।। ମୁନିଗୁଡ଼ା ବିକାଶ ପରିଷଦ ତରଫରୁ ବେଦାନ୍ତ କମ୍ପାନୀ ବିରୋଧରେ ମୁନିଗୁଡ଼ା ଥାନାରେ ଏତଲା ।।

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ମୁନିଗୁଡ଼ା ବିକାଶ ପରିଷଦ ତରଫରୁ ବେଦାନ୍ତ କମ୍ପାନୀ ବିରୋଧରେ ମୁନିଗୁଡ଼ା ସଦର ଥାନା ଆଇ ଆଇସି ସୈଦାମିନି ବେହେରା ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଗତକାଲି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଆଲୁମିନା କମ୍ପାନୀ ର PWL ଡଷ୍ଟ ପାଣି ପୋଖରୀ ବନ୍ଦ ଭାଙ୍ଗି ଯିବାରୁ ବଡ଼ ଘାଇ ସୃଷ୍ଟି ହେଇ ସ୍ଥାନୀୟ ଅଞ୍ଚଳ ମାନଙ୍କ ଚାଷ ଜମି ରେ ମାଡ଼ି ଓ ଅନେକ ନଦୀ ନାଳ ନର୍ଦ୍ଦମା ରେ ପାଣି ମିଶାଯାଇ ସମସ୍ତ ପାଣି ଦୂଷିତ ହେଇ ଯାଇଥିବା ଦେଖିବାକୁ ମିଳିଥିଲା । ସେନେଇ ଆଜି ମୁନିଗୁଡ଼ା ବିକାଶ ପରିଷଦ ତରଫରୁ ବେଦାନ୍ତ ଆଲୁମିନା କମ୍ପାନୀ ବିରୋଧରେ ପ୍ରତିବାଦର ସହ ମୁନିଗୁଡ଼ା ଥାନା ରେ ଏକ ଏତଲା ଦାବି ପତ୍ର ଦିଆଯାଇଛି । ଏଦିଗରେ ଚାଷ ଜମି ମାଡ଼ି ଯାଇଥିବାରୁ ଚାଷ ନଷ୍ଟ ହେଇଥିବା ଜଣାପଡିଛି । ଚାଷୀ ମାନଙ୍କ କ୍ଷତିପୂରଣ ଓ ବେଦାନ୍ତ କମ୍ପାନୀ ନିଜର ଦାତ୍ବ ନେବା କୁ ଦାବି ନେଇ ମୁନିଗୁଡ଼ା ଅନେକ ଅଞ୍ଚଳ ବାସି ପ୍ରତିବାଦ କରି ଦାବି ପତ୍ର ପ୍ରଦାନ କରାଯାଇଥିଲା। ଏହି ଦିଗରେ ନଦୀ ନାଳ ମାନଙ୍କରେ ପାଣି ମିଶିବା ଦ୍ବାରା ଚର୍ମରୋଗ ଆଶୋଙ୍କା ମଧ୍ୟ ରହିଛି ଓ ଅନେକ କ୍ଷତିଗ୍ରସ୍ତ ହେଉଥିବାରୁ ଗତକାଲି ବେଦାନ୍ତ କମ୍ପାନୀ ପରିବେଶ ବିରୋଧୀ ବର୍ବରତା ପ୍ରତିବାଦ ରେ ଆଜି ମୁନିଗୁଡ଼ା ଅଞ୍ଚଳର ବିଭିନ୍ନ ଗ୍ରାମ ବାସୀ ଏକତ୍ରିତ ହୋଇ ଦାବି ପତ୍ର ପ୍ରଦାନ କରିଥିଲେ। ଲାଞ୍ଜିଗଡ଼ ଠାରେ ଅବସ୍ଥିତ ବେଦାନ୍ତ ଆଲୁମିନା କମ୍ପାନୀ ପ୍ରକଳ୍ପ ର ସୋଡା ଯୁକ୍ତ ରାସାୟନିକ ଜଳଭଣ୍ଡାର ରେଡ୍ ମଣ୍ଡ ପଣ୍ଡ ଭାଙ୍ଗୀ ମୁନିଗୁଡ଼ା ର ଜୀବନ ରେଖା ତଥା ବଂଶ ଧାରା ନଦୀ କୁ ପ୍ରଦ୍ୟୁଷିତ କରିଥିବା ଓ ଜଳ ଜୀବନ ପଶୁ ପକ୍ଷୀ ମାଛ ସହ ଜମିବାଡ଼ି ସମ୍ପର୍କିତ ଚାଷକୁ ପ୍ରଭାବିତ କରିଥିବାରୁ ବେଦାନ୍ତ ଆଲୁମିନା ପ୍ରକଳ୍ପ କୁ ବିରୋଧ କରି ଆଜି ମୁନିଗୁଡ଼ା ଥାନା ରେ ଏକ ଏତଲା ଦାବି ପତ୍ର ପ୍ରଦାନ କରାଯାଇଛି। ବେଦାନ୍ତ ଆଲୁମିନା କମ୍ପାନୀ ଆମ ଅଞ୍ଚଳରେ ଦୀର୍ଘ ଦଶନ୍ଧି ଧରି କାର୍ଯ୍ୟ କରିଆସୁଥିଲେ ସୁଧା ସ୍ଥାନୀୟ ଅଞ୍ଚଳରେ ଉନ୍ନୟନ କ୍ଷେତ୍ରରେ କମ୍ପାନୀର କୌଣସି ଭୂମିକା ନାହିଁ । ଓ ଆମ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକର ସୀମାନ୍ତରେ ଏହି କମ୍ପାନୀ ପ୍ରତିଷ୍ଠିତ। ରାୟଗଡ଼ା ଜିଲ୍ଲାର ସଡକ ଓ ରେଳପଥ ଦେଇ କମ୍ପାନୀର ସମସ୍ତ ପରିବହନ କାର୍ଯ୍ୟ ହୋଇଥାଏ। ଏଥିସହିତ ବେଦାନ୍ତ କମ୍ପାନୀ ମୁନିଗୁଡ଼ା ବ୍ଲକ୍ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଥିବା ଏବଂ କମ୍ପାନୀ ଗାଇଡ ଲାଇନ୍ ଅନୁଯାୟୀ ଉନ୍ନୟନ ଦୂରତା ମଧ୍ୟରେ ଥିବା ସତ୍ତ୍ବେ ଏହାକୁ ଲାଭଖୋର କମ୍ପାନୀ ସବୁ ସମୟରେ ଅଣଦେଖା କରି ଆସୁଛି। ଓ କମ୍ପାନୀରେ ଥିବା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମୁନିଗୁଡ଼ା ବୈମାତୃକ ଭାବକୁ ମୁନିଗୁଡ଼ା ବ୍ଲକ ବାସୀ ତୀବ୍ର ବିରୋଧ କରୁଥିବା ଦେଖିବାକୁ ମିଳିଛି। ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀ ମାନଙ୍କୁ ଉନ୍ନୟନ ବିଷୟରେ ଅବଗତ କରାଯାଇଥିଲେ ମଧ୍ୟ ସେମାନଙ୍କ ବେପରୁଆ ମନୋଭାବ ଆମ୍ଭ ମାନଙ୍କୁ ରାଜରାସ୍ତାକୁ ଆଣିବାକୁ ବାଧ୍ୟ କରିଛି। ଦ୍ବିତୀୟତଃ ବେଦାନ୍ତ କମ୍ପାନୀର ବର୍ଜ୍ୟ କୌଷ୍ଟିକ୍ ସୋଡ଼ା ଯୁକ୍ତ ରାସାୟନିକ ଜଳ ଭଣ୍ଡାର ରେଡ୍ ମଣ୍ଡ ପଣ୍ଡ ଭାଙ୍ଗି ମୁନିଗୁଡ଼ା ବ୍ଲକର ଜୀବନ ରେଖା ବୋଲାଉଥିବା ବଂଶଧାରା ନଦୀକୁ ପ୍ରଦ୍ୟୁଷିତ କରିଛି। ଫଳରେ ହଜାର ହଜାର ଜଳଚର ଜୀବ ମୃତ୍ୟୁ ବରଣ କରିଛନ୍ତି। ଏନେଇ ଆଜି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ରେ ପ୍ରତିବାଦ ସହ ବିଭିନ୍ନ ସ୍ଥାନୀୟ ଅଞ୍ଚଳ ବାସି ବେଦାନ୍ତ ଆଲୁମିନା କମ୍ପାନୀ ବିରୋଧରେ ଏକ ଏତଲା ଦାବି ପତ୍ର ପ୍ରଦାନ କରାଯାଇଛି। ଏହି କ୍ଷେତ୍ରରେ ବେଦାନ୍ତ କମ୍ପାନୀ ଜିନ ଭୁଲ କୁ ଦାୟିତ୍ୱ ବାନ୍ ନନିଏ ତାହା ହେଲେ ଆଗାମୀ ଦିନ ରେ ମୁନିଗୁଡ଼ା ବିକାଶ ପରିଷଦ ର ସଭାପତି ଘନଶ୍ୟାମ ମାର୍କା, ସମ୍ପାଦକ ମାନସ ରଞ୍ଜନ ବେହେରା,ଉପ ସଭାପତି ଜି.କୁମାର ରାଜୁ ସମାଜ ସେବୀ ଅନଙ୍ଗ ନାଗ, ଧରଣି ବେହେରା, ଅଜିତ୍ ନାୟକ, ବିଶିକେଶନ ପାଲକିଆ,( ଟ୍ରେଜୋର୍ )ମନୋଜ କୁମାର ସାହୁ ଚିନ୍ତାମଣି ସାହୁ ସମେତ ମୁନିଗୁଡ଼ା ବ୍ଲକର ବିଭିନ୍ନ ରେଡ୍ ମଣ୍ତ ଫଣ୍ତ୍ ଭାଙ୍ଗି ମୁନିଗୁଡ଼ା ର ଜୀବନ ରେଖା ବଂଶଧାରା ନଦୀ କୂଳକୁ ପ୍ରଦୂଷିତ କରିଥିବା ଓ ଜଳ ଉଠାଜଳସେଚନ ରେ ବ୍ୟବହାର ହେଉଥିବା ଜମି ଚାଷୀ ଓ ନଦୀ କୂଳ ର ଅଞ୍ଚଳ ବାସି ଉପସ୍ଥିତ ରହି ବେଦାନ୍ତ କମ୍ପାନୀ ଏହା ର ଆଗାମୀ ଦିନ ତୁରନ୍ତ ସମାଧାନ ନକରନ୍ତି ତାହା ହେଲେ ବିକାଶ ପରିଷଦ ତରଫରୁ ଓ ଅଞ୍ଚଳ ବାସି ତିବ୍ର ପ୍ରତିବାଦ ସହ ରାଜ ରାସ୍ତା କୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି ।
ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା
What's Your Reaction?






