।। ଆଗ୍ରୋ ନୁଟ୍ରୀସନ ଖାଦ୍ୟ ପ୍ରକଳ୍ପ ଉଦଘାଟିତ ।।

Jan 10, 2024 - 11:57
 0  171
।। ଆଗ୍ରୋ ନୁଟ୍ରୀସନ ଖାଦ୍ୟ ପ୍ରକଳ୍ପ ଉଦଘାଟିତ ।।

ରାୟଗଡା ବ୍ଲକର ପିତାମହଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଇଡକୋଲ ଶିଳ୍ପ ଅଞ୍ଚଳରେ ମୂଖ୍ୟମନ୍ତ୍ରୀ କୃଷି ୟୁଡୋଗି ଯୋଜନା ଅନ୍ତର୍ଗତ ଆଗ୍ରୋ ନୁଟ୍ରିଁନ ଖାଦ୍ୟ ପ୍ରକଳ୍ପ ଉଦଘାଟିତ ହୋଇଛି। ରାୟଗଡା ଜିଲ୍ଲାର ପ୍ରଥମ ଖାଦ୍ୟ ତିଆରି ପ୍ରକଳ୍ପ। ଏହି ପ୍ରକଳ୍ପ ରେ 210 ଯୁବକ ଓ ଯୁବତିଙ୍କୁ ନିଯୁକ୍ତି ମିଳିପାରେ ବୋଲି ସୂଚନା ମିଳିଛି। ରାଗି, ପଣସ, କାଙ୍ଗୁ,କୋଶ୍ଲା, ସୁଆଁ ,ମହୁଆ ଇତ୍ୟାଦି ଶସ୍ୟ ଜାତୀୟ ପଦାର୍ଥ ବ୍ୟବହାର କରି 100 ପ୍ରକାର ଖାଦ୍ୟ ତିଆରି କରି ବଜାରକୁ ପହଞ୍ଚାଇବା ପାଇଁ ଚେଷ୍ଟା କରିବେ ବୋଲି ସୂଚନା ପ୍ରଦାନ କରିଥିଲେ। ଆଜିର ଏହି ପ୍ରକଳ୍ପ ଉଦଘାଟନୀ ସମାରୋହରେ କେବିନେଟ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲାପାଳ ଶ୍ରୀମତୀ ସ୍ଵଧା ଦେବ ସିଂ, ଓ ଶିଳ୍ପ ବିଭାଗ ର ଅଧିକାରୀ ସବ୍ୟସାଚୀ ସାହୁ, ଓ ଅନ୍ୟ ପ୍ରମୁଖ ବ୍ୟକ୍ତି ମାନେ ଉପସ୍ଥିତ ରହି ଫିତା କାଟି ଉଦଘାଟିତ କରିଥିଲେ ଓ ପ୍ରକଳ୍ପ ବିଶୟରେ ବୁଲି ବୁଲି ତନଖି କରି ପଚାରି ବୁଝି ଥିଲେ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ