।। ପ୍ରଥମ ଦିନ ପରୀକ୍ଷା ୪୪ ଜଣ ଅନୁପସ୍ଥିତ ଲକ୍ଷ୍ମୀପୁର ନୋଡାଲ ସେଣ୍ଟର୍ ଅଧୀନରେ ଥିବା ନଅଟି କେନ୍ଦ୍ରରେ ।।

Feb 20, 2024 - 19:32
 0  16
।। ପ୍ରଥମ ଦିନ ପରୀକ୍ଷା ୪୪ ଜଣ ଅନୁପସ୍ଥିତ ଲକ୍ଷ୍ମୀପୁର ନୋଡାଲ ସେଣ୍ଟର୍  ଅଧୀନରେ ଥିବା ନଅଟି କେନ୍ଦ୍ରରେ ।।

ଲକ୍ଷ୍ମୀପୁର.୨୦।୦୨ ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମ୍ୟାଟ୍ରିକ ପରୀକ୍ଷା ଆଜିଠୁ ଆରମ୍ଭ ହୋଇଯାଇଥିବା ବେଳେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ହୋଇଥିବା ନୋଡାଲ ସେଣ୍ଟର୍ ଅଧୀନରେ ଥିବା ନଅଟି କେନ୍ଦ୍ରରେ ୧୯୭୨ ରୁ ୧୯୨୮ ଜଣ ପରୀକ୍ଷା ଦେଇଥିବା ଜଣା ପଡ଼ିଛି।ସେଥି ମଧ୍ୟରୁ ୪୪ ଜଣ କୌଣସି କାରଣ ବଶତଃ ଅନୁପସ୍ଥିତ ଥିବା ଜଣା ପଡିଛି।କପି ରୋକିବା ଦିଗରେ ସମସ୍ତ ପରିକ୍ଷା କେନ୍ଦ୍ର ଠାରେ ସିସିଟିଭିର ବ୍ୟବସ୍ଥା ମଧ୍ୟ କରାଜାଇଛି।ଲକ୍ଷ୍ମୀପୁର ନୋଡାଲ୍ ସେଣ୍ଟର୍ ଅଧିନରେ ଥିବା ସାଂଗାନା ଉଚ୍ଚ ବିଦ୍ୟାଳୟ ଠାରେ ୨୮୫ ରୁ ୨୮୪,ଚମ୍ପି ହାଇସ୍କୁଲ ଠାରେ ୧୪୩ ରୁ ୧୪୨,ପଞ୍ଚଡା ହାଇସ୍କୁଲ ଠରେ ୨୯୫ ରୁ ୨୯୩,ମିନାପାଇ ବାଳିକା ବିଦ୍ୟାଳ ଠାରେ ୨୪୩ ରୁ ୨୩୯,କାକିରିଗୁମ୍ମା ଉଚ୍ଚ ବିଦ୍ୟାଳୟ ଠାରେ ୨୭୫ ରୁ ୨୭୦,ଦଶମନ୍ଥପୂର ହାଇସ୍କୁଲ ଠାରେ ୨୪୭ ରୁ ୨୩୨,ପୋଡାଗଡ ହାଇସ୍କୁଲ ଠାରେ ୧୩୮ରୁ ୧୩୭,ପୋଡାଗଡ କନ୍ୟାଶ୍ରମ ଠାରେ ୧୨୪ରୁ ୧୧୧ ଓ ମାଛପୁଟ ହାଇସ୍କୁଲ ଠାରେ ୨୨୨ ରୁ ୨୨୦ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇ ଥିବା ଜଣା ପଡିଛି।ଲକ୍ଷ୍ମୀପୁର ସ୍ଥିତ ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟ ପରିଶର ମଧ୍ୟରେ ନୋଡାଲ ସେଣ୍ଟର କରାଜାଇଥିବା ବେଳେ ଲକ୍ଷ୍ମୀପୁର ଓ ଦଶମନ୍ତ ପୁର ବ୍ଲକର ନଅଟି ପରୀକ୍ଷା କେନ୍ଦ୍ର ପାଇଁ ପ୍ରଶ୍ନ ପତ୍ର ସିସିଟିଭି ନଜରରେ ରଖା ଜାଇଛି।ଉକ୍ତ ସ୍ଥାନକୁ ଦୈନିକ ପୋଲିସ କର୍ମୀ ମଧ୍ୟ ଜଗିକି ଅଛନ୍ତି। ନୋଡାଲ ସେଣ୍ଟରର ଅଧିକ୍ଷକ ଭାବେ ସାଙ୍ଗାନା ହାଇସ୍କୁଲର ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ ଓ ଉପ ଅଧିକ୍ଷକ ଭାବେ ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ଦାୟୀତ୍ୱରେ ଅଛନ୍ତି।ଏହି ନୋଡାଲ ସେଣ୍ଟର୍ ଅଧୀନରେ ଥିବା ନଅଟି ପରିକ୍ଷା କେନ୍ଦ୍ର ଗୁଡିକୁ ଆଜି ସକାଳ ପାଞ୍ଚଟାରୁ ତିନଟି ଡେଶ୍ପାଚ୍ ଟିମ ପୋଲିସ କର୍ମୀଙ୍କ ସହ ପ୍ରଶ୍ନ ପତ୍ର ନେଇ ପରୀକ୍ଷା ଶେଷ ହେବା ପରେ ଉତ୍ତର ଖାତା ଆଣି ନୋଡାଲ କେନ୍ଦ୍ରରେ ଜିମା ଦେଇଛନ୍ତି। ପ୍ରଥମ ଡେଷ୍ପାଚ୍ ଟିମ୍ ରେ ଶିକ୍ଷକ ମାନସ ରଞ୍ଜନ ଜେନା, ନିରୋଦ କୁମାର ରାଏ, ଦୂତୀୟ ଟିମ୍ ରେ ଚକ୍ରଧର ଧର, ସୁନୀଲ କୁମାର ଗରଡ଼ା,ତୃତୀୟ ଟିମ୍ ରେ କିରଣ ମୟ ଦତ୍ତ ଓ ଶଙ୍କର ଗୁଡ଼ୁମ୍ବକା ନିୟୋଜିତ ଥିବା ବେଳେ ପ୍ରତ୍ୟେକ ଟିମ୍ କୁ ତିନୋଟି ଲେଖା ପରୀକ୍ଷା କେନ୍ଦ୍ର ର ଦାୟିତ୍ଵ ଦିଆଯାଇଛି।

ଲକ୍ଷ୍ମୀପୁର ରୁ ପ୍ରମୋଦ ଜେନାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ