୧୯ ବର୍ଷରୁ କମ ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳି ଚୟନ ୪ ରେ
ବାରିପଦା - ତା :- ୦୧/୦୫/୨୦୨୬ ରିଖ ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ଓ ସି ଏ ୧୯ ବର୍ଷରୁ କମ ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ମୟୁରଭଞ୍ଜ ଦଳ ପାଇଁ ଖେଳାଳି ଚୟନ ପ୍ରକ୍ରିୟା ଚଳିତ ମାସ ୪ ତାରିଖରେ ଅନୁଷ୍ଠିତ ହେବ ବୋଲି ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଜଣାଇଛନ୍ତି I ଇଛୁକ ଖେଳାଳି ଉକ୍ତ ଦିନ ଡିଜିଟାଲ ଜନ୍ମ ପ୍ରମାଣପତ୍ର, ଶିକ୍ଷାଗତ ପ୍ରମାଣପତ୍ର, ଶେଷ ୩ ବର୍ଷର ବିଦ୍ୟାଳୟ ମାର୍କସିଟ, ଆଧାର କାର୍ଡ ଓ ପାସପୋର୍ଟ ଫୋଟୋ ସହ ବାରିପଦା ଷ୍ଟାଡିୟମ କାର୍ଯ୍ୟାଳୟରେ ନିଜନିଜର ନାମ ପଞ୍ଜିକରଣ କରିପାରିବେ I ଖେଳାଳିଙ୍କ ଜନ୍ମ ୦୧/୦୯/୨୦୦୭ ରୁ ୦୧/୦୯/୨୦୧୦ ମଧ୍ୟରେ ହୋଇଥିବା ଆବଶ୍ୟକ ବୋଲି କ୍ରିକେଟ ସମ୍ପାଦକ ପ୍ରସନ୍ନଜିତ ମହାନ୍ତି ଜଣାଇଛନ୍ତି I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0