।। ଲାଞ୍ଜିଗଡ ରୋଡ଼ ଠାରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର ।।

Feb 5, 2024 - 16:45
 0  43
।। ଲାଞ୍ଜିଗଡ ରୋଡ଼ ଠାରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର ।।

କଳାହାଣ୍ଡି ଜିଲ୍ଲା(କୋରାପୁଟ ପ୍ରଥମ ଖବର), ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଲାଞ୍ଜିଗଡ ରୋଡ଼ ପଞ୍ଚଯାୟତ ଠାରେ ଆମ ଓଡିଶା ନବୀନ ଓଡ଼ିଶା ମାଧ୍ୟମରେ ସହର ଠାରୁ ଆରମ୍ଭ କରି ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ବିକାଶର ମଡେଲ୍ ଦେଖିବାକୁ ମିଳୁଛି। ଆଜି ଏହି ଅବସରରେ ଲାଞ୍ଜିଗଡ଼ ବ୍ଲକ ଅର୍ନ୍ତଗତ ଲାଞ୍ଜିଗଡ ରୋଡ଼ ପଞ୍ଚାୟତ ପରିସରରେ ସରପଞ୍ଚ ମମତା ଶବର ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଶିବାଜୀ ମାଝୀ,ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିବାବେଳେମୁଖ୍ୟ ବକ୍ତା ଭାବେ ସହକାରୀ ନିର୍ବାହୀ ଯନ୍ତ୍ରୀ ସାଲକୋ ହେମ୍ରମ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକର ରୂପାନ୍ତରିତ କରଣ ବିଷୟରେ ମାର୍ଗଦର୍ଶନ ଦେଇଥିଲେ।ଏଥିରେ ସମ୍ମାନିତ ଅତିଥିଭାବେ ଜୋନ.2 ଜିଲ୍ଲା ପରିଷଦ ସଭ୍ୟ ପରୀକ୍ଷିତ ନାଏକ,ଜୋନ.1 ଜିଲ୍ଲା ପରିଷଦ ସଭ୍ୟା ଅଞ୍ଜଳି ମାଝୀ ଜିପିଓ ସରୋଜ କୁମାର ପଧାନ, ସମିତି ସଭ୍ୟା ସୁମନ୍ତୀ ମାଝୀ,ଯୁବ ନେତା ଟଙ୍କଧର ମାଝୀ,ସମାଜ ସେବି ଦିଲେଶ ନାଗ,ସୌରଭ ପାତ୍ର,ସମେତ ପ୍ରମୁଖ ମଞ୍ଚାସିନ ଥିଲେ। ଏଥିରେ ବିଭିନ୍ନ ବିଭାଗ ପକ୍ଷରୁ ଆକର୍ଷଣୀୟ ଷ୍ଟଲ୍ ମାନ ଖୋଲାଯାଇ ରାଜ୍ୟସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକର ସଚେତନତା କରାଯାଇଥିଲା। ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସମାଜିକ ଚାଲି ଚଳନ ଓ ସୁରକ୍ଷାକୁ ନେଇ ସଚେତନ ମୂଳକ ନାଟକ ଓ ନୃତ୍ୟ ପରିବେଷଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟନିର୍ବାହୀ ଅଧିକାରୀ ଦମ୍ବୁରୁ ଧର ସେନାପତି,ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସାମ୍ବାଦିକ ଗୋପାଳ ଦାସ ମହାନନ୍ଦ ମଞ୍ଚ ପରିଚାଳନା କରିଥିବାବେଳେ ନେତୃତ୍ବରେ ସମସ୍ତ ଗାଁସାଥି,ଏମବିକେ,ସିଆରପି, ଅଙ୍ଗନୱାଡ଼ି କର୍ମୀ,ଆଶା କର୍ମୀ ତଥା ପଞ୍ଚାୟତବାସୀ ଉପସ୍ଥିତ ରହି ବିଶେଷ ସହଯୋଗ କରିଥିଲେ।

 ଲାଞ୍ଜିଗଡ଼ ରୁ ସାଗର ବେନାଲ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର |

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ