୧ ନଂ ୱାର୍ଡରେ ଶାଢ଼ୀ ପ୍ରଦର୍ଶନୀ ଉଦଘାଟିତ

Aug 28, 2026 - 19:33
 0  5
୧ ନଂ ୱାର୍ଡରେ ଶାଢ଼ୀ ପ୍ରଦର୍ଶନୀ ଉଦଘାଟିତ

ବାରିପଦା - ତା :- ୨୮/୦୮/୨୬ ରିଖ ବାରିପଦା ମୁନିସିପାଲିଟି ଅନ୍ତର୍ଗତ ବୁଦ୍ଧିଖମାରୀରେ ଚାରି ଗୃହିଣୀ ମିଶି ଏକ ଶାଢ଼ୀ ପ୍ରଦର୍ଶନୀର ଆୟୋଜନ କରିଛନ୍ତି I ଆଗାମୀ ପାର୍ବଣ ଋତୁକୁ ଆଖିଆଗରେ ରଖି ସ୍ଥାନୀୟ ଅଂଚଳର ଚାରି ଗୃହିଣୀ ଦେବଦାସୀ ମଣ୍ଡଳ, ଶ୍ଵେତା ମହାନ୍ତି, ଦିବ୍ୟାଭାରତୀ ସାହୁ ଓ ଅନୁପମା ବେହେରା ମିଶି "ସଖୀ କଲେକ୍ସନ" ନାମରେ ଏହି ପ୍ରଦର୍ଶନୀର ଆୟୋଜନ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି I ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ପ୍ରଦର୍ଶନୀକୁ ଉଦଘାଟନ କରିବା ସହ ଆତ୍ମନିର୍ଭରଶୀଳ ହେବା ପାଇଁ ମହିଳା ମାନଙ୍କର ଏହି ଅନନ୍ୟ ପ୍ରୟାସ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିଛି ବୋଲି ପ୍ରକାଶ କରିଥିଲେ I ସମ୍ମାନିୟା ଅତିଥି ଭାବେ ୧ନଂ ୱାର୍ଡର କାଉନସିଲର ସୁକେଶିନୀ ସେଠି ଓ ୨ନଂ ର କାଉନସିଲର ଅନୁପମା ମହାନ୍ତି ଉପସ୍ଥିତ ରହି ୪ ଗୃହିଣୀଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଅମର କୁମାର ସେଠି ଓ ସୋମନାଥ ସିଂହଙ୍କ ସମେତ ଜଗଦ୍ଧତ୍ରୀ ମେଳା କମିଟିର ସପନ ପଣ୍ଡା, ଧୀରେନ୍ଦ୍ର ନାୟକ, ଅମ୍ବିକା ମହାନ୍ତି, ଦିନେଶ ସାହୁ, ନାରାୟଣ ମଣ୍ଡଳ, ମାନସ ମହାନ୍ତି, ସତ୍ୟଜିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ I ସ୍ଥାନୀୟ ଅଂଚଳର ମହିଳା ମାନଙ୍କର ବେଶ ଭିଡ଼ ଦେଖିବାକୁ ମିଳିଥିଲା I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ