।। ନୂତନ ଡାକ୍ତରଖାନା ନିର୍ମାଣ ନିମନ୍ତେ କଙ୍କଡ଼ାଆମ୍ବ ଗ୍ରାମରେ ଜମି ଚିନଟ ।।

Oct 3, 2023 - 20:02
 0  10
।। ନୂତନ ଡାକ୍ତରଖାନା ନିର୍ମାଣ ନିମନ୍ତେ କଙ୍କଡ଼ାଆମ୍ବ ଗ୍ରାମରେ ଜମି ଚିନଟ ।।

ଆଜି କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଥାନା ଅନ୍ତର୍ଗତ କଙ୍କଡ଼ାଆମ୍ବ ଗ୍ରାମରେ ନୂତନ ଡାକ୍ତରଖାନା ନିର୍ମାଣ ନିମନ୍ତେ ଜମି ଚିନଟ ପ୍ରକ୍ରିୟା ହୋଇଯାଇଛି l ଡାକ୍ତରଖାନା ନିର୍ମାଣ ନିମନ୍ତେ ପାଞ୍ଚ ଏକର ବିଶିଷ୍ଠ ପରିମିତିରେ l ଜମି ଚିନଟ କରିବାରେ କୁନ୍ଦୁଲି ରାଜସ୍ବ ଅଧିକାରୀଣୀ ନକ୍ଷତ୍ର ମାଳାଙ୍କ ଦ୍ଵାରା ଜମି ଚିନଟ କରିଥିବା ଦେଖିବାକୁ ମିଳିଛି l ଏହି ଚିନଟ ପ୍ରକ୍ରିୟାରେ ଗ୍ରାମର ଭଦ୍ରବ୍ୟକ୍ତି ତଥା ସମାଜ ସେବି ରବି ସଡ଼ାପେଲି, ଅନିଲ ସଡ଼ାପେଲି, ସିନା ସଡ଼ାପେଲି, ନିରଞ୍ଜନ ଖିଲ, ଗୋବର୍ଦ୍ଧନ ଖିଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l ସେଆଡେ଼ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଥିବାବେଳେ ଆଉ ଏକ ନୂତନ ଡାକ୍ତରଖାନା ନିର୍ମାଣ ହେବା ଖବର ଶୁଣି l ଆଖ ପାଖ ଗ୍ରାମର ଲୋକଙ୍କ ମନରେ ଖୁସୀର ଲୋହାରୀ ଖେଳିଯାଇଛି l ଅନେକ ଲୋକ ଅଧିକା ରୋଗ ଜ୍ୱର ହେଲେ ଦୂର ଡାକ୍ତରଖାନା ଯାଇନପାରି ବହୁତ ଅସୁବିଧାରେ ସମ୍ମୁଖୀନ ହୋଉଛନ୍ତି l ଏହି ଡାକ୍ତରଖାନା ହେଲେ ଆଖ ପାଖ ଗ୍ରାମର ଲୋକେ ସହଜରେ ଚିକିତ୍ସିତ ହୋଇପାରିବେ ବୋଲି କିଛି ବୁଦ୍ଧିଜୀବୀ ମତ ପ୍ରକାଶ କରିଥିବା ଦେଖିବାକୁ ମିଳିଛି l

ସେମିଳିଗୁଡ଼ାରୁ ଦେବେନ୍ଦ୍ର ଖିଲ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ