।। ଶିକ୍ଷକ ଙ୍କ ଘରୁ ପଶି ୧୦ ଭରି ସୁନା ଓ ୩୦ ହଜାର ଟଙ୍କା ଚୋରି କରି ନେଲେ ଦୃବୁର୍ତ୍ତ ।।

Sep 13, 2023 - 16:13
 0  48
।। ଶିକ୍ଷକ ଙ୍କ ଘରୁ ପଶି ୧୦ ଭରି ସୁନା ଓ ୩୦ ହଜାର ଟଙ୍କା ଚୋରି କରି ନେଲେ  ଦୃବୁର୍ତ୍ତ ।।

ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ରେ ଥିବା ହନୁମାନ ମନ୍ଦିର ପଡ଼ାରେ ଶିକ୍ଷକଙ୍କ ଘରୁ ୧୦ ଭରି ସୁନା ଓ ନଗଦ ୩୦ ହଜାର ଟଙ୍କା ଦୃବୁର୍ତ୍ତ ମାନେ ଚୋରି କରି ନେଇଥିବା ନେଇ ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଘଟଣା ସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ, ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି। ଶିକ୍ଷକ ବୁଢ଼ୀପଦର ଗାଁ ର ସ୍କୁଲ ରେ ଶିକ୍ଷକ ଜଗତ କଅଁର ଚାକିରୀ କରୁଥିବା ବେଳେ ସ୍ତ୍ରୀ ବେଳପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସୁରେଖା ସୁନା ଏଏନଏମ ଭାବେ ଚାକିରୀ କରୁଥିବା ବେଳେ ସେମାନେ ଘର କୁ ତାଲା ପକାଇ ଡ୍ୟୁଟି ପାଇଁ ଯାଇଥିବା ବେଳେ କେହି ଦୃବୁର୍ତ୍ତ ମାନେ ଘର ତାଲା ଭାଙ୍ଗି ଚୋରି କରି ନେଇଥିବା ସୂଚନା ମିଳିଛି । ପରେ ଘର କୁ ଆସିବା ବେଳେ ଏହି ଘଟଣା ଦେଖିବାକୁ ପାଇଁଥିଲେ । ପୁଅ ଝିଅ ମାନେ ବାହାରେ ରହି ଚାକିରୀ କରୁଛନ୍ତି। ଏ ନେଇ ବଙ୍ଗୋମୁଣ୍ଡା ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ଦିନକୁ ଦିନ ଅଞ୍ଚଳ ରେ ଚୋରି ଡକାୟତି ବଢୁଥିବା ବେଳେ ପୋଲିସ ଉପରେ ଲୋକେ ଭରସା କରୁନାହାନ୍ତି।

ଟିଟିଲାଗଡ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ