ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ: ଆଧୁନିକ କୃଷି ଯନ୍ତ୍ରପାତି ସମ୍ପର୍କରେ ଜାଣିବେ ଚାଷୀ,ରିହାତି ଦରରେ କିଣି ଲାଭାନ୍ୱିତ ହୋଇ ପାରିବେ

Mar 6, 2026 - 21:06
 0  7
ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ: ଆଧୁନିକ କୃଷି ଯନ୍ତ୍ରପାତି ସମ୍ପର୍କରେ ଜାଣିବେ ଚାଷୀ,ରିହାତି ଦରରେ କିଣି ଲାଭାନ୍ୱିତ ହୋଇ ପାରିବେ

ବାରିପଦା, (୦୬/୦୩): ମୟୁରଭଞ୍ଜ ଜିଲ୍ଲା ପକ୍ଷରୁ ବାରିପଦା ସ୍ଥିତ ଛଉ ପଡ଼ିଆ ଠାରେ ଆଜିଠାରୁ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଆରମ୍ଭ ହୋଇଛି। ଦୀର୍ଘ ପାଞ୍ଚ ଦିନ ଧରି ଆତ୍ୟାଧୁନିକ କୃଷି ଜନ୍ତ୍ରପାତି ପ୍ରଦର୍ଶନ ସହିତ ଓ ଅତ୍ୟାଧୁନିକ ପ୍ରଣାଳୀରେ ଚାଷ କରିବାକୁ ସରକାରଙ୍କ ପ୍ରୋତ୍ସାହନ ପ୍ରତିଫଳିତ ହେଉଛି। ଉଦଘାଟନୀ ଉତ୍ସବର ମୁଖ୍ୟ ଅତିଥି ଭାବେ ଲୋକସଭା ସାଂସଦ ନବ ଚରଣ ମାଝୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଆଧୁନିକ କୃଷି ଯନ୍ତ୍ରପାତି ସମ୍ପର୍କରେ ଚାଷୀମାନେ ଅବଗତ ହୋଇ ଲାଭାନ୍ୱିତ ହେବେ ବୋଲି ଆଶାବ୍ୟକ୍ତ କରିଛନ୍ତି। ମୁଖ୍ୟ ବକ୍ତା ଭାବେ ବିଧାୟକ ରାଇରଙ୍ଗପୁର ଜଲେନ୍ ନାଏକ ମହୋଦୟ ଯୋଗଦେଇ ବୈଷୟିକ ଜ୍ଞାନ ଓ ଜୈବିକ ସାର ବ୍ୟବହାର କରି ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରିବା ପାଇଁ ସରକାର ପ୍ରତିବଦ୍ଧ ଥିବା କହିଛନ୍ତି। ସମ୍ମାନିତ ଅତିଥି ଭାବେ ବିଧାୟକ ବଡସାହି, ସନାତନ ବିଜୁଳି ମହୋଦୟ, ବିଧାୟିକା ବାଙ୍ଗିରିପୋଷି, ସୁଶ୍ରୀ ସଞ୍ଜଳୀ ମୁର୍ମୁ , ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକ , ଜିଲ୍ଲା ମୁଖ୍ୟ ଉଦ୍ୟାନ କୃଷି ଅଧିକାରୀ,ଲୋକନାଥ ମିଶ୍ର , ପ୍ରମୁଖ ଯୋଗଦେଇ ଅତ୍ୟାଧୁନିକ କୃଷି ଜନ୍ତ୍ରପାତି ପାଇଁ ସରକାରଙ୍କ ସବସିଡ଼ି ବ୍ୟବସ୍ଥା ସମ୍ପର୍କରେ ଅବଗତ କରିବା ସହିତ ଉନ୍ନତ ଚାଷ ପାଇଁ ଚାଷୀଙ୍କୁ ସର୍ବଦା ସହାୟତା କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହାସହ ମିଶ୍ରିତ ଫସଲ ଚାଷ, ଅର୍ଥକାରୀ ଫସଲ ପାଇଁ ଉନ୍ନତ ଯନ୍ତ୍ରପାତିର ସଠିକ ଉପଯୋଗ ଓ ପରିଚଳନା, ଉନ୍ନତ ମାନର ଯାନ୍ତ୍ରିକ ସୁବିଧା ଓ ସୁଯୋଗ ନେବା ପାଇଁ ଚାଷୀଙ୍କୁ ମଧ୍ୟ ଅତିଥିମାନେ ପରାମର୍ଶ ଦେଇଛନ୍ତି। ଏହି ମେଳା ଦ୍ବାରା ଚାଷୀମାନେ ଢେର ଜ୍ଞାନ ଅର୍ଜନ କରିଥିବା କହିବା ସହିତ କୃଷିର ବିକାଶ ପାଇଁ ଏଭଳି ମେଳା ହେବା ଏବଂ ଏହା ମାଧ୍ୟମରେ କୃଷକଙ୍କୁ ସଚେତନ କରାଯିବା ଆବଶ୍ୟକ ବୋଲି ଚାଷୀମାନେ ମତବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ଏହି କୃଷି ଯନ୍ତ୍ରପାତି ମେଳାରେ ୧୧୪ ଟି ଷ୍ଟଲ ଖୋଲାଯାଇ ବିଭିନ୍ନ ଆଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶନ କରାଯାଉଛି । ସରକାରଙ୍କ ରିହାତି ଦରରେ ଚାଷୀ ଓ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଯନ୍ତ୍ରପାତି ମଧ୍ୟ ପ୍ରଦାନ କରାଯିବ। ବର୍ତମାନ ସମୟ ଓ ଶ୍ରମିକ ଅଭବାକୁ ଏଡାଇବାକୁ ଏବଂ କୃଷକକୁ ଅଧିକ ସଫଳ କରାଇବା ସରକାରଙ୍କ ଏକ ବଡ ପ୍ରୟାସ ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ