ମା' ଲାଲପାଟ ସାଲପାଟ ଗ୍ରାମଦେବୀଙ୍କ ପୂଜା ଅବସରରେ କଳସ ଯାତ୍ରା ଆରମ୍ଭ

Apr 12, 2026 - 01:06
 0  3
ମା' ଲାଲପାଟ ସାଲପାଟ ଗ୍ରାମଦେବୀଙ୍କ ପୂଜା ଅବସରରେ କଳସ ଯାତ୍ରା ଆରମ୍ଭ

ବାରିପଦା - ତା - ୧୧/୦୪/୨୦୨୬ ରିଖ ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୫ ନଂ ୱାର୍ଡ ପୂର୍ଣ୍ଣଚନ୍ଦ୍ରପୁର ସ୍ଥିତ ମା' ଲାଲପାଟ ସାଲପାଟ ଗ୍ରାମଦେବୀଙ୍କ ବାର୍ଷିକ ପୂଜା ଅବସରରେ ଆଜି କଳସ ଶୋଭାଯାତ୍ରା ଆରମ୍ଭ ହୋଇଯାଇଛି I ମା' ଅମ୍ବିକାଙ୍କ ମନ୍ଦିର ନିକଟସ୍ଥ ଚିପଟ, ବୁଢାବଲଙ୍ଗ ଓ ଇଟାଯୋଡ଼ି ନଦୀର ସଙ୍ଗମ ସ୍ଥାନରେ ରୀତିନୀତି ଅନୁସାରେ ପୂଜାଵିଧି ସମ୍ପନ୍ନ ହୋଇଥିଲା I ଉକ୍ତ ସ୍ଥାନରୁ ଘଟ ଉତ୍ତୋଳନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଅମ୍ବିକା ମନ୍ଦିରରୁ ସହର ପରିକ୍ରମା କରି ୨ ଶହରୁ ଉର୍ଦ୍ଧ ମହିଳା ଘଟ ଶୋଭାଯାତ୍ରାରେ ଗ୍ରାମଦେବୀ ମନ୍ଦିର ନିକଟରେ ପହଂଚିଥିଲେ I ତିନିଦିନ ଧରି ମନ୍ଦିରରେ ମା' ଙ୍କ ପୂଜାବିଧି ଓ ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ ରହିଛି ବୋଲି ମନ୍ଦିର କମିଟି ପ୍ରକାଶ କରିଛନ୍ତି I ଶେଷଦିନ ସର୍ବସାଧାରଣଙ୍କ ନିମନ୍ତେ ପ୍ରସାଦ ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି କମିଟି ଜଣାଇଛନ୍ତି I ଏ ବର୍ଷ ମନ୍ଦିର ପରିସରରେ ମହାଦେବଙ୍କ ପ୍ରତିଷ୍ଠା ଉତ୍ସବ ମଧ୍ୟ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି I ବହୁ ସଂଖ୍ୟାରେ ସପରିବାରେ ଉପସ୍ଥିତ ରହି ମା' ଆଶୀର୍ବାଦ ଲାଭ କରିବାକୁ କମିଟି ତରଫରୁ ଅନୁରୋଧ କରାଯାଇଛି I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ