ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ଆଇ.ସି.ସି ଏବଂ ଏଲ.ସି.ସି ତାଲିମ କାର୍ଯକ୍ରମ ଅନୁଷ୍ଠିତ

ନୂଆପଡ଼ା : ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ଆଇ.ସି.ସି ଏବଂ ଏଲ.ସି.ସି ର ତାଲିମ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ସଦଭାବନା ସଭାଗୃହଠାରେ କର୍ମ କ୍ଷେତ୍ରରେ ମହିଳା ମାନଙ୍କର ଯୌନ ନିର୍ଯାତନା (ନିଷେଧ, ନିବାରଣ ଏବଂ ପ୍ରତିକାର) ଆଇନ-୨୦୧୩ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ଆଇ.ସି.ସି ଏବଂ ଏଲ.ସି.ସି ର ସଦସ୍ୟ ମାନଙ୍କର ତାଲିମ୍ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା | ଏହି ତାଲିମ କାର୍ଯ୍ଯକ୍ରମରେ ମଧୁସୂଦନ ଦାଶ ଜିଲ୍ଲାପାଳ, ନୂଆପଡା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଓ ଜିଲ୍ଲାର ଯେଉଁ ବିଭାଗରେ ୧୦ରୁ ଅଧିକ କର୍ମଚାରୀ କାର୍ଯ୍ଯରତ ଅଛନ୍ତି, ଆସନ୍ତା ୭ ଦିନ ମଧ୍ୟରେ ଆଇ.ସି.ସି ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ | ସଙ୍ଗୀତା ପାତ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ନବନୀତା ଦାଶ, ସଚିବ, ଜିଲ୍ଲା ଆଇନ ପ୍ରାଧିକରଣ ସେବା, ନୂଆପଡ଼ା ଏବଂ ଆଡଭୋକେଟ କୁମୁଦ ଚନ୍ଦ୍ର ହୋତା କର୍ମକ୍ଷେତ୍ରରେ ମହିଳାମାନେ ସମ୍ମୁଖୀନ ହେଉଥିବା ଯୌନ ନିର୍ଯ୍ଯାତନା ଜନିତ ସମସ୍ୟା, ପ୍ରତିରୋଧ ଓ ନିବାରଣ ନିମନ୍ତେ ଉଦ୍ଦିଷ୍ଟ ଆଇନ -୨୦୧୩, ଅନୁଯାୟି ଥିବା ବିଧିବଦ୍ଧ ବ୍ୟବସ୍ଥା ଏବଂ ଏହାର ନିରାକରଣ ନିମନ୍ତେ ତାଲିମ ଦେଇଥିଲେ | ଏଥିରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ, ପୋଲିସ ଅଧିକାରୀ , ସାମାଜିକ ଅନୁଷ୍ଠାନ,ବ୍ୟାଙ୍କ, ବାଣିଜ୍ୟ ଅନୁଷ୍ଠାନ, ସଖୀ, ବିଭିନ୍ନ ଜିଲ୍ଲା ମହିଳା ସ୍ବୟଂ ସହାୟକ ସଂଘ ଅଂଶଗ୍ରହଣକରି ତାଲିମ୍ ନେଇଥିଲେ | ମଞ୍ଜୁ ଶୁକ୍ଳା, ସୁରକ୍ଷା ଅଧିକାରୀ, ନୂଆପଡ଼ା, ଧନ୍ୟବାଦ ଦେଇଥିଲେ ଓ ରଞ୍ଜନ କୁମାର ସାହୁ, ଜିଲ୍ଲା ସଂଯୋଜକ ତାଲିମ କାର୍ଯ୍ଯକ୍ରମ ପରିଚାଳନା କରିଥିଲେ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






