।। ମୁନିଗୁଡ଼ା ହାଇସ୍କୁଲ ର ୧୯୯୧ ମସିହା ବ୍ୟାଚ୍ ର ବନ୍ଧୁ ମିଳନ ।।

Feb 5, 2024 - 16:43
 0  283
।। ମୁନିଗୁଡ଼ା ହାଇସ୍କୁଲ ର ୧୯୯୧ ମସିହା ବ୍ୟାଚ୍ ର  ବନ୍ଧୁ ମିଳନ ।।

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ହାଇସ୍କୁଲ ୧୯୯୧ ବ୍ୟାଚ୍ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ,ଆଜି କୁମୁଡାବାଲି ବାଲୁଙ୍କେଶ୍ୱର ଶୈବପୀଠ ରେ ମୁନିଗୁଡ଼ା ଉଚ୍ଚ ବିଦ୍ୟାଳୟର ୧୯୯୧ ବର୍ଷର ଛାତ୍ର ଛାତ୍ରୀ ଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସବୁ ପୁରାତନ ଛାତ୍ରଛାତ୍ରୀଙ୍କ ଉପସ୍ଥିତ ଏବଂ ବ୍ୟକ୍ତିଗତ ଜୀବନସୌଳି କୁ ସବୁ ଛାତ୍ରଛାତ୍ରି ଉପସ୍ଥାପନ କରିଥିଲେ ଏବଂ ଛାତ୍ରଯିବନ ର ଅଭୁଲା ସ୍ମୃତି କୁ ବଖାଣିବା ବେଳେ ସମସ୍ତଙ୍କୁ ମନକୁ ଟାଣିନେଇଥିଲା ସେଇ ଗୁରୁମାନଙ୍କର ଛାଟପ୍ରହାର ଏବଂ ଅଝଟିଆ ଛାତ୍ରଙ୍କ ଦୁଷ୍ଟାମୀ କୁ ଜଣଜଣ କରି ଉପସ୍ଥାପନା କରିଥିଲେ। ବନ୍ଧୁ ମିଳନ ଏମିତି ହୋଇଥିଲା ଯେ ଦୂରଦୂରାନ୍ତରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ଦେଖି ମନ ମଦ୍ଧ୍ୟରୁ ସେଇ ରାମାୟଣ ଓ ମହାଭାତ ଧାରାବାହିକ ର କୃଷ୍ଣ ସୁଦାମା ଙ୍କ ଉପାଖ୍ୟାନ ଓ ସବରି ଅଇଁଠା ଖିଆ ଭଳି ସମସ୍ତେ ଙ୍କ ମଧ୍ୟପ୍ରଦେଶର ଭକ୍ତିଭରା ପରିବେଶ ସୃଷ୍ଟି ହୋଇଥିଲା, ଯେଭଳି ସୁଦାମା ଶ୍ରୀକୃଷ୍ଣଙ୍କୁ ସାକ୍ଷାତ ପାଇଁ ବହୁତ କଷ୍ଟରେ ଦ୍ବାରିକା ପହଞ୍ଚି ବନ୍ଧୁଙ୍କ ଦର୍ଶନ କରିଥିଲେ ସେହିଭଳି ଏହି କଳିଯୁଗରେ ଦୂରଦୂରାନ୍ତରୁ ଆସିଥିବା ଭଗବାନ ଶ୍ରୀକୃଷ୍ଣ ସଦୃଶ ବନ୍ଧୁ ସବୁ ନିଜ ଅତିପ୍ରିୟ ସୁଦାମା ଭନ୍ଧୁଙ୍କୁ ସାକ୍ଷାତ ପାଇଁ ଛୁଟି ଆସିଥିଲେ।ସମସ୍ତ ଆଞ୍ଚଳିକ ବନ୍ଧୁ ଙ୍କ ପ୍ରୟାସ ରେ ହୋଇଥିଲା ବନ୍ଧୁମିଳନ କାର୍ଯ୍ୟକ୍ରମ ଏଥିରେ ସମ୍ମାନୀତ ଅତିଥି ପୂର୍ବତନ ଶିକ୍ଷକ ତାରାପ୍ରସାଦ ଦାସ ଏଵଂ ସଙ୍କର୍ଷଣ ନାୟକ ଙ୍କୁ ଫୁଲଗୁଛ ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା।ସେଇ ପ୍ରାର୍ଥନା 'ଆହେ ଦୟାମୟ ବିଶ୍ବବିହାରୀ ' କୁ ସମବେତ କଣ୍ଠରେ ଗାନ କରାଯାଇ କାର୍ଯକ୍ରମ ଆରମ୍ଭ କରାଯାଇଥିଲା। କାର୍ଯ୍ୟକ୍ରମ ଟିକୁ ରାଧାନାଥ ଷଡ଼ଙ୍ଗୀ,ରାଜେସ ପାତ୍ର,ଜୟମାଳା ସୁବୁଧି କାହ୍ନୁଚରଣ ପଟ୍ଟନାୟକ,ହେମନ୍ତ ମାଝି , ପ୍ରଫୁଲ୍ଲ ତ୍ରିପାଠୀ , ସୁବାସ ଚନ୍ଦ୍ର ମହାପାତ୍ର, ସକୁନ୍ତଳା ପତି ଏବଂ ଟୁଟୁ ଗୌଡ ମୂଖ୍ୟ ଆୟୋଜକ ଥିବାବେଳେ ସମସ୍ତ ଛାତ୍ରଛାତ୍ରୀ ଓ ତାଙ୍କ ପରିବାର ସହଯୋଗ କରିଥିଲେ।।ସେସରେ ଲୋକନାଥ ପଣ୍ଡା ସମସ୍ତ ବନ୍ଧୁ ପରିବାର କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ସମାପନ କରିଥିଲେ।।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ

ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ