ବିଜ୍ଞାପିତ ଅଂଚଳ ପରିଷଦ, ଖରିଆର ରୋଡ ପଞ୍ଚମ ଦିନରେ:ୱାର୍ଡ ନମ୍ବର 7 କୁରରୁମୁଣ୍ଡା ଠାରେ ସହରାଞ୍ଚଳ ଜନ ସମ୍ପର୍କ ଏବଂ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୂଆପଡା : ବିଜ୍ଞାପିତ ଅଂଚଳ ପରିଷଦ, ଖରୀଆର ରୋଡ ଦ୍ୱାରା ୱାର୍ଡ ନମ୍ବର 7 କୁରରୁମୁଣ୍ଡା ଠାରେ ସହରାଞ୍ଚଳ ଜନ ସମ୍ପର୍କ ଏବଂ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତ୍ତନ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଯୋଗ ଦେଇ ଥିବା ବେଳେ, ପରିଷଦ ର ଅଧ୍ୟକ୍ଷା ଡ: ସୋନିଆ ଜୈନ, ଉପାଧ୍ୟକ୍ଷ, ନିଶାନ୍ତ ଡାଗା, ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ କମଲସନ ରଥ ଏବଂ ସମସ୍ତ ସଭ୍ୟ ଓ ସଭ୍ୟା ଯୋଗ ଦେବା ସହ ବହୁ ମାତ୍ରା ରେ ଜନ ସାଧାରଣ ଯୋଗ ଦେଇ ଥିଲେ। ଏହି କାର୍ଯ୍ୟକ୍ରମ ଜନ ସାଧାରଣ ସରକାର ଙ୍କ ସିଧାସଳଖ ସମ୍ପର୍କ କୁ ସୁଦୃଢ କରିବା, ନାଗରିକ ମାନଙ୍କ ସକ୍ରିୟ ସହଭାଗିତା କୁ ପ୍ରୋତ୍ସାହନ ଦେବା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଓ ବିକାଶ ମୂଳକ କାର୍ଯ୍ୟକ୍ରମ ସମ୍ପର୍କ ରେ ସଚେତନତା ସୃଷ୍ଠି କରିବା ଓ ନାଗରିକ ମାନଙ୍କ ମତାମତ ଓ ଆଶା ଆକାଂକ୍ଷା କୁ ଶାସନ ପ୍ରକ୍ରିୟା ସହ ଯୋଡ଼ିବା ଉଦ୍ଦେଶ୍ୟ ରେ ଆୟୋଜନ କରାଯାଇଥିଲାବେଳେ ୱାର୍ଡ ର ମହିଳା ଓ ପୁରୁଷ ମାନେ ନିଜ ନିଜ ଅଭିଯୋଗକୁ ଏହି କାର୍ଯ୍ୟକ୍ରମରେ କହିଥିଲାବେଳେ ମଂଚାସୀନ ଅତିଥିମାନେ ଏହାର ସମାଧାନ କିପରି ହେବ ତାହା ବୁଝାଇଥିଲେ l ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0