।। ୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଏକ ଦିନିଆ ନୂଆପଡା ଜ଼ିଲ୍ଲା ଗସ୍ତ ।।

Apr 27, 2024 - 21:00
 0  28
।। ୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଏକ ଦିନିଆ ନୂଆପଡା ଜ଼ିଲ୍ଲା ଗସ୍ତ ।।

ନୂଆପଡା : ଆଜି ବିଜେଡିର ବରିଷ୍ଠ ନେତା ଭି. କେ. କାର୍ତ୍ତିକ ପାଣ୍ଡିଆନ ଏକ ଦିନିଆ ନୂଆପଡା ଜ଼ିଲ୍ଲା ଗସ୍ତରେ ଆସି ପ୍ରଥମେ ଖରିଆରରୋଡ ସ୍ଥିତ ଶଙ୍କର ମନ୍ଦିରରୁ ପୂଜାର୍ଚ୍ଚନା ପରେ ଏକ ରୋଡ ସୋରେ ଭାଗ ନେଇଥିଲେ l ଖରିଆର ରୋଡ ସ୍ଥିତ ଶଙ୍କରମନ୍ଦିର ରୁ ନୂଆପଡା ଅଭିମୂଖେ ଏକ ବିଶାଳ ରୋଡ ସୋରେ ବାହାରି ପ୍ରଚାର ମଇଦାନରେ ଓହ୍ଲାଇ ନୂଆପଡା ବିଧାନସଭା ପ୍ରାର୍ଥୀ ଶ୍ରୀ ରାଜେନ୍ଦ୍ର ଢୋଲକିଆ ଓ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଶ୍ରୀ ଲମ୍ବୋଦର ନିଆଲଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି । ଶ୍ରୀ ପାଣ୍ଡିଆନଙ୍କ ରୋଡ ସୋରେ ସହରର ଛକ ମାନଙ୍କରେ ବିଭିନ୍ନ ସଂଗଠନର ବ୍ୟକ୍ତି ବିଶେଷ ମାନେ ପୁଷ୍ପଗୁଛରେ ସ୍ୱାଗତ ଜଣାଇଥିଲେ l ପରେ ନୂଆପଡ଼ା ମିନି ଷ୍ଟାଡିଅମ ଠାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଶ୍ରୀ ପାଣ୍ଡିଆନ ଭାଗନେଇ ନୂଆପଡାରେ ବିକାଶର ହିସାବ ଦେଇ ସେ କହିଲେ ଯେ ନୂଆପଡା ପାଇଁ ୧୩୧ କୋଟି ଟଙ୍କାର କାମ ହେଉଛି । ନୂଆପଡାରେ ଯୋଗେଶ୍ବର ମନ୍ଦିର ପାଇଁ ୪ କୋଟି, ସୁନାଦେଇ ମନ୍ଦିର ପାଇଁ ୨.୬୦ କୋଟି ଟଙ୍କା ମଞ୍ଜୁର ହୋଇଛି । କୋନାବିରା ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ପାଇଁ ୪୨ କୋଟି, ଆଉ ୫ଟି ମେଗା ଲିଫ୍ଟ ପାଇଁ ୧୩୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଘାଟିପଡାରୁ ସିନାପଲ୍ଲୀ ବିଜୁ ଏକସ୍‌ପ୍ରେସ୍‌ ୱେ ୨୦୮ କୋଟି ଟଙ୍କାରେ କରାଯାଇଛି । ୧୦ ହଜାର ପିଲାଙ୍କ ପାଇଁ ୯୩ଟି ଟ୍ରାଇବାଲ ହଷ୍ଟେଲ କରାଯାଇଛି । ନୂଆପଡାର ୩୧୦୦ ମିଶନ ଶକ୍ତି ଗ୍ରୁପକୁ ୧୩୦ କୋଟି ଟଙ୍କାର ବିନା ସୁଧରେ ଋଣ ଦିଆଯାଇଥିବାବେଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାର ୮୪ ହଜାର ହିତାଧିକାରୀଙ୍କୁ ସାମିଲ କରାଯାଇଛି । ବିରୋଧୀଙ୍କୁ ଆକ୍ଷେପ କରି ପାଣ୍ଡିଆନ କହିଲେ ଆପଣଙ୍କ ଏମପି ୫ ବର୍ଷରେ କଣ କରିଛନ୍ତି ? ନୂଆପଡା-ଭବାନୀପାଟଣା ଏନଏଚ ଆଜି ପର୍ଯ୍ୟନ୍ତ ସେହି ଦୁଇ ଲେନ୍‌ ଅଛି । ରାସ୍ତା ଅବସ୍ଥା ବି ବହୁତ ଖରାପ । ଆପଣଙ୍କ ନୂଆପଡାର ଅନେକ ପଞ୍ଚାୟତରେ ମୋବାଇଲ ନେଟ୍‌ୱାର୍କ ନାହିଁ । ଏହା ହେଉଛି ଆପଣଙ୍କ ଏମପି ଙ୍କ କାମ । ଆପଣ ନବୀନ ବାବୁଙ୍କ ବିଜୁ ଏକ୍‌ସପ୍ରେସ ୱେ ଦେଖନ୍ତୁ, କେନ୍ଦ୍ର ସରକାରଙ୍କ ଏନଏଚ ଦେଖନ୍ତୁ, ଫରକ ନିଜେ ଜାଣି ପାରିବେ । ନୂଆପଡାରେ ଯେଉଁଠି ବିଲପଡିଆ ଥିଲା, ଆଜି ତାହା ବିଜୁ ଏକ୍‌ସପ୍ରେସୱେ ରେ ରୂପାନ୍ତରିତ ହୋଇ ଆପଣଙ୍କ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ ହୋଇଛି ବୋଲି କହିଥିଲାବେଳେ ବିରୋଧୀ ବାରମ୍ବାର ଡବଲ ଇଞ୍ଜିନ କଥା କହୁଛନ୍ତି । କିନ୍ତୁ ଡବଲ ଇଞ୍ଜିନ ଯଦି ଏତେ ଭଲ, ପଡୋଶୀ ରାଜ୍ୟ ଛତିଶଗଡରେ ତାଙ୍କ ଇଞ୍ଜିନ ବାରମ୍ବାର ବଦଳୁଛି କାହିଁକି ? ତେଣୁ ନା ଡବଲ, ନା ସିଙ୍ଗଲ ଓଡିଶାରେ ସବୁବେଳେ ନବୀନ ବାବୁଙ୍କ ଇଞ୍ଜିନ ହିଁ ଚାଲିବ । ନବୀନ ବାବୁଙ୍କ ଇଞ୍ଜିନ ସବୁଠାରୁ ମଜବୁତ ବୋଲି ଶ୍ରୀ ପାଣ୍ଡିଆନ ଦଳୀୟ କାର୍ଯ୍ୟକ୍ରମରେ କହିଥିଲାବେଳେ ଯୋଡି ଶଙ୍ଖରେ ଭୋଟ ଦେବା ପାଇଁ ଜନ ସାଧାରଙ୍କୁ ଅପିଲ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ସମ୍ପାଦକ ରାଜେଶ ନିଗମ, ବିଧାୟକ ପ୍ରତିନିଧି ଜୟ ଢ଼ୋଲକିଆ, ଜ଼ିଲ୍ଲା ପରିଷଦ ସଭ୍ୟ ଅବନୀ ରଞ୍ଜନ ଯୋଶୀ, ଖରିଆର ରୋଡ ଉପ ନଗରପାଳ ନିଶାନ୍ତ ଡାଗା, ନୂଆପଡା ନଗରପାଳ ମହମ୍ମଦ ଆଦମ ଭାଇ, ଏସଡି ଚୈରମ୍ୟାନ ଭଗତ ସିଂ ମାଝୀ, ରାମଲଲ ହଂସ, ଦୀପିକା ଦୀପ, ଇନ୍ଦୁଲତା ସାହୁ, ସୁନୀଲ ତିୱାରୀ, ମନମିତ ସିଂ, ଦିଲୀପ ନିର୍ମଲକର, ଶଙ୍କର ସୁନା, ଶ୍ୟାମ କେଶରବାନି ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲାବେଳେ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀ ଏବଂ ଜନ ସାଧାରଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ