ବିଜେଡିର ଜନ ସମ୍ପର୍କ ପଦଯାତ୍ରା

Nov 28, 2024 - 04:56
 0  129
ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୨୭/୧୧-ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପଞ୍ଚାୟତର କଖାମାଟା ଠାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି ! ଉକ୍ତ କାର୍ଯ୍ୟକ୍ରମରେ ବିଜେଡିର ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରମେଶ ମାଝୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ,ପୂର୍ବତନ ବିଧାୟକ ସୁବାସ ଗଣ୍ଡ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଲିପିକା ଵାରୋଇ, ବ୍ଲକ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର, ଉପେନ୍ଦ୍ର ଗଣ୍ଡ, ତପନ ଦେବନାଥ,ଝଡ଼େଶ୍ୱର ମହାନ୍ତି, ଶୁକଦେବ ଗଣ୍ଡ, ନବୀନା ନାୟକ, ରାଇସିଂ ଗଣ୍ଡ, ମୁନିସିପାଲିଟି ଉମରକୋଟ ଅଧ୍ୟକ୍ଷା ରାଧା ଭତରା, ଉମରକୋଟ ବ୍ଲକ ଅଧ୍ୟକ୍ଷା, ସୁଶୀଳା ମାଝୀ, ଚିତରଞ୍ଜନ ଗଣ୍ଡ, ଯତୀନ୍ଦ୍ର ଗଣ୍ଡ, ଖଗେଶ୍ୱର ହରିଜନଙ୍କ ସମେତ ଜିଲ୍ଲା ଏବଂ ଉମରକୋଟ ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତା ଓ ବିଜେଡି ସମର୍ଥକମାନେ ବିପୁଳ ସଂଖ୍ୟାରେ ଯୋଗ ଦେଇଥିଲେ !ସମସ୍ତେ ପ୍ରଥମେ ନାକଟିସିମଡା ଗ୍ରାମ ଠାରୁ କଖାମାଟା ଯାଏ ପଦଯାତ୍ରା କରି କଖାମାଟା ଠାରେ ଏକ ବୈଠକର ଆୟୋଜନ କରାଯାଇଥିଲା ! ଉକ୍ତ ବୈଠକରେ ବିଜେଡି ଜିଲ୍ଲା ସଭାପତି ସଭାପତିତ୍ୱ କରି ବିଜେଡି ସରକାରଙ୍କ ଲୋକାଭିମୁଖୀ ଯୋଜନା ସବୁ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ବୁଝେଇଵା ସହ ବିଜେଡି ସରକାରଙ୍କ ସମସ୍ତ ଯୋଜନା ଯୁଗାନ୍ତକାରୀ ଯୋଜନା ବୋଲି କହିଥିଲେ ! ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯେତିକି ଯୋଜନା ରହିଛି ସେସବୁ ଯୋଜନା ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ! ତାଙ୍କ ପରି ଯୋଜନା ନା ପୂର୍ବ ସରକାର କରିଥିଲେ ନା ବର୍ତ୍ତମାନର ସରକାର କରିବେ ବୋଲି ନିଜ ବକ୍ତବ୍ୟରେ କହିଥିଲେ ଓ ବିଜେଡି ସହିତ ଯୋଡିହୋଇରହିବା ପାଇଁ ସମସ୍ତ ଜନସାଧାରଣଙ୍କୁ ବୁଝେଇଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ