ସରକାରୀ ନିୟମର ଖୋଲା ଉଲ୍ଲଂଘନ: ନେଟିଭ୍ ବ୍ଲକରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପୋଷ୍ଟିଙ୍ଗକୁ ନେଇ ପ୍ରଶ୍ନବାଚୀ

Mar 20, 2026 - 11:58
 0  115
ସରକାରୀ ନିୟମର ଖୋଲା ଉଲ୍ଲଂଘନ: ନେଟିଭ୍ ବ୍ଲକରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପୋଷ୍ଟିଙ୍ଗକୁ ନେଇ ପ୍ରଶ୍ନବାଚୀ

​ମାଲକାନଗିରି, ୧୮/୦୩ (ଡେଲି ମାଲକାନଗିରି): ରାଜ୍ୟ ଗଣଶିକ୍ଷା ବିଭାଗର ନିୟମକୁ ଫୁ’ କରି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ଜଣେ ଗୋଷ୍ଠୀ ଶିକ୍ଷା ଅଧିକାରୀ (BEO) ଦୀର୍ଘ ବର୍ଷ ଧରି ନିଜ ନେଟିଭ୍ ବ୍ଲକରେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ସରକାରୀ ନିର୍ଦ୍ଦେଶ ଅନୁସାରେ କୌଣସି ଅଧିକାରୀଙ୍କୁ ନିଜ ନିଜ ଅଞ୍ଚଳ ବା ନେଟିଭ୍ ବ୍ଲକରେ ଅବସ୍ଥାପିତ କରାଯିବା ନିଷେଧ ଥିବାବେଳେ, କାଲିମେଳା BEO ରମେଶ ବାରଇଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ​ସୂଚନା ଅନୁଯାୟୀ, ଶ୍ରୀ ବାରଇ ପୂର୍ବରୁ କାଲିମେଳା ଉଚ୍ଚ ବିଦ୍ୟାଳୟରେ ୧୩ ବର୍ଷ ଶିକ୍ଷକତା ଓ ୧୫ ବର୍ଷ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ। ପଦୋନ୍ନତି ପାଇବା ପରେ ପୁନରାୟ ସେହି ବ୍ଲକରେ ୩ ବର୍ଷରୁ ଅଧିକ ସମୟ ଧରି ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ରାଜ୍ୟ ବିଭାଗର ପତ୍ର ସଂଖ୍ୟା (SME-FE-OES-95-5922-2025/26512) କୁ ଅଣଦେଖା କରି କାହା ସ୍ୱାର୍ଥରେ ତାଙ୍କୁ ସେଠାରେ ରଖାଯାଇଛି, ତାକୁ ନେଇ ବରିଷ୍ଠ ଶିକ୍ଷାବିତ୍‌ଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିସହ ଶିକ୍ଷକମାନଙ୍କୁ ମନମୁଖୀ ବଦଳି ଓ ହଇରାଣ କରୁଥିବା ନେଇ ମଧ୍ୟ ଗମ୍ଭୀର ଅଭିଯୋଗ ଆସିଛି। ଜିଲ୍ଲା ଶିକ୍ଷା ବିଭାଗର ଏଭଳି ନୀତି ଅଧିକାରୀଙ୍କ ମଧ୍ୟରେ ଥିବା 'ମଧୁଚନ୍ଦ୍ରିକା'କୁ ସ୍ପଷ୍ଟ କରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ