ରାଇକିଆ ବ୍ଳକରେ ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ

Mar 11, 2026 - 12:01
 0  15
ରାଇକିଆ  ବ୍ଳକରେ ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକ ବିଜୁ ଜନତା ଦଳ ତରଫରୁ ନୂତନ ସଭାପତି ଦେବୀ ପ୍ରସାଦ ପଣ୍ଡା ଙ୍କ ନେତୃତ୍ବରେ ରାଇକିଆ ଠାରେ ପ୍ରଥମ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି କର୍ମୀ ସମ୍ମିଳନୀ ଦ୍ଵାରା ଆଗକୁ ଆସୁଥିବା ସମସ୍ତ ନିର୍ବାଚନ ନିମନ୍ତେ ବିଜେଡି ର ନିର୍ବାଚନ ପ୍ରସ୍ତୁତି ବିଗୁଲ ବାଜିଥିବା କହିଛନ୍ତି । ସଭା ପରୀଚାଳକ ଦୟାନନ୍ଦ ନାୟକ । ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡ଼ି ସଭାପତି ପଦ୍ମନାଭ ବେହେରା ସମ୍ମାନିତ ଅତିଥି ଭାବେ ପୁର୍ବତନ ମନ୍ତ୍ରୀ ବିଷ୍ଣୁପ୍ରିୟା ବେହେରା ଜିଲ୍ଲା ମହିଳା ସଭାନେତ୍ରୀ ପୁନମ୍ କହଁର ମହିଳା ନେତ୍ରୀ ଜାଲିନା ପ୍ରିୟଦର୍ଶିନୀ ପ୍ରଧାନ ଜିଲ୍ଲା ଯୁବ ସଭାପତି ରାକେଶ କୁମାର ରାଇକିଆ ବ୍ଳକ ଯୁବ ସଭାପତି ପ୍ରଦୀପ ପ୍ରଧାନ ଜିଲ୍ଲା ଛାତ୍ର ସଭାପତି ସୁନିଲ କୁମାର ସେଠୀ ଘୁ- ଉଦୟଗିରି ବ୍ଳକ ଓ ଏନ୍ଏସି ସଭାପତି ଙ୍କ ସମେତ ରାଇକିଆ ର ସମସ୍ତ ନେତୃବୃନ୍ଦ ଯୋଗ ଦେଇଥିଲେ । ରାଇକିଆ ଶିବ ମନ୍ଦିର ଠାରୁ ଆର ଏମସି ପ୍ରାଙ୍ଗଣ ପର୍ଯ୍ୟନ୍ତ କର୍ମୀଙ୍କ ସହ ପଦଯାତ୍ରାରେ କରିଥିଲେ । ସମସ୍ତଙ୍କୁ ନେଇ ଦଳ ଆଗକୁ ବଢିବ ପୁଣି ଥରେ ସରକାର କୁ ଆସିବା ବୋଲି ଜିଲ୍ଲା ସଭାପତି କହିବା ସହ ବର୍ତମାନ ର ସରକାର କୁ ଇଙ୍ଗିତ କରିଥିଲେ ।ଏ ସରକାର କେବଳ ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୁଆଁ ବୁଲେଇବା ସହ ରଙ୍ଗ ମାରିବାରେ ବ୍ୟସ୍ତ ଥିବା ବେଳେ ଏପର୍ଯ୍ୟନ୍ତ କୋଣସି ଜନହିତକର ଯୋଜନା କାର୍ଯ୍ୟକାରୀ କରିବାରେ ଅସମର୍ଥ । ଏହି ସରକାରଙ୍କ ପାରିବା ପଣିଆ କୁ ଜାଣି ସାରିଲେଣି ଜନତା ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା । ବିଜୁ ଜନତା ଦଳ ଲୋକଙ୍କ ଦଳ ଗରିବଙ୍କ ଦଳ ରାଜ୍ୟ ସଭାପତିଙ୍କ ଆଦେଶ ଅନୁଯାୟୀ ବର୍ତମାନ ଲୋକଙ୍କ ନିକଟରେ ପହଂଚି ତୃଣମୂଳ ସ୍ତରରୁ ଦଳକୁ ପୁନଃ ସଂଗଠିତ କରିବା ପାଇଁ କର୍ମୀ ମାନଙ୍କୁ ଆହ୍ୱାନ ଦେବା ସହ ସଂଗଠନ କୁ ସୁଦୃଢ଼ କରିବା ନିମନ୍ତେ ଗୁରୁମନ୍ତ୍ର ଦେଇଥିଲେ ।

କନ୍ଧମାଳ ଜିଲ୍ଲା ରାଇକିଆ ରୁ ରୋନାଲ ଦିଗାଳ ଙ୍କ ରିପୋର୍ଟ First News Odisha

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ