ଭାରତୀୟ ସେନାରେ ଅଗ୍ନିପଥ ଓ ନିୟମିତ କ୍ୟାଡର ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଜାରି

Mar 12, 2026 - 22:06
 0  8
ଭାରତୀୟ ସେନାରେ ଅଗ୍ନିପଥ ଓ ନିୟମିତ କ୍ୟାଡର ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଜାରି

ଝାରସୁଗୁଡା,୧୧।3(ଫାଷ୍ଟ ନ୍ୟୁଜ ଓଡିଶା): ଭାରତୀୟ ସେନାରେ 'ଅଗ୍ନିପଥ ଯୋଜନା' ଏବଂ ନିୟମିତ କ୍ୟାଡରରେ ନିଯୁକ୍ତି ପାଇଁ ୨୦୨୬-୨୭ ନିଯୁକ୍ତି ବର୍ଷ ନିମନ୍ତେ ଅନଲାଇନ୍ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। *ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ୍ ୦୧, ୨୦୨୬ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ମାଧ୍ୟମରେ ନିଜର ଆବେଦନ କରିପାରିବେ। ସେନା ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଆଶାୟୀମାନେ ଭାରତୀୟ ସେନାର ଅଫିସିଆଲ୍ ୱେବ ସାଇଟ www.joinindianarmy.nic.in ମାଧ୍ୟମରେ ପଞ୍ଜିକରଣ କରିପାରିବେ। ଏହି ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ବୁଝିବା ପାଇଁ ୱେବସାଇଟ୍‌ରେ ଭିଡିଓ ମଧ୍ୟ ଉପଲବ୍ଧ ରହିଛି। ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀମାନଙ୍କୁ ଏକ ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା (CEE) ଦେବାକୁ ପଡ଼ିବ, ଯାହା ଏକ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ହେବ। ଏହି ପରୀକ୍ଷା ପାଇଁ ପ୍ରତ୍ୟେକ ଆଶାୟୀଙ୍କୁ ୨୫୦/- ଟଙ୍କା ପରୀକ୍ଷା ଦେୟ ଜମା କରିବାକୁ ପଡ଼ିବ।ଏହି ଅନଲାଇନ୍ ପରୀକ୍ଷା ଆସନ୍ତା ଜୁନ୍ ୨୦୨୬ ମାସରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ପରୀକ୍ଷାର ସ୍ଥିର ତାରିଖ ପରବର୍ତ୍ତୀ ସମୟରେ ୱେବସାଇଟ୍ ମାଧ୍ୟମରେ ଘୋଷଣା କରାଯିବ। ରାଜ୍ୟର ସମସ୍ତ ଜିଲ୍ଲାର ଆଶାୟୀମାନେ ଏହି ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହୋଇପାରିବେ। ଯଦି କୌଣସି ପ୍ରାର୍ଥୀଙ୍କର ଏହି ସମ୍ବନ୍ଧରେ କିଛି ପ୍ରଶ୍ନ ବା ସନ୍ଦେହ ଥାଏ, ତେବେ ସେମାନେ ସମ୍ବଲପୁର ସ୍ଥିତ ଆର୍ମି ରିକ୍ରୁଟିଂ ଅଫିସ୍ ସହିତ ଲ୍ୟାଣ୍ଡଲାଇନ୍ ନମ୍ବର ୦୬୬୩-୨୫୨୦୮୪୫ ରେ ଯୋଗାଯୋଗ କରିପାରିବେ। 

ଝାରସୁଗୁଡା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ