।। ବିଏସଏସ କ୍ଳବ ଏବଂ କାଞ୍ଚନବେନ ରସିକ ଲାଲ ଢୋଲକିୟା ଚେରଟିବଲ ଟ୍ରଷ୍ଟ ମିଳିତ ତ୍ୱାବଧାନରେ ସିଲାଇ ମେସିନ ପ୍ରଶିକ୍ଷଣ ର ଶୁଭାରମ୍ଭ ।।

Oct 2, 2023 - 20:14
 0  19
।। ବିଏସଏସ କ୍ଳବ ଏବଂ କାଞ୍ଚନବେନ ରସିକ ଲାଲ ଢୋଲକିୟା ଚେରଟିବଲ ଟ୍ରଷ୍ଟ ମିଳିତ ତ୍ୱାବଧାନରେ ସିଲାଇ ମେସିନ ପ୍ରଶିକ୍ଷଣ ର ଶୁଭାରମ୍ଭ ।।

ନୂଆପଡା : ବିଏସଏସ କ୍ଳବ ଏବଂ କାଞ୍ଚନବେନ ରସିକ ଲାଲ ଢୋଲକିୟା ଚେରଟିବଲ ଟ୍ରଷ୍ଟ ମିଳିତ ତ୍ୱାବଧାନରେ ଏକ ସିଲାଇ ମେସିନ ପ୍ରଶିକ୍ଷଣ ସ୍ଥାନୀୟ ବିଏସଏସ କ୍ଳବ କାର୍ଯ୍ୟାଳୟରେ ଶୁଭାରମ୍ଭ ହୋଇଯାଇଛି l ଉକ୍ତ ଅବସରରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ଢୋଲକିଆ, ଖରିଆର ରୋଡ ନଗରପାଳ ସୋନିୟା ଜୈନ, ଉପ ନଗରପାଳ ନିଶାନ୍ତ ଡାଗା, ପାର୍ଶଦ ଶେଖର ଜୈନ, ଖରିଆର ରୋଡ ରାମାୟଣ ମଣ୍ଡଳୀର ସଭାପତି ଭଗବତୀ ପଟେଲ, ସମାଜ ସେବୀ ଶ୍ୟାମ କେଶରବାନୀ, ବିଜେପି ନଗର ସଭାପତି ରାକେଶ ଜୈନ ପ୍ରମୁଖ ମଂଚାସୀନ ଥିଲେ l ଅଞ୍ଚଳରେ ଗରିବ ଶିକ୍ଷିତ ବେକାର ଯୁବତୀ ମାନେ ସିଲାଇ ଶଖିବା ଦ୍ୱାରା ରୋଜଗାର କରି ପାରିବେବୋଲି ଉକ୍ତ ମଞ୍ଚାସିନ ଅତିଥି ମାନେ ନିଜ ମତ ରଖିଥିଲେ l ଏହି ସିଲାଇ ପ୍ରଶିକ୍ଷଣ ବିଏସଏସ କ୍ଳବ ଏବଂ କାଞ୍ଚନବେନ ରସିକ ଲାଲ ଢୋଲକିୟା ଚେରଟିବଲ ଟ୍ରଷ୍ଟ ମିଳିତ ତ୍ୱାବଧାନରେ ହୋଇଥିବାବେଳେ ନଗରପାଳ ସୋନିୟା ଜୈନ ଙ୍କ ଦ୍ୱାରା ସିଲାଇ ମେସିନ ପ୍ରଦାନ କରିଥିଲାବେଳେ ପାର୍ଷଦ ଶେଖର ଜୈନ ଦ୍ୱାରା ସିଲାଇ ମେସିନ ପ୍ରଦାନ କରାଯାଇଥିବାର ସୂଚନା ମିଳିଛି l ମନ୍ତ୍ରୀଙ୍କ ଦ୍ୱାରା କ୍ଳବ କୁ 1 ଲକ୍ଷ ଟଙ୍କାସହାୟତା ଦେଇଥିବାବେଳେ କ୍ଳବ ର ସଭାପତି ସୁନୀଲ ତିୱାରୀଙ୍କ ଦ୍ୱାରା ପ୍ରଶିକ୍ଷଣ ପାଇଁ 1 ଲକ୍ଷ ଟଙ୍କାସହାୟତା ପ୍ରଦାନ କରିଛନ୍ତି l ଉକ୍ତ କାର୍ଯ୍ୟକ୍ରମକୁ ସୁନୀଲ ତିୱାରୀ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମର ଅନ୍ୟମାନଙ୍କ ମଧ୍ୟରେ ବିଏସଏସ କ୍ଳବ ର ସଭାପତି ସୁନୀଲ ତିୱାରୀ, ସମ୍ପାଦକ ସଂଜୟ ଯାଦବ, ଉପ ସଭାପତି ଶଙ୍କର ସୁନା, କ୍ରୀଡା ସଚିବ ବିଶୁ ବନଛୋର, ମିନ୍ତୁ କେଶରବାନୀ, ଟୁନା ବଛା, ଅରୁଣ ୟାଦବ ପ୍ରମୁଖ ଉପସ୍ଥିତ ଥିଲେ l

 ନୂଆପଡ଼ାରୁ ବିଶ୍ଵନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ