।। ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ ।।

Aug 16, 2023 - 18:57
 0  17
।। ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ ।।

ନୂଆପଡା ମିନି ଷ୍ଟାଡ଼ିୟମ ଠାରେ ଜ଼ିଲ୍ଲା ପ୍ରଶାସନ ତରଫରୁ 77ତମ ଜ଼ିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି l ଜ଼ିଲ୍ଲାପାଳ ହେମକାନ୍ତ ସୟ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ l ଜ଼ିଲ୍ଲାର ସାମଗ୍ରିକ ବିକାଶ ଉପରେ ଜ଼ିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଜ଼ିଲ୍ଲାପାଳ ନିଜ ବକ୍ତବ୍ୟ ରଖିଥିଲେ l ଏସପି ଜିଆର ରାଘବେନ୍ଦ୍ର, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷl ଡ଼ଲି ମାଝି, ଅତିରିକ୍ତ ଜ଼ିଲ୍ଲାପାଳ ଅଗସ୍ତି ପ୍ରଧାନ, ଅତିରିକ୍ତ ଏସପି ଇନ୍ଦ୍ରମଣି ବେହେରା, ଉପଜ଼ିଲ୍ଲାପାଳ ସୁବାଷ ଚନ୍ଦ୍ର ରଏତ, 216 ସିଆରପିଏଫ ବାଟାଲିଅନ କମାଣ୍ଡେଣ୍ଡ ଏରିକ ଗିଲବର୍ଟ ଜୋଶ ପ୍ରମୁଖ ଯୋଗ ଦେଇଥିଲେ l ଏଠାରେ ସିନିୟର ଓ ଜୁନିଅର ବିଭାଗରେ 26ଟି ଗ୍ରୁପ ପରେଡରେ ଯୋଗ ଦେଇଥିଲେ l ଶାନ୍ତି ଶୃଙ୍ଖଳା ରକ୍ଷl ପାଇଁ 4 ପ୍ଲାଟୁନ ଫୋର୍ସ ମୃତୟନ ହୋଇଥିଲା l ଏହି ଅବସରରେ ଦେଶାତ୍ମକବୋଧ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଜ଼ିଲ୍ଲା ମୁଖ୍ୟ ଚିକିତ୍ସlଲୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ