରେ ନୃତ୍ୟ ପ୍ରତିଯୋଗିତା ହୋଇଥିଲା ଏବଂ ଟ୍ରାନ୍ସଜେନଡର ମାନଙ୍କୁ ଉତ୍ସାହିତ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ସତୀ ସଂଗଠନ ର ସମସ୍ତ ଙ୍କୁ ପରିଚୟ ପତ୍ର ଅତିଥି ମାନଙ୍କୁ ଠାରୁ ପ୍ରଦାନ କରାଯାଇ ଥିଲା | ଏହି କାର୍ଯ୍ୟକ୍ରମ କୁ ପରଦା ର ବେଦରମ ସାହୁ, ମନ ବାଇ ଉଜିର, ବନ୍ଦନା ମାଝୀ ଏବଂ ରିତା ରାଣୀ ପାଣିଗ୍ରାହୀ ସହଯୋଗ କରି ଥିଲେ | ଶେଷରେ ଉପସ୍ଥିତ ଅତିଥି ମାନଙ୍କୁ ଧନ୍ୟ ବାଦ ଦେଇ ଶ୍ରୀଯୁକ୍ତ ବେଦରlମ ସାହୁ କାର୍ଯ୍ୟକ୍ରମ ସମାପନ କରି ଥିଲେ |
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ fast news ଓଡ଼ିଶା
What's Your Reaction?






