।। ନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି ବିଦାୟ କାଳୀନ ସମର୍ଦ୍ଧନ ସଭା ।।

Jul 9, 2024 - 17:03
 0  17
।। ନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି ବିଦାୟ କାଳୀନ ସମର୍ଦ୍ଧନ ସଭା ।।

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଶିକ୍ଷା ମଣ୍ଡଳ ଅଧିନରେ ଥିବା ନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶ୍ରୀ ଯୁକ୍ତ ଅକ୍ଷୟ କୁମାର ଦାସ ଙ୍କୁ ଗ୍ରାମ ବାସୀ ମିଳିମିଶି ବିଦାୟ ସମାର୍ଧନା ଜଣାଇଛନ୍ତି।ଦାସ ସାର ବିନା ବେତନରେ ଶିକ୍ଷା ପ୍ରଦାନ କରିବା ପାଇଁ ହସ ହସ ମୁହଁରେ ଦୀର୍ଘ ୩୦ ବର୍ଷ ପୂର୍ବେ ବିଦ୍ୟାଳୟକୁ ଆସିଥିଲେ।ଦାସ ସାର ଜଣେ ଶିକ୍ଷକ ନଥିଲେ ଦାସ ସାର ଜଣେ ଭଲ ମଣିଷ ମଧ୍ଯ ଥିଲେ।ତେଣୁ ଗ୍ରାମର ପ୍ରତି ପରିବାର ଦାସ ସାର ଙ୍କୁ ଘରର ସଦସ୍ୟ ଭାବରେ ଗଣତି କରୁଥିଲେ। ବିନା ବେତନରେ ଅନେକ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଉଜ୍ଜ୍ବଳ କରିଥିବା ବେଳେ ସରକାରଙ୍କ ତରଫରୁ ମାତ୍ର ଅଳ୍ପ କିଛି ବର୍ଷ ସ୍ୱଳ୍ପ ବେତନ ପାଉଥିଲେ। ସରକାରୀ ନିୟମ ଅନୁଯାୟୀ ଅକ୍ଷୟ ସାରଙ୍କ ଅବସର ଘଟିଛି।ଗ୍ରାମବାସୀ ଆଜି ଦୁଃଖର ସହିତ ସାରାଙ୍କୁ ବିଦାୟ ଜଣାଇଛନ୍ତି ।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ