ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳା-୨୦୨୬ ଓ ମାରାଗୁଡା ମହୋତ୍ସବ-୨୦୨୬ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଷ୍ଟଲ ଉଦ୍ଘାଟିତ- ୪୧ଟି ଶିଶୁଙ୍କୁ ଜନ୍ମ ପ୍ରମାଣପତ୍ର ବଣ୍ଟନ

Apr 6, 2026 - 18:31
 0  9
ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳା-୨୦୨୬ ଓ ମାରାଗୁଡା ମହୋତ୍ସବ-୨୦୨୬ ରେ  ଜିଲ୍ଲା ଆଇନ ସେବା ପ୍ରାଧିକରଣର ଷ୍ଟଲ ଉଦ୍ଘାଟିତ- ୪୧ଟି ଶିଶୁଙ୍କୁ ଜନ୍ମ ପ୍ରମାଣପତ୍ର ବଣ୍ଟନ

ନୂଆପଡ଼ା ଜିଲ୍ଲା ସିଲଦା ସ୍ଥିତ ନ୍ୟାସନାଲ କଲେଜ୍ ପଡ଼ିଆରେ ଆୟୋଜିତ ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳା-୨୦୨୬ ଓ ମାରାଗୁଡା ମହୋତ୍ସବ-୨୦୨୬ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଷ୍ଟଲ ଉଦ୍ଘାଟିତ ହୋଯାଇଛି । ଉକ୍ତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଜ୍ଞା ପାରମିତା ମହାପାତ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ମହିଳା ଅଦାଲତ ବିଚାରପତି ସରୋଜିନୀ ସାହୁ, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସ୍ନାତକୀ ଦାଶ, ଜିଲ୍ଲା ଓକିଲ ସଂଘ ସଚିବ ପ୍ୟାରିଲାଲ ଦେୱାଙ୍ଗନ, ମୁଖ୍ୟ ଆଇନ ସେବା ପ୍ରତିପକ୍ଷ ଓକିଲ ପ୍ରକାଶ ସେନାପତି, ସହକାରୀ ଆଇନ ସେବା ପ୍ରତିପକ୍ଷ ଓକିଲ କାର୍ତ୍ତିକ ରାମ ବାଗ, ଅଧିବକ୍ତା ଜୟକୁମାର ନିଶାଦ୍, ଲୋକନାଥ ବାଗ, କୁଞ୍ଜ ବିହାରୀ ବାଗ ଏବଂ ଅଧିକାର ମିତ୍ରଗଣ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସଚିବ ନବନୀତା ଦାଶ ଜିଲ୍ଲା ଆଇନ ସେବା ପ୍ରାଧିକରଣର କାର୍ଯ୍ୟଶୈଳୀ, ମାଗଣା ଆଇନ ସେବା, ବିକଳ୍ପ ବିବାଦ ସମାଧାନ ପ୍ରକ୍ରିୟା, ସ୍ଥାୟୀ ଲୋକ ଅଦାଲତ ଓ ଆଇନ ସେବା ପ୍ରାଧିକରଣ ଅଧିନିୟମ, ୧୯୮୭ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଉପଲବ୍ଧିଗୁଡ଼ିକୁ ଜନତାଙ୍କ ପାଖକୁ ପହଞ୍ଚାଇବା ଏହି ଷ୍ଟଲ୍ ର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । ସେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଷ୍ଟଲ କୁ ଆସି ମାଗଣା ଆଇନ ସହାୟତା ଏବଂ ଉପଦେଶ ନେବାକୁ ଜନସାଧାରଣଙ୍କୁ ଆହ୍ବାନ କରିଥିଲେ । ଜିଲ୍ଲା ଆଇନ ସେବାର ବିଭିନ୍ନ ଉପଲବ୍ଧି ଚିତ୍ର ମାଧ୍ୟମରେ ଏହି ଷ୍ଟଲ ରେ ପ୍ରଦର୍ଶିତ କରାଯାଇଛି । ମେଳାର ଚତୁର୍ଥ ଦିନ ୦୪.୦୪.୨୦୨୬ ରେ ସାଥୀ ଅଭିଯାନ ଅନ୍ତର୍ଗତ ନୂଆପଡ଼ା ଓ ଖରୀଆର ରୋଡ ଅଞ୍ଚଳର ଗରିବ, ଅନାଥ ଓ ଅବହେଳିତ ୪୧ଜଣ ଶିଶୁଙ୍କ ପାଇଁ ତିଆରି କରାଯାଇଥିବା ଜନ୍ମ ପ୍ରମାଣପତ୍ର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଜ୍ଞା ପାରମିତା ମହାପାତ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ମହିଳା ଅଦାଲତ ବିଚାରପତି ସରୋଜିନୀ ସାହୁ ଓ ରେଜିଷ୍ଟ୍ରାର ସୌଭାଗ୍ୟ ରଞ୍ଜନ ପ୍ରଧାନଙ୍କ କରକମଳରେ ବଣ୍ଟନ କରାଯାଇଥିଲା। ଜିଲ୍ଲା ଓକିଲ ସଂଘ ର ଓକିଲ ଓ ପ୍ରାଧିକରଣର ଅଧିକାରମିତ୍ର ମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଜନ୍ମ ପ୍ରମାଣ ପତ୍ର ଗ୍ରହଣ କରି ଶିଶୁ ଓ ସେମାନଙ୍କ ଅଭିଭାବକ ମାନେ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ଧନ୍ୟବାଦ ଅର୍ପଣ କରିଥିଲେ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ