।। ବନ୍ଦକନା ପଞ୍ଚାୟତଠାରେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ଅନୁଷ୍ଠିତ l।

Jan 28, 2024 - 06:50
 0  73
।।  ବନ୍ଦକନା ପଞ୍ଚାୟତଠାରେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ଅନୁଷ୍ଠିତ l।

କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ ଅନ୍ତର୍ଗତ ବନ୍ଧକନା ପଞ୍ଚାୟତ ଅନୁକୂଲ୍ୟରେ ଥିବା ବନ୍ଧକନା ଖେଳ ପଡ଼ିଆରେ ରେ ପଞ୍ଚାୟତ ସ୍ତରୀୟ ‘ ଆମ ଓଡ଼ିଶା ନବୀନ ଓଡ଼ିଶା’ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରେ ବନ୍ଧକନା ଗ୍ରାମ ପଞ୍ଚାୟତ ର ସରପଞ୍ଚ ହିମାଦ୍ରୀ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଳମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ମାଣ୍ଡାଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ‘ ଆମ ଓଡ଼ିଶା ନବୀନ ଓଡ଼ିଶା’ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଏଥିରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାଗୁଡିକର ବିଷୟରେ ରୂପାନ୍ତରିତକରଣ ମାର୍ଗଦର୍ଶନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ସମିତି ସଭ୍ୟା ରୀନା ମାଝୀ,ବ୍ଲକ ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, କନିଷ୍ଠ ଯନ୍ତ୍ରୀ ସୃତି ରଞ୍ଜନ ସେଠି, ନବୀନ କୁମାର ପଣ୍ଡା ଜିଲ୍ଲା ପରିଷଦ ନିବେଦିତା ହଂସ, ହାରାମାଲ ସରପଞ୍ଚ ସୁଶୀଳା ଦୁର୍ଗା, ସମାଜ ସେବୀ ଭକ୍ତରାଜ ଦୁର୍ଗା,ସରପଞ୍ଚ ପ୍ରତିନିଧି ଶତ୍ରୁଘ୍ନ ବାଗ ଏବଂ ବିଏସ୍ଏସଓ କ୍ଷିତିସୁତା ମେହେର, ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ର ସୁନାମଧନ୍ୟ କମେଡି କଳାକାର ଯୋଗେଶ ଜୋଯୋ ଙ୍କ କମେଡିରେ ଝୁମିଲେ ଦର୍ଶକ ଏବଂ ରସ ଜାମୁଡାଲି ଗୀତ ସହ ଅନେକ ସମ୍ବଲପୁରୀ ଗୀତରେ କଳାକାର ମାନେ ନାଚି ଲୋକଙ୍କ ମନ ଜିଣିଥିଲେ । ଏପରିକି ତାଙ୍କ ନାଚକୁ ଦେଖି ଉପସ୍ଥିତ ରହିଥ‌ିବା ସମସ୍ତ ଜନ ସାଧାରଣ ଝୁମି ଉଠିଥିଲେ l ଏହି କାର୍ଯ୍ୟକ୍ରମରେ ଚାଷୀଠୁ ଆରମ୍ଭ କରି ଅଙ୍ଗନବାଡି,ଆଶା କର୍ମୀ,ସମାଜସେବୀ, ସ୍ୱଚ୍ଛସେବୀ, ଏମ୍ବିକେ, ସିଆରପି, କୃତି ଛାତ୍ରଛାତ୍ରୀ,ଶିକ୍ଷକ ଶ୍ରେଷ୍ଠ ମଞ୍ଚପରିଚାଳକ ମାନଙ୍କୁ ମାନପତ୍ର ସହ ଉପଢୌକନ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ରଞ୍ଜନ କୁମାର ସାହୁ ଓ ମାନସ ରଞ୍ଜନ ପାଢ଼ୀ ମଞ୍ଚ ପରିଚାଳନା କରିଥିବାବେଳେ । ଏଥିରେ ବନ୍ଧକନା ଗ୍ରାମ ପଞ୍ଚାୟତର ପିଇଓ ଲାଲସୁନ୍ଦର ଶବର,ଜିଆର୍‌ଏସ୍ ପାର୍ଥ ସାରଥୀ ସାହୁ,ଯୋଗାଣ ସହାୟକ ଶୁଭେନ୍ଦୁ ନାଏକ, ଚୈତନ ଲହଜଳ,ପିଅନ ପୂର୍ଣଚନ୍ଦ୍ର ରାଉତ କୈଳାଶ ନାଗ, ମଣ୍ଟୁ ସିଂ, ଜଳନ୍ଧର ରାଉତ ପ୍ରମୁଖ ସହଯୋଗ କରିଥିଳେ l

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ସହ ରଜନୀ କାନ୍ତ ଶଗଡିଆ ଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ