।। ନେହେଳା ଗ୍ରାମରେ କେବେ କରିବେ ବିଦ୍ୟୁତ ଓ ପାନୀୟ ଜଳର ବ୍ୟବସ୍ଥା ।।

Oct 3, 2023 - 12:08
 0  8
।। ନେହେଳା ଗ୍ରାମରେ କେବେ କରିବେ ବିଦ୍ୟୁତ ଓ ପାନୀୟ ଜଳର ବ୍ୟବସ୍ଥା ।।

କେନ୍ଦ୍ର ଓ ରାଜ୍ୟ ସରକାର ପାଖରେ ଅଭିଯୋଗ କଲେ କି ପ୍ରତେକ ଗାଁ ରେ ଆଲୋକ ଦେଖାଇଲ କିନ୍ତୁ ଆମଗାଁ କୁ ଅନ୍ଧାର ରଖି ଦେଲ l ପାନୀୟ ଜଳ ଗାଁ ଗାଁ ରେ ବସୁଧା କରି ଘର କୁ ଘର କଲ ଜଳ ବ୍ୟବସ୍ତା ହେଲେ ଆମକୁ ଦେଲ ଝରଣା ନଈ l ପିଢ଼ି ପରେ ପିଢ଼ି ବିତିଗଲାଣି ହେଲେ ଆମ ଗାଁ ରେ କେବେ ବିଦ୍ୟୁତ ଆଲୋକର ସାତ ସପନ ପାଲଟିଛି l ହଁ ଏହା ଆମେ କହୁନୁ ଆଜ୍ଞା କହୁଛନ୍ତି ଗ୍ରାମ ବାସି,ତାହା ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କାଣୀଗୁମା ପଞ୍ଚାୟତ ନେହେଲା ଗ୍ରାମ ବ୍ୟବସ୍ଥା ଜଣାଇଛନ୍ତି l

ଆମେ ସରକାର କଣ ଭୁଲ କଲୁ, ନା ଆମେ ଭୋଟ ଦେଉନୁ କି ଆମକୁ କେବେ ଦେଖାଇବେ ବିଦ୍ୟୁତ ଆଲୋକ ଓ ବିଶୁଦ୍ଧ ପାଣି କେବେ ମିଳିବ ବୋଲି ଗ୍ରାମବାସି ଅଭିଯୋଗ କରିଥିଲେ l ଶୁଣି ନିଅନ୍ତୁ ଗ୍ରାମ ବାସି କଣ କହୁଛନ୍ତି lନିର୍ବାଚନ ସମୟରେ କେବଳ ମାଲ ମାଲ ହୋଇ ରାଜନୀତି ଦଳର ନେତା ସହ ଦଳ ର କର୍ମୀ ମାନେ ମିଛ ପ୍ରତିଶୃତି ଦେଇ ଲୋକଙ୍କୁ ଭକୁଆ ବନେଇ ଭୋଟ ହାତେଇବା ଗ୍ରାମ ବାସି ପ୍ରକାଶ କଲେ l ଏହି ଖବର ପ୍ରସାରଣ ହେଲା ପରେ ସରକାର ଗ୍ରାମ ବାସି ଙ୍କୁ କଣ ସୁବିଧା ଯୋଗାଇବେ ତାହା ଦେଖିବାକୁ ବାକି ରହିଲା l

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ