।। ନନୂତନ ଯୁକ୍ତ ୨ ଉଚ୍ଚ ବିଦ୍ୟାଳୟ ଉଦ୍ଘାଟିତ ।।

Aug 3, 2023 - 16:21
 0  59
।। ନନୂତନ ଯୁକ୍ତ ୨ ଉଚ୍ଚ ବିଦ୍ୟାଳୟ ଉଦ୍ଘାଟିତ ।।

କୋରାପୁଟ ଜିଲ୍ଲା ବୈପାରଗୁଡ଼ା ବ୍ଲକ୍ ଦଶମନ୍ତପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାକଲ୍ ପଡ଼ା ଠାରେ ଏକ ନୂତନ ଯୁକ୍ତ ଦୁଇ ଉଚ୍ଚ ବିଦ୍ୟାଳୟ ଉଦ୍ଘାଟିତ ହୋଇଯାଇଛି ।

ଏହି ଉଦ୍ଘାଟିତ ଉତ୍ସବରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରବି ନାରାୟଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରିବିନ୍ କାଟି ଶୁଭାରମ୍ଭ କରିଥିବା ବେଳେ ଦଶମନ୍ତପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଆର୍ ରହିତ କୁମାର୍ ଓ ଦଶମନ୍ତପୁର ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ତଥା ଆଇନ୍ ଯିବି ଗୌରଚନ୍ଦ୍ର ପାତ୍ର ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଦେଇଥିଲେ ।

ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୨୮ ଟି ସିଟ୍ ରହିଥିବା ବେଳେ ୯୦ ପ୍ରତିଶତ ଛତ୍ର ଛାତ୍ରୀ । ଦଶମନ୍ତପୁର ଗ୍ରାମ ପଞ୍ଚାୟତ ସମେତ ଆଖ ପାଖ ଅଞ୍ଚଳର ପିଲାମାନେ ଗାବିନ୍ଦ୍ ପାଲି , ମାଥିଲି ବୈପାରିଗୁଡ଼ା , ଜୟପୁର ପରି ବିଭିନ୍ନ ଅଞ୍ଚଳରେ ଯାଇ ପାଠ୍ୟ ଅଧ୍ୟୟନ କରୁଥିବା ସମସ୍ତଙ୍କ ପାଇଁ ମୁସ୍କିଲ୍ ହୋଇଥିବା ବେଳେ ଏବେ ସ୍ଥାନୀୟ ଅଞ୍ଚଳରେ ଏକ ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆରମ୍ଭ ହୋଇଥିବାରୁ ଅଞ୍ଚଳ ବାସି ବେଶ୍ ଖୁସି ହୋଇଥିବା ଦେଖିବାକୁ ମିଳିଛି ।

ଉଦ୍ ଘାଟିତ ଦିନ ବ୍ଲକ୍ ର କୌଣସି ଉପରିସ୍ଥ ଅଧିକାରୀଙ୍କ ଉପସ୍ତିତ ନଥିବା ଦେଖିବାକୁ ମିଳିଛି। ଉଦ୍ଘାଟିତ ଦିନରେ କେତେକ ଅଞ୍ଚଳ ବାସୀଙ୍କୁ ଖବର ଜଣେଇ ନ ଥିବାରୁ ଅଞ୍ଚଳ ବାସିଙ୍କ ମନରେ ଅସନ୍ତସ ହୋଇଥିବା ମଧ୍ୟ ପ୍ରକାଶ ପାଇଛି। ଅନ୍ୟପଟେ ପ୍ରିନ୍ସିପାଲ୍ ଆଲୋକ ମହାରଣା ସମସ୍ତଙ୍କୁ ଖବର ଦେଇଥିବା ପ୍ରକାଶ କରିଛନ୍ତି।

ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ