।। ବୈପାରିଗୁଡ଼ା ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।।

Jun 6, 2023 - 15:31
 0  6
।। ବୈପାରିଗୁଡ଼ା ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।।

ବୈପାରିଗୁଡ଼ା ବ୍ଲକ ପରିସରରେ କୋରାପୁଟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳ ମହମ୍ମଦ ଅବଦୁଲ୍ ଅଗତର୍ , ଉପଜିଲ୍ଲାପାଳ ବେଦବର ପ୍ରଧାନ,କୋରାପୁଟ ଆରକ୍ଷ ଅଧକ୍ଷକ ଅବିନବ୍ ଶଙ୍କର , କୋରାପୁଟ ପିଡି , ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ, ବୈପାରିଗୁଡ଼ା ତହସିଲଦାର ସ୍ନିଗ୍ଧାରାଣୀ ଚୌଧୁରୀ , ବିଡିଓ ଅଭିମନ୍ୟୁ କବି ଶତପଥୀ , ବ୍ଲକ୍ ଅଧକ୍ଷ ପ୍ରଶାନ୍ତ କୁମାର ଗୁପ୍ତା , ସମେତ ପ୍ରତ୍ୟେକ ବିଭାଗୀୟ ପ୍ରମୁଖ ଉପସ୍ଥିତ ଥିଲେ। ଶିବିରରେ ମୋଟ ୫୯ ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ବୈପାରିଗୁଡ଼ା ବ୍ଲକର କୋଡ଼ିଏ ଗୋଟି ଗ୍ରାମ ପଞ୍ଚାୟତର ଅଞ୍ଚଳ ବାସୀ ରାସ୍ତା ପାନୀୟ ଜଳ ଆଦି ସମସ୍ୟାକୁ ନେଇ ଅଭିଯୋଗ କରିଥିଲେ । ବ୍ଲକ୍ ଅଧକ୍ଷ ପ୍ରଶାନ୍ତ କୁମାର ଗୁପ୍ତା ବୈପାରିଗୁଡ଼ା ମୁଖ୍ୟ ଚାରି ଛକ ଠାରେ ଟ୍ରାଫିକ ବ୍ୟବସ୍ଥା କରିବା ପାଇଁ ଅଭିଯୋଗ କରିଥିଲେ ।

ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ