।। ବିଶ୍ବ ପରିବେଶ ଦିବସ ଅବସରରେ ପୁଣି ଗର୍ଜିଲେ ଆଦିବାସୀ:ଜଳ,ଜମି,ଜଙ୍ଗଲ ସୁରକ୍ଷା ପାଇଁ ନେଲେ ବଜ୍ର ଶପଥ ।।

Jun 6, 2023 - 20:55
 0  17
।। ବିଶ୍ବ ପରିବେଶ ଦିବସ ଅବସରରେ ପୁଣି ଗର୍ଜିଲେ ଆଦିବାସୀ:ଜଳ,ଜମି,ଜଙ୍ଗଲ ସୁରକ୍ଷା ପାଇଁ ନେଲେ ବଜ୍ର ଶପଥ ।।

ଜଳ, ଜମି ଏବଂ ଜଙ୍ଗଲର ସୁରକ୍ଷାକୁ ନେଇ ବିଶ୍ବ ପରିବେଶ ଦିବସ ପାଳିତ ଅବସରରେ ବଜ୍ର ଶପଥ ନେଇଛନ୍ତି ପ୍ରାକୃତିକ ପ୍ରେମୀ ଆଦିବାସୀ। ଅଞ୍ଚଳରେ ଥିବା ତିଜମାଳି, କୁଟୃମାଳି ଏବଂ ମାଜିଙ୍ଗ ମାଳିର ବକ୍ସାଇଟରେ ପରିପୂର୍ଣ୍ଣ ଖଣି ଗୁଡିକର ସୁରକ୍ଷା ଦେବା ନେଇ ପୁଣି ଆନ୍ଦୋଳନ ପାଇଁ ଅଣ୍ଟା ଭିଡିଛନ୍ତି କ୍ରାନ୍ତିକାରୀ ଆଦିବାସୀ। ତିଜ ମାଳି ସୁରକ୍ଷା ସମିତି ପକ୍ଷରୁ ଜୁନ୍ ୧ ରୁ ଆରମ୍ଭ ହୋଇଥିବା ପଦଯାତ୍ରା

ରାୟଗଡା ଜିଲ୍ଲା କାଶୀପୁର ବ୍ଲକର କଣ୍ଟାମାଳ ଠାରୁ ଆରମ୍ଭ କରି ଜୁନ୍ ୫ ତାରିଖରେ ବିଶ୍ବ ପରିବେଶ ଦିବସରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ତଲାମପଦର ଠାରେ ଉଦଯାପିତ ହୋଇଯାଇଛି। ଯେଉଁଠି କାଶୀପୁର ବ୍ଲକ ଅଞ୍ଚଳ ଏବଂ ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ପ୍ରଭାବିତ ଅଞ୍ଚଳର ଆଦିବାସୀ ଏକତ୍ରିତ ହୋଇ ଆୟୋଜିତ ଏହି ମହା ସମାବେଶରେ ଯୋଗ ଦେଇଥିଲେ। ଖଣ୍ଡୁଆଳ ମାଳି ସୁରକ୍ଷା ସମିତିର ଆବାହକ ବ୍ରିଟିଶ ନାଏକ ଏବଂ ତିଜ୍ ମାଳି ସୁରକ୍ଷା ସମିତିର ସଦସ୍ୟ ମହେଶ୍ବର ବାଗଙ୍କ ନେତୃତ୍ୱରେ ଆୟୋଜିତ ଏହି ସମାବେଶରେ ନେସନାଲ୍ ଏଲାଏନ୍ସ ଅଫ୍ ପିପୁଲ୍ସ୍ ମୋମେଣ୍ଟର ରାଷ୍ଟ୍ରୀୟ ଆବାହକ ତଥା ନିୟମଗିରି ସୁରକ୍ଷା ସମିତିର ସଦସ୍ୟ ଲିଙ୍ଗରାଜ ଆଜାଦ ପ୍ରମୁଖ ଯୋଗ ଦେଇ ପରିବେଶର ସୁରକ୍ଷା ଉପରେ ନିଜ ଅଭିଭାଷଣ ପ୍ରଦାନ କରିଥିଲେ।

ଜଳ,ଜମି ଏବଂ ଜଙ୍ଗଲର ସୁରକ୍ଷା ହେଲେ ହି ଜୀବଜଗତ ବଞ୍ଚି ପାରିବ ଏହାର ସୁରକ୍ଷା ଜରୁରୀ କିନ୍ତୁ ଏସବୁରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଥୁଆମୂଳ ରାମପୁର ଭଳି ଆଦିବାସୀ ଅଧ୍ୟୁଷିତ ବଣ ପାହାଡ ଘେରା ଅଞ୍ଚଳ ଧିରେ ଧୀରେ ନିଜର ପରିଚୟ ହରାଇବାକୂ ବସିଲାଣି।ଆଦିବାସୀଙ୍କ ନ୍ୟାୟ ବିଚାର ତଥା ସେମାନଙ୍କ ଅଧିକାରକୁ ବଞ୍ଚିତ କରିବାର ଚକ୍ରାନ୍ତ ଚାଲିଛି। ଅଞ୍ଚଳରେ ଥିବା ବିଭିନ୍ନ ଖଣି ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ବଦଳରେ ଏହାକୁ ବିକ୍ରି କରିବାର ବିଧିବଦ୍ଧ ଯୋଜନା କରିସାରିଛନ୍ତି ସରକାର ବେଦାନ୍ତ ଭଳି କମ୍ପାନୀ ହାତକୁ ଲିଜ୍ ଦେଇ ଆଦିବାସୀଙ୍କ ଭବିଷ୍ୟତକୁ ଅନ୍ଧାର ଆଡକୁ ଠେଲି ଦେବାର ଯୋଜନା ଚାଲିଛି ବୋଲି କହିଥିବା ବେଳେ ଏହାଦ୍ବାରା ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡିବ। ଯେଉଁ ବଣ ପାହାଡକୁ ନିଜର ମାଆ ବୋଲି ମାନି ଆସୁଥିବା ଆଦିବାସୀଙ୍କ ସୁରକ୍ଷା ପାଇଁ ବିଶ୍ବ ପରିବେଶ ଦିବସ ପାଳନ ଅବସରରେ ଆତ୍ମ ଚିନ୍ତନ କରି ଜଳବାୟୁ ପରିବର୍ତ୍ତନ କାରଣରୁ ଅସନ୍ତୁଳିତ ପରିବେଶ ମଧ୍ୟରେ ଅଣ ନିଶ୍ବାସୀ ହୋଇ ପଡିଛି ଆଜିର ଜୀବଜଗତ।ଏଭଳି ପ୍ରତିକୂଳ ପରିବେଶରେ ଅନେକ ଜୀବଜଗତ ନିଜର ଅସ୍ତିତ୍ବ ହରାଇଥିବା ବେଳେ ନଷ୍ଟ ହେବାରେ ଲାଗିଛି ସବୁଜ ବୃକ୍ଷଲତା। ଏସବୁର ମୂଳ କାରଣ ହେଉଛି ଆଧୁନିକ ଯୁଗର ସୁକ୍ଷ୍ମ ମାନସିକତା ମଧ୍ୟରେ ନିଜକୁ ଶ୍ରେଷ୍ଠ ବିବେଚିତ କରୁଥିବା ମଣିଷ। ଯେଉଁଥି ପାଇଁ ଏଇ ଜୀବଜଗତ ଉପରେ ଘନଉଛି ବିପଦ। ବିଶ୍ବର ଏଭଳି ସ୍ଥିତିକୁ ଦେଖି ଚିନ୍ତାରେ ପ୍ରକୃତି ପ୍ରେମୀ ।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ