ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ

Dec 26, 2024 - 19:14
 0  8
ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ

ବାରିପଦା ଓଡିଶାର ଲୋକପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ସାରା ରାଜ୍ୟରେ ବିଜେଡି ଦଳର ୨୮ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ମୟୁରଭଞ୍ଜ ଜିଲ୍ଲାର ସଦରମୋହକୁମା ବାରିପଦାସ୍ଥିତବିଜୁ ଗୋଲାଈ ଠାରେ ଓଡିଶାର ଜନନାୟକ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଉତ୍ସବ ମୟୁରଭଞ୍ଜ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଦାମ ମାରାଣ୍ଡିଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି l ପରେ ବାରିପଦାସ୍ଥିତ ବିଜୁ ଭବନରେ ବିଜେଡି କର୍ମୀଙ୍କୁ ଉତ୍ସାହିତ କରିବା ଏବଂ ବିଜେପି ସରକାରର ବିଫଳତା ବିଷୟରେ ଜନସାଧାରଣଙ୍କୁ ସଚେତନତା କରିବାକୁ ଏକ ସାଧାରଣ ସଭା ଶହ ଶହ କର୍ମୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ପ୍ରତିଷ୍ଠା ଦିବସ ସଭାରେ ସମସ୍ତ ବିଜେଡି କର୍ମୀ ଘରେ ଘରେ ଯାଇ ଲୋକଙ୍କୁ ବିଜେପି ସରକାର ବିଫଳତା ବିଷୟରେ ବୁଝାଇବାକୁ ଶପଥ ନେଇଛନ୍ତି l ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଉପ ବାଚସ୍ପତି ଶ୍ରୀଯୁକ୍ତ ସାନନ୍ଦ ମାରାଣ୍ଡି, ବରିଷ୍ଠ ବିଜେଡି ପୂର୍ବତନ ମୋରଡା ବିଧାୟକ ରାଜକିଶୋର ଦାସ, ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ,ଜିଲ୍ଲାପରିଷଦ ଅଧକ୍ଷା ଶ୍ରୀମତୀ ଭାରତୀ ହାଁସଦା, ବାରିପଦା ନଗରପାଳ କୃଷ୍ନାନନ୍ଦ ମହାନ୍ତି, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି ( ନଛି ), ଏମସିସି ବ୍ୟାଙ୍କ ସଭାପତି ସୁବ୍ରମାଣ୍ୟମ ମହାନ୍ତି,ବରିଷ୍ଠ ବିଜେଡି ନେତା କୃଷ୍ଣ ଦାସ ଓ ସରୋଜ ମହାପାତ୍ର,ଉପ ନଗରପାଳ ସୀମା ଦାସ, ଶ୍ରାବଣୀ ଦାସ,ମିଡ଼ିଆ ସଂଯୋଜକ ସୁକୁମାର ରଞ୍ଜନ ପ୍ରଧାନ,.ଯୁବ ସଭାପତି ଅରୁଣ ବରାଡ଼,ଛାତ୍ର ସଭାପତି ସୁନୀଲ କୁମାର ନାୟକ,ଛାତ୍ର ବିଜେଡି ସାଧାରଣ ସମ୍ପାଦକ ମନୀଷ ବେହେରା ପ୍ରମୁଖ ସମେତ ସମସ୍ତ ୱାର୍ଡର ୱାର୍ଡ କାଉନସିଲର ଓ କର୍ମୀମାନେ ଯୋଗଦାନ କରିଥିଲେ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ