।। ଅଞ୍ଚଳର କଥା କିଏ ପଚାରେ ।।

ସଦରମୋହକୁମା ଅବସ୍ଥା ଏବେ ଶୋଚନୀୟ ଅବସ୍ଥାରେ ରହିଛି। ଦୁର୍ଗମ ଅଞ୍ଚଳର ଶୋଚନୀୟ ଅବସ୍ଥାକୁ କିଏ ପଚାରିଲେ। ଯାହାକି ଦୀପତଳ ଅନ୍ଧାର ଭଳି।
ସଦରମହୋକୁମା ଯେଉଁ ଠାରେ ବିଭିନ୍ନ କାର୍ଯ୍ଯାଳୟ ରହିଥିବାବେଳେ ଦୈନିଦିନ ବିଭିନ୍ନ ରାଜନେତା ଠାରୁ ହାକିମ ଙ୍କ ଆଗମନ ହୋଇଥାଏ। ସେସ୍ଥାନର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି। ରାସ୍ତାଘାଟରେ କାଦୁଅ ଓ ଅଳିଆ ଆବର୍ଜନା ରେ ଭରପୁର ହୋଇ ରହିଛି ଯାହାକି ଅସ୍ବାସ୍ଯ କର ପରିବେଶ ସୃଷ୍ଟି କରୁଅଛି। ଯାନବାହାନ ଚଳାଳଚ ସମୟରେ ପଥଚାରି ଓ ସ୍କୁଲ କଲେଜର ଛାତ୍ରଛାତ୍ରୀ ଙ୍କୁ ମଧ୍ୟ କାଦୁଅ ଛିଟାରେ ଘାଏଲ ହେବାକୁ ପଡିଥାଏ। ରାସ୍ତାର ସ୍ଥାନେ ସ୍ଥାନେ ଖାଲଖମାର ସୃଷ୍ଟି ହୋଇ ପାଣି ଜମି ଏକ ପ୍ରକାରର ବିପଦ ସୃଷ୍ଟି କରୁଅଛି। ଏହା ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ସଦରମହୋକୁମା ଦୃଶ୍ଯ। ଏହି ସ୍ଥାନରୁ ହିଁ ଥୁଆମୂଳ ରାମପୁର ବ୍ଳକର ୨୪ ଗୋଟି ଗ୍ରାମ ପଞ୍ଚାୟତ ର ଭବିଷ୍ୟତ ନିର୍ଦ୍ଧାରଣ କରାଯାଇଥାଏ। ଯାହାକି ରାଜନିତୀର କେନ୍ଦ୍ର ବିନ୍ଦୁ। ଏହିଠୁ ହିଁ ଆରମ୍ଭ କରାଯାଏ ସଚେତନତାର ବର୍ତ୍ତା ହେଲେ ଦୀପତଳ ଅନ୍ଧାର। ବ୍ଳକ ମୁଖ୍ଯାଳୟ ଅବସ୍ଥାରେ ସୁଦୁରିପାରୁ ନାହିଁ ଦୁର୍ଗମ ଅଞ୍ଚଳ କଥାକୁ ନକହିବା ଭଲ ବୋଲି ବିଭିନ୍ନ ମହଲରେ ଆଲୋଚନା ର ବିଷୟ ପାଲଟିଛି।
ଥୁଆମୂଳ ରାମପୁର ସ୍ଥିତ ପଡାବାସୀର ଜୀବନ ଅତି ଶୋଚନୀୟ ଅବସ୍ଥାରେ ଗତିକରୁଅଛି। ଅସ୍ବାସ୍ଥ୍ଯ କର ପରିବେଶ ମଧ୍ୟରେ ସେମାନଙ୍କ ଜୀବନ ଗତି କରୁଅଛି। ସ୍ଥାନେ ସ୍ଥାନେ ପାଣି କାଦୁଅ ଓ ଆବର୍ଜନା ରେ ଭରପୁର ଏହାଦ୍ବାରା ଏକ ପ୍ରକାରର ଅସ୍ବାସ୍ଥ୍ଯ କର ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି। ବର୍ଷା ସମୟରେ ରାସ୍ତାରେ ପାଣିର ସୁଅ ଛୁଟୁଥାଏ ଏହି ସମୟରେ ଯଦି ଗାଡିମଟର ଯିବାଆସିବା କରୁଛି ତେବେ ସେହି ସମୟରେ ପଥଚାରିଙ୍କ ଅବସ୍ଥା ଯାହାହୁଏ ତାହା ନିଜେ ଯିଏ ଅଙ୍ଗେ ଲିଭେଇଛି ଯିଏ ହିଁ ଜାଣିପାରିଛି। ଥୁଆମୂଳ ରାମପୁର ବ୍ଳକ ହେଉଛି ମୁଖ୍ୟ ସ୍ଥଳ ଏହି ସ୍ଥାନକୁ ଭବାନୀପାଟଣା ଓ ରାୟଗଡାରୁ ଯାତ୍ରୀବାହୀ ବସ ଯାତାୟତ କରିବା ସହିତ ଭୁବନେଶ୍ୱର କୁ ମଧ୍ୟ ବସ ଯାତାୟତ କରୁଅଛି। ଏପରିସ୍ଥିତରେ ମୁଖ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି।
ଥୁଆମୂଳ ରାମପୁର ବ୍ଳକର ସଦରମହୋକୁମାର ଶୋଚନୀୟ ଅବସ୍ଥା ଦୀର୍ଘ ଦିନରୁ ରହିଆସିଛି। ଏହାପ୍ରତି କୌଣସି ହାଲତରେ ସମାଧାନ କରା ଯାଇପାରିଲା ନାହିଁ। ରାସ୍ତାର ଦୁଇ ପାର୍ଶ୍ଵରେ ଡ୍ରେନର ସୁବିଧା କରାଯାଇ ପାରିଲା ନାହିଁ ଯାହାଫଳରେ ରାସ୍ତା ଉପରକୁ ଚାଲିଆସେ ପଡାର ବର୍ଷା ଦିନର ପାଣି ଏହାଫଳରେ ରାସ୍ତାରେ ସୃଷ୍ଟି କରେ କୁତ୍ରିମ ବନ୍ୟା। ତେବେ ଏହାକୁ ନେଇ ପ୍ରଶାସନ ପକ୍ଷରୁ କେଉଁ ଭଳି ଭାବରେ ସମାଧାନର ବ୍ଯବସ୍ଥା କରୁଛନ୍ତି ସେହି ସମୟକୁ ହିଁ ଦେଖିବାକୁ ବାକି ରହିଲl ।
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର
What's Your Reaction?






