।। ବେଲକଣା ସେବାଶ୍ରମକୁ ବିଧାୟକଙ୍କ ଗସ୍ତ କରି ଛାତ୍ର ଛାତ୍ରୀ ମାନଙ୍କ ସ୍ଵାସ୍ଥ୍ୟ ବସ୍ତା ସମସ୍ୟା ଓ ଦୁଃଖ ପଚାରି ବୁଝିଲେ ।।

କଲ୍ୟାଣିସିଂପୁର ତା:-୦୯/୦୭/୨୪ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର ବେଲକଣା ରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ସେବାଶ୍ରମକୁ ଆଜି ବିଧାୟକ ନୀଳମାଧଵ ହିକକା ଗସ୍ତ କରିଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟରେ ୧୫ ମ୍ୟାଲେରିଆ ରେ ଆକ୍ରାନ୍ତ ହୋଇଥିବା ଖବର ସମାଜରେ ପ୍ରକାଶ ପାଇବା ପରେ ଆଜି ଅପରାହ୍ନରେ ବିଷମକଟକ ନିର୍ବାଚନ ମଣ୍ଡଳୀର ନୂତନ ବିଧାୟକ ନୀଳମାଧଵ ହିକକା ଗସ୍ତ କରି ସେବାଶ୍ରମ ର ଛାତ୍ର ଛାତ୍ରୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁନନ୍ଦା କୁମାର ଜେନା ଙ୍କ ସହ ଛାତ୍ରଛାତ୍ରୀଙ୍କବିଷୟରେ ଆଲୋଚନା କରିଥିଲେ ।ବିଧାୟକ ଙ୍କ ଗସ୍ତ ସମୟରେ ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା ,ବ୍ଲକ ସଭାପତି ସି ହେଚ ନାଗେଶ ରାଓ, ଗୁଡୁଲ୍ଲା ପ୍ରସାଦ ରାଓ , ଏସି ସେଲ ର ଜିଲା ଉପସଭାପତି ଚିତ୍ତରଞ୍ଜନ ଗାଣ୍ଟା, ପଞ୍ଚାୟତ ସଭାପତି ଲିଙ୍ଗିଡି ଲକ୍ଷ୍ମଣ ସମେତ ବହୁ ଦଳୀୟ କର୍ମୀ ନେତା ଉପସ୍ଥିତ ରହିଥିଲେ ।
ରାୟଗଡା ଜ଼ିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା
What's Your Reaction?






