ବିପର୍ଯ୍ୟୟ ପରିଚାଳନା କ୍ଷମତା ନିର୍ମାଣ ପ୍ରଶିକ୍ଷଣ ଶିବିର

Feb 9, 2026 - 19:41
 0  2
ବିପର୍ଯ୍ୟୟ  ପରିଚାଳନା କ୍ଷମତା ନିର୍ମାଣ ପ୍ରଶିକ୍ଷଣ ଶିବିର

ମାଲକାନଗିରି, ୯/୨/୨୬: ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଆନୁକୁଲ୍ୟରେ ଜିଲ୍ଲା ଜରୁରୀକାଳୀନ ବିଭାଗ ଦ୍ଵାରା ଚତୁର୍ଥ ବ୍ୟାଚ୍ ବିପର୍ଯ୍ୟୟ ପରିଚାଳନା କ୍ଷମତା ନିର୍ମାଣ ପ୍ରଶିକ୍ଷଣ ଶିବିର ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ଏଠାରେ ତୃଣମୂଳ ସ୍ତରରେ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ନେଇ ତାଲିମ୍ ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଏହି ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। ବିପର୍ଯ୍ୟୟ ପରିଚାଳନା ଓ ଏଥିପାଇଁ ଆବଶ୍ୟକ ଜ୍ଞାନ କୌଶଳ ବିଷୟରେ ଏଠାରେ ଆଲୋଚନା କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଜରୁରକାଳୀନ ଅଧିକାରୀ ଦୀପ୍ତି ରଞ୍ଜନ ସାହୁ ଉପସ୍ଥିତ ଥିଲେ। ଜରୁୀକାଳୀନ ବିଭାଗ ବରିଷ୍ଠ ରାଜସ୍ବ ସହାୟକ କୁନା ନାୟକ ଶିବିର ଆୟୋଜନ କରିବାରେ ସହଯୋଗ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ