ଅପହରଣ ଓ ଯୌନ ନିର୍ଯାତନା ଅଭିଯୋଗରେ ଫେରାର ଦୁଇ ଅଭିଯୁକ୍ତ ଗିରଫ

Feb 4, 2026 - 20:47
 0  2
ଅପହରଣ ଓ ଯୌନ ନିର୍ଯାତନା ଅଭିଯୋଗରେ ଫେରାର ଦୁଇ ଅଭିଯୁକ୍ତ ଗିରଫ

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ ଜଣେ ଅପ୍ରାପ୍ତବୟସ୍କା କନ୍ୟାଙ୍କୁ ଅପହରଣ ଏବଂ ଯୌନ ନିର୍ଯାତନା କରାଯାଇଥିବା ଅଭିଯୋଗରେ ପୁଲିସ ଦୁଇଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସୁଶୀଲ ନାୟକ (୧୮) ଓ ନିତେଶ ନାୟକ (୨୦), ଉଭୟ ଝିରିପାଣି ଗ୍ରାମର ବାସିନ୍ଦା ବୋଲି ପୋଲିସ ପ୍ରକାଶ କରିଛି। ଘଟଣା ରୁ ପ୍ରକାଶ ଯେ, ଚଳିତ ମାସ ୧ତାରିଖ ଅପରାହ୍ନରେ ୧୪ ବର୍ଷୀୟା ନାବାଳିକା ଜଣକ ନିକଟସ୍ଥ କେନାଲକୁ ଗାଧୋଇବାକୁ ଯାଇଥିଲେ, କିନ୍ତୁ ସେ ଆଉ ଘରକୁ ଫେରିନଥିଲେ। ପରିବାର ସଦସ୍ୟମାନେ ଆଖପାଖ ଅଞ୍ଚଳ ଓ ନିକଟସ୍ଥ ଗ୍ରାମଗୁଡ଼ିକରେ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ମିଳିନଥିଲା। ପରଦିନ ସକାଳେ ସେ ଘରକୁ ଫେରିଥିଲେ। ପୁଲିସ ତଦନ୍ତ ସମୟରେ ପୀଡିତା କହିଛନ୍ତି ଯେ, ଅଭିଯୁକ୍ତ ମାନେ ତାଙ୍କର ମୁହଁ ଢାଙ୍କି ଜୋରକରି ଅପହରଣ କରି କାଦମସାରୁ ଜଙ୍ଗଲକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ଯୌନ ନିର୍ଯାତନା, ଶାରୀରିକ ଆକ୍ରମଣ କରାଯାଇଥିବା ସହ ଘଟଣାର ଭିଡିଓ ପ୍ରଚାର କରିବାକୁ ଧମକ ଦିଆଯାଇଥିଲା। ରାତି ପର୍ଯ୍ୟନ୍ତ ତାଙ୍କୁ ଅବୈଧ ଭାବେ ଅଟକ ରଖି ପରେ ଛାଡ଼ି ଦିଆଯାଇଥିଲା। ଲିଖିତ ଅଭିଯୋଗ ଆଧାରରେ ବେଲଘର ଥାନା କେସ୍ ନଂ.୧୦/୨୬ ରେ ଏକ ମକଦ୍ଦମା ରୁଜୁ କରାଯାଇ, ବିଏନଏସ୍ ଧାରା ୧୩୭(୨), ୧୨୭(୨), ୧୧୫ (୨), ୬୨, ୬୪, ୩(୫) ସହ ପୋକ୍ସୋ ଆଇନର ଧାରା ୮ ଅନୁସାରେ ମାମଲା ରୁଜୁ ହୋଇଛି। ପୁଲିସ ସୂଚନା ଅନୁସାରେ, ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୀଡିତା ଓ ଅଭିଯୁକ୍ତମାନଙ୍କର ଡାକ୍ତରୀ ପରୀକ୍ଷା ସମ୍ପନ୍ନ ହୋଇଥିବା ସହ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି। ସମସ୍ତ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଚାଲିଥିବା ପୁଲିସ ପ୍ରକାଶ କରିଛି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ