ଶୟତାନ ସାବତ ବାପା ଚାରି ବର୍ଷ ଛୁଆର ଗୁପ୍ତାଙ୍ଗ କାଟି ଦେଲେ
ଦାରିଙ୍ଗବାଡି ୧୩/୦୩/୦୨୬ ଶୟତାନ ସାଜିଛି ସାବତ ବାପା ନିଜ ଛୁଆକୁ ବି ଚିହ୍ନି ପାରିଲେ ନାହିଁ I ନିଜର ଅ ଜ୍ଞାନତା ଯୋଗୁଁ କାଟି ଦେଲେ ପୁଅର ଗୁପ୍ତାଙ୍ଗ ଏପରି ଏକ ଜଘନ୍ୟ ଅପରାଧ କରିଥିବା ଚିତ୍ର ସାମ୍ନାକୁ ଆସିଛି ଦାରିଙ୍ଗବାଡି ଥାନା ସୋନପୁର ପଞ୍ଚାୟତ ଅନ୍ତର୍ଗତ ଦବେଡି ଗ୍ରାମରେ ରମିତା ମୁଠାମାଝି ନିଜ ସ୍ଵାମୀଙ୍କ ମୃତ୍ୟୁ ଦବେଡି ଗ୍ରାମର ଜିକ୍ତ ମୁଠାମାଝିଙ୍କୁ ବିବାହ କରିଥିଲେ I ଆଜି ସକାଳେ ୪ବର୍ଷର ଶିଶୁଙ୍କୁ ଘରେ ଛାଡ଼ି ଅନ୍ୟ ଘରକୁ ଗୋବର ଆଣିବା ପାଇଁ ସ୍ତ୍ରୀ ଯାଇଥିବା ସୁଯୋଗ ଦେଖି ପିଲାକୁ ବାପା ତାର ମୁହଁରେ କପଡ଼ା ବାନ୍ଧି ଶିଶୁକୁ ଗାଳି ଗୁଲଜ କରିବା ସହ ତାଙ୍କ ମାଆ କୁ ନ କହିବାକୁ ଏବଂ କହିଲେ ତାକୁ ହତ୍ୟା କରିବାକୁ ଧମକ ଦେଇ ଗୁପ୍ତାଙ୍ଗ କାଟି ଦେଇଥିଲେ I ଶିଶୁର ମାଆ ଘରକୁ ଆସି ପହଞ୍ଚିଲା ବେଳକୁ ଶିଶୁଟି ରକ୍ତାକ୍ତ ଅବସ୍ତାରେ ଜୁଡୁବୁଡୁ ଅବସ୍ତାରେ ଦେଖି ଆଖ ପାଖ ଲୋକଙ୍କୁ ଡାକି ଶିଶୁଙ୍କୁ ଦାରିଙ୍ଗବାଡି ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇ ଥିଲେ ସେଠାରେ ଡାକ୍ତର ଶିଶୁର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରିଥିବା ଦେଖିବାକୁ ମିଳିଛି I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
1
Wow
0