ନିଲମ୍ବିତ ହେଲେ ଟୁନା ଓ ପ୍ରମୋଦ, ପ୍ରତିବାଦରେ ଚାରି ବ୍ଲକର ସମସ୍ତ ନିର୍ବାଚିତ ନେତାଙ୍କ ଇସ୍ତଫା:ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ନାୟକ ଙ୍କ କୁଶ ପୁତ୍ତଳିକା ଦାହ.

Jun 5, 2026 - 20:29
 0  4
ନିଲମ୍ବିତ ହେଲେ ଟୁନା ଓ ପ୍ରମୋଦ, ପ୍ରତିବାଦରେ ଚାରି ବ୍ଲକର ସମସ୍ତ ନିର୍ବାଚିତ ନେତାଙ୍କ ଇସ୍ତଫା:ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ନାୟକ ଙ୍କ କୁଶ ପୁତ୍ତଳିକା ଦାହ.

ରାଜ୍ୟସଭା ନିର୍ବାଚନ ରେ କ୍ରସ ଭୋଟିଙ୍ଗ ଙ୍କୁ ନେଇ ଚର୍ଚ୍ଚା ରେ ଥିବା ନିଲମ୍ବିତ ହୋଇଥିବା ଚକ୍ରମଣୀ କଂହରଙ୍କୁ ସ୍ୱାଗତ କରିବା ମହଙ୍ଗା ପଡିଲା ବିଜେଡି ଉପସଭାପତି ଟୁନା ଦାଶ ଏବଂ ସମ୍ପାଦକ ପ୍ରମୋଦ ସାହୁ. ଏହାକୁ ନେଇ ଦଳ ତରଫରୁ ଦୁଇ ନେତାଙ୍କୁ ନିଲମ୍ବିତ କରିଥିଲେ.ଦଳର ଏହି ନିଷ୍ପତି କୁ ନେଇ ବଢ଼ିଲା ଅସନ୍ତୋଷ, ସଂଗଠନରେ ଦେଖାଦେଇଛି ଘୋର ଅସ୍ଥିରତା ଟୁନା ଓ ପ୍ରମୋଦଙ୍କୁ ଦଳ ପକ୍ଷରୁ ନିଲମ୍ବନ କରାଯିବା ପରେ ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି। ଏହି ନିଷ୍ପତ୍ତିକୁ ବିରୋଧ କରି ଚାରୋଟି ବ୍ଲକର ସମସ୍ତ ନିର୍ବାଚିତ ସମିତି ସଭ୍ୟ, ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ସଭ୍ୟ, ଛାତ୍ର, ମହିଳା, ସକ୍ରିୟ ସଦସ୍ୟ ସାମୂହିକ ଭାବେ ନିଜ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ଇସ୍ତଫା ଦେଇଥିବା ନେତାମାନେ କହିଛନ୍ତି ଯେ, ଟୁନା ଓ ପ୍ରମୋଦଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଅନ୍ୟାୟ ଏବଂ ଏକପାଖିଆ। ଦଳୀୟ ନେତୃତ୍ୱ ତୁରନ୍ତ ଏହି ନିଷ୍ପତ୍ତିର ପୁନଃବିଚାର କରିବା ସେମାନେ ଦାବି କରିଛନ୍ତି। ଘଟଣାକୁ ନେଇ ସମଗ୍ର କନ୍ଧମାଳ ଜିଲ୍ଲାରେ ରାଜନୈତିକ ପରିବେଶ ସରଗରମ ହୋଇପଡ଼ିଛି। ଏକଦା ବାଲିଗୁଡା ନିର୍ବଚନୀ ମଣ୍ଡଳୀରେ ବିଜେଡି କୁ ଦୁଇ ଦୁଇ ଥର ବିଧାୟକ ଜିତାଇବା ଏବଂ ବିଜେଡି କୁ ତୃଣ ମୂଳ ସ୍ତରରୁ ଶକ୍ତିଶାଳୀ କରାଇଥିବା ଦୁଇ ନେତା ଟୁନା ଏବଂ ପ୍ରମୋଦ ଙ୍କ ନିଲମ୍ବନ ଆଦେଶ କୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ବାଲିଗୁଡା ଅଞ୍ଚଳବାସୀ. ତୁମୁଡିବନ୍ଧ ଜିଲ୍ଲାପରିଷଦ ତଥା ବ୍ଲକ ସଭାପତି ନବୀନ ପାତ୍ର, ପଞ୍ଚାୟତ ସମିତି ଅଧକ୍ଷା ବାସନ୍ତୀ ମାଝୀ, ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଲଚନା ଦଳବେହେରା, ବାଲିଗୁଡା ଏ ନ ଏ ସି ଅଧକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଉପାଧ୍ୟକ୍ଷ ମିନତୀ ନାୟକ ପୂର୍ବତନ ଉପାଧ୍ୟକ୍ଷ ଲୋକନାଥ ପାଢ଼ୀ ଙ୍କ ସହ ଶତାଧିକ କର୍ମୀ ଇସ୍ତଫା ଦେଇଛନ୍ତି.ଆଗାମୀ ଦିନରେ ଦଳ ପକ୍ଷରୁ କିପରି ପଦକ୍ଷେପ ନିଆଯିବ, ତାହା ଉପରେ ରହିଛି ସମସ୍ତଙ୍କ ନଜର.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ