ମୟୁରଭଞ୍ଜ କଲେଜ ଅଫ ଆକାଉଣ୍ଟେନ୍ସି ଆଣ୍ଡ ମ୍ୟାନେଜମେଣ୍ଟରେ ମଧୁସୁଦନ ଦାସ ଜୟନ୍ତୀ ପାଳିତ
ବାରିପଦା - ତା :- ୨୮/୦୪/୨୦୨୬ ରିଖ ସ୍ଥାନୀୟ ମହାରାଜପୁର ସ୍ଥିତ ମୟୁରଭଞ୍ଜ କଲେଜ ଅଫ ଆକାଉଣ୍ଟେନ୍ସି ଆଣ୍ଡ ମ୍ୟାନେଜମେଣ୍ଟର ବି ଏ ଏଲ ଏଲ ବି ବିଭାଗ ପକ୍ଷରୁ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ୫ମ ପ୍ରତିଷ୍ଠା ଦିବସ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ ଏବଂ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି I ଏହି ଅବସରରେ କଲେଜର ଅଧ୍ୟକ୍ଷ ପ୍ରଫେସର ପ୍ରଦୀପ କୁମାର ନାୟକ ପ୍ରକାଶ କରିଥିଲେ ଯେ ମଧୁସୂଦନ ଦାସ ଓଡ଼ିଶାର ସ୍ୱାଭିମାନ, ଶିକ୍ଷା ଓ ନ୍ୟାୟବ୍ୟବସ୍ଥାର ଏକ ଉଜ୍ଜ୍ୱଳ ପ୍ରତୀକ ଥିଲେ I ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ସେ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ I ମୁଖ୍ୟ ଅତିଥି ଭାବେ ବାରିପଦାର ପୂର୍ବତନ ବିଧାୟକ କିଶୋର ଦାଶ ଯୋଗଦେଇ କହିଥିଲେ ଯେ, ମଧୁସୂଦନ ଦାସ ଓଡ଼ିଶାରେ ଆଇନ ଶିକ୍ଷା ଓ ସାମାଜିକ ସଚେତନତାର ଭିତ୍ତି ସ୍ଥାପନ କରିଥିଲେ I ଆଇନ ପେଶା କେବଳ ଜୀବିକା ନୁହେଁ, ଏହା ସମାଜ ସେବାର ଏକ ମହାନ ମାଧ୍ୟମ ହେବା ଉଚିତ ଓ ଟିମ ଇଣ୍ଡିଆରେ ନିଜକୁ ସାମିଲ ନ କରି ଡ୍ରିମ ଇଣ୍ଡିଆରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଥିଲେ I ବିଭାଗୀୟ ମୁଖ୍ୟ ପ୍ରଫେସର ଜ୍ଞାନରଞ୍ଜନ ପଣ୍ଡା ସ୍ୱାଗତ ଭାଷଣରେ ମଧୁସୂଦନ ଆଇନ ମହାବିଦ୍ୟାଳୟ ଆଇନ ଶିକ୍ଷାକୁ ନୂତନ ଦିଗ ଦେଇଛି ଏବଂ ଭବିଷ୍ୟତରେ ଦକ୍ଷ ଆଇନଜୀବୀ ଗଢ଼ି ତୋଳିବାରେ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସମ୍ଭିତ କୁମାର ମିଶ୍ର, ରୁପମଞ୍ଜରୀ ବେହେରା, ପ୍ରତିଭା ଦାସ, କବିତା ସାହୁ, ସିରାମ ଟୁଡୁ, ଲଷ୍ମୀ ଚାପିଆର, ଦୀପାଞ୍ଜଳି ପାତ୍ର ପ୍ରମୁଖ ମଧୁସୂଦନ ଦାସଙ୍କ ଜୀବନୀ, ତାଙ୍କ ଦୂରଦର୍ଶିତା, ନ୍ୟାୟପ୍ରତି ଅଟୁଟ ଆସ୍ଥା ଏବଂ ଓଡ଼ିଶା ଗଠନରେ ତାଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ I ଶେଷରେ ସଂଯୋଜକ ଡ଼ଃ ଜିତେନ୍ଦ୍ର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0